Raid: କର୍ଣ୍ଣାଟକ ମନ୍ତ୍ରୀ ସତୀଶ ଜାରକିହୋଲିଙ୍କ ସହ ସମ୍ପୃକ୍ତ ୧୮ଟି ସ୍ଥାନରେ ଇଡି ଚଢ଼ଉ

Sep 09, 2026 - 21:54
Raid: କର୍ଣ୍ଣାଟକ ମନ୍ତ୍ରୀ ସତୀଶ ଜାରକିହୋଲିଙ୍କ ସହ ସମ୍ପୃକ୍ତ ୧୮ଟି ସ୍ଥାନରେ ଇଡି ଚଢ଼ଉ

"ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ତ୍ତ ମନ୍ତ୍ରୀ ସତୀଶ ଜାରକିହୋଲି, ତାଙ୍କ ଝିଅ ତଥା ଚିକୋଡି ଲୋକସଭା ସାଂସଦ ପ୍ରିୟଙ୍କା ଜାରକିହୋଲି ଓ ଅନ୍ୟମାନଙ୍କ ସହ ସମ୍ପୃକ୍ତ ପ୍ରାୟ ୧୮ଟି ସ୍ଥାନରେ ବୁଧବାର ଇଡି ଚଢ଼ଉ କରିଛି।

ବେଙ୍ଗାଲୁରୁର ଡଲାର୍ସ କଲୋନିରେ ଥିବା ମନ୍ତ୍ରୀଙ୍କ ବାସଭବନ, ସରକାରୀ କ୍ୱାର୍ଟର୍ସ, ବେଲଗାଭି ଓ ଗୋକାକରେ ଥିବା ସମ୍ପତ୍ତି ସମେତ ବିଭିନ୍ନ ଠିକଣାରେ ସକାଳୁ ତଲାସି ଚାଲିଥିଲା।

ମହାରାଷ୍ଟ୍ରର କିଛି ସ୍ଥାନ ମଧ୍ୟ ଅଭିଯାନରେ ସାମିଲ ଥିବା ଜଣାପଡ଼ିଛି।Advertisment ଇଡି ସୂତ୍ର ଅନୁସାରେ, ଏହି ଚଢ଼ଉ ଏକ ପୃଥକ୍ ଅର୍ଥ ହେରଫେର ତଦନ୍ତର ଅଂଶ।

ଅବକାରୀ ବିଭାଗରେ ୧୮ଟି ବାର୍‌ ଲାଇସେନ୍ସ ପ୍ରଦାନରେ ହୋଇଥିବା କଥିତ ଅନିୟମିତତାରୁ ଅର୍ଥ ସୃଷ୍ଟି ହୋଇଥିଲା କି ନାହିଁ ଏବଂ ସେହି ଅର୍ଥ ବିଦେଶକୁ ପଠାଯାଇଥିଲା ବା ବିଦେଶରେ ନିବେଶ ହୋଇଥିଲା କି ନାହିଁ, ତାହା ଯାଞ୍ଚ କରାଯାଉଛି।

ମନ୍ତ୍ରୀ ନିଜ ପ୍ରଭାବ ବ୍ୟବହାର କରି ଲାଇସେନ୍ସ ପ୍ରଦାନରେ ସହାୟତା କରିଥିଲେ କି ନାହିଁ, ତାହା ମଧ୍ୟ ତଦନ୍ତର ପରିସରରେ ରହିଛି।

ମନ୍ତ୍ରୀଙ୍କ ସମ୍ପର୍କୀୟ ଅବକାରୀ ବିଭାଗ ଅଧିକାରୀ ୱାଇ.ଡି.

ମଞ୍ଜୁନାଥଙ୍କ ଠିକଣାରେ ଜୁନ୍‌ ୨୪ରେ ଇଡି ପୂର୍ବରୁ ଚଢ଼ଉ କରିଥିଲା।

ସେହି ତଦନ୍ତ ସମୟରେ ନଗଦ ଟଙ୍କା, ସୁନା ଓ ବିଦେଶୀ ମୁଦ୍ରା ଠାବ ହୋଇଥିବା ଏବଂ ପ୍ରାୟ ୩ କୋଟି ଟଙ୍କାର ସନ୍ଦିଗ୍ଧ ବିଦେଶୀ ଅର୍ଥ କାରବାର ନେଇ ତଦନ୍ତ ହୋଇଥିବା ରିପୋର୍ଟ ରହିଛି।

ତେବେ ଇଡି କହିଛି ଯେ ବର୍ତ୍ତମାନର ଚଢ଼ଉ ମଞ୍ଜୁନାଥଙ୍କ ବିରୋଧରେ ପୂର୍ବ ଅବକାରୀ ମାମଲାର ସିଧାସଳଖ ଅଂଶ ନୁହେଁ।

ଗୋକାକର ରାଜୁ ଦରାଗଶେଟ୍ଟି, ବେଲଗାଭିର ଡା.

ଗିରୀଶ ସୋନୱାଲକର ଓ ବିଠଲ ପରସନ୍ନନାଭରଙ୍କ ଠିକଣାରେ ମଧ୍ୟ ଚଢ଼ଉ ହୋଇଥିବା ଜଣାପଡ଼ିଛି।

ଇଡି ଅଧିକାରୀମାନେ ଦଲିଲପତ୍ର, ଆର୍ଥିକ ରେକର୍ଡ ଓ ଇଲେକ୍ଟ୍ରୋନିକ୍‌ ତଥ୍ୟ ଯାଞ୍ଚ କରି ଅର୍ଥ କାରବାରର ସୂତ୍ର ଖୋଜୁଛନ୍ତି।

ଏହି ଚଢ଼ଉକୁ ନେଇ ମୁଖ୍ୟମନ୍ତ୍ରୀ ଡି.କେ.

ଶିବକୁମାର କେନ୍ଦ୍ର ସରକାର ଇଡିକୁ ବ୍ୟବହାର କରି କର୍ଣ୍ଣାଟକର କଂଗ୍ରେସ ନେତାମାନଙ୍କୁ ରାଜନୈତିକ ଭାବେ ଟାର୍ଗେଟ୍‌ କରୁଥିବା ଅଭିଯୋଗ କରିଛନ୍ତି।

ପ୍ରାୟ ୪୦ ଜଣ କଂଗ୍ରେସ ବିଧାୟକ ଓ ମନ୍ତ୍ରୀ ଆଗାମୀ ଦିନରେ ଇଡିର ଯାଞ୍ଚ ପରିସରକୁ ଆସିପାରନ୍ତି ବୋଲି କହି ସେ ଦଳୀୟ ନେତାମାନଙ୍କୁ ସତର୍କ ରହିବାକୁ କହିଛନ୍ତି।

Dawood Ibrahim : ଦାଉଦ ସହଯୋଗୀ ସଲିମ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ଇଡି ଚଢ଼ଉ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।