Rajinikanth's Jailer 2: ପ୍ରଶଂସକଙ୍କ ପାଇଁ ଖୁସି ଖବର: ଘରେ ବସି ଦେଖି ପାରିବେ ରଜନୀକାନ୍ତଙ୍କ ସୁପରହିଟ୍ ସିନେମା

Nov 05, 2026 - 20:11
Rajinikanth's Jailer 2: ପ୍ରଶଂସକଙ୍କ ପାଇଁ ଖୁସି ଖବର: ଘରେ ବସି ଦେଖି ପାରିବେ ରଜନୀକାନ୍ତଙ୍କ ସୁପରହିଟ୍ ସିନେମା

ମୁମ୍ବାଇ: ଫିଲ୍ମଟି ସିନେମା ହଲ୍‌ରେ ରିଲିଜ୍ ହେବାର ମାତ୍ର ଏକ ମାସ ମଧ୍ୟରେ ଓଟିଟିରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଥିଲା।

ଏହାକୁ ନେଇ ଅନେକ ମଲ୍ଟିପ୍ଲେକ୍ସ ଚେନ୍‌ ଓ ନିର୍ମାତାଙ୍କ ମଧ୍ୟରେ ବିବାଦ ମଧ୍ୟ ହୋଇଥିଲା।

ତେବେ ଏବେ ପ୍ରଶଂସକଙ୍କ ପାଇଁ ଖୁସି ଖବର।

ଫିଲ୍ମର ଓଟିଟି ରିଲିଜ୍ ତାରିଖ ଘୋଷଣା ହୋଇଛି।

ଚଳିତ ମାସ ଦୀପାବଳି ପରେ ହିନ୍ଦୀ ଡବ୍‌ ସଂସ୍କରଣ ସହିତ ମୋଟ ୫ଟି ଭାଷାରେ ଏହା ଷ୍ଟ୍ରିମିଂ ହେବ।

Advertisment ନେଲସନ ଦିଲୀପକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଆକ୍ସନ୍ ଡ୍ରାମା ଫିଲ୍ମ 'ଜେଲର୍ ୨ ' ଗତ ଅକ୍ଟୋବର ୧୫ ତାରିଖରେ ସିନେମା ହଲ୍‌ରେ ରିଲିଜ୍ ହୋଇଥିଲା।

ଏହି ସିକ୍ୱେଲ୍‌ ଫିଲ୍ମରେ ମୋହନଲାଲ୍‌, ହ୍ରିତିକ ରୋଶନ, ଜ୍ୟାକି ଶ୍ରଫ୍‌ ଓ ବିଜୟ ସେତୁପତି ମଧ୍ୟ କ୍ୟାମିଓ ଭୂମିକାରେ ନଜର ଆସିଛନ୍ତି।

କଲାନିଧି ମାରନ୍‌ଙ୍କ ପ୍ରଯୋଜନାରେ ସନ୍ ପିକ୍ଚର୍ସ ବ୍ୟାନର୍‌ରେ ଏହି ଫିଲ୍ମ ନିର୍ମିତ ହୋଇଥିବା ବେଳେ ଅନିରୁଦ୍ଧ ରବିଚନ୍ଦର ସଙ୍ଗୀତ ଦେଇଛନ୍ତି।

'ଜେଲର୍ ୨'ର ଓଟିଟି ରିଲିଜ୍ ତାରିଖ ଘୋଷଣା ପ୍ରାଇମ୍ ଭିଡିଓ ପକ୍ଷରୁ 'ଜେଲର୍ ୨'ର ଓଟିଟି ରିଲିଜ୍ ତାରିଖ ଘୋଷଣା କରାଯାଇଛି।

ପ୍ଲାଟଫର୍ମ ପକ୍ଷରୁ କୁହାଯାଇଛି, ଟାଇଗର ମୁଥୁଭେଲ ପାଣ୍ଡିଆନ୍ ପୁଣି ଫେରିଛନ୍ତି।

'ଜେଲର୍ ୨' ନଭେମ୍ବର ୧୨ ତାରିଖରୁ ପ୍ରାଇମ୍ ଭିଡିଓରେ ଷ୍ଟ୍ରିମିଂ ହେବ।

ତାମିଲ୍‌, ତେଲୁଗୁ, ହିନ୍ଦୀ, ମାଲାୟଲମ୍‌ ଓ କନ୍ନଡ଼ ଭାଷାରେ ଦର୍ଶକ ଏହି ଫିଲ୍ମ ଦେଖିପାରିବେ।

ଓଟିଟି ରିଲିଜ୍ ଘୋଷଣା ହେବା ସମୟରେ ମଧ୍ୟ 'ଜେଲର୍ ୨' ସିନେମା ହଲ୍‌ରେ ଭଲ ବ୍ୟବସାୟ କରୁଛି।

ନଭେମ୍ବର ୪ ତାରିଖ ବୁଧବାର ଫିଲ୍ମଟି ରିଲିଜ୍‌ର ୨୧ତମ ଦିନରେ ମଧ୍ୟ ଦେଶର ୮୦୦୪ଟି ଶୋ'ରୁ ମୋଟ ୩ କୋଟି ଟଙ୍କାର ନେଟ୍‌ ଆୟ କରିଛି।

ଏହା ସହିତ ଭାରତରେ ଫିଲ୍ମର ମୋଟ ଗ୍ରସ୍‌ ଆୟ ୫୪୫.୧୦ କୋଟି ଟଙ୍କା ଏବଂ ନେଟ୍‌ ଆୟ ୪୬୬.୦୫ କୋଟି ଟଙ୍କାରେ ପହଞ୍ଚିଛି।

View this post on Instagram ଅନ୍ୟପକ୍ଷରେ ବିଦେଶରେ ଏହା ୨୭୬ କୋଟି ଟଙ୍କାର ଗ୍ରସ୍‌ ଆୟ କରିଛି।

ଫଳରେ ଫିଲ୍ମର ବିଶ୍ୱବ୍ୟାପୀ ମୋଟ ଗ୍ରସ୍‌ କଲେକ୍ସନ୍‌ ୮୨୧.୧୦ କୋଟି ଟଙ୍କାରେ ପହଞ୍ଚିଛି।

ଶିଶୁପାଳଗଡ଼ ତପୁ ନାୟକ ହତ୍ୟା ମାମଲାର ଫିଟିଲା ଗୁମର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।