Rajya Sabha election: ହାଇକୋର୍ଟରେ ରାଜ୍ୟସଭା ନିର୍ବାଚନ କ୍ରସ୍‌ ଭୋଟିଂ: ବାଚସ୍ପତିଙ୍କ ଜବାବ ଲୋଡ଼ିଲେ

Sep 19, 2026 - 05:53
Rajya Sabha election: ହାଇକୋର୍ଟରେ ରାଜ୍ୟସଭା ନିର୍ବାଚନ କ୍ରସ୍‌ ଭୋଟିଂ: ବାଚସ୍ପତିଙ୍କ ଜବାବ ଲୋଡ଼ିଲେ

"କଟକ: ରାଜ୍ୟସଭା ନିର୍ବାଚନରେ କ୍ରସ୍‌ଭୋଟିଂ କରିଥିବା ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗକୁ ନେଇ ଦାୟର ପିଟିସନ ଖାରଜ ନିର୍ଦ୍ଦେଶ ବିରୋଧରେ ବିଜେଡି ତରଫରୁ ରୁଜୁ ଆବେଦନର ହାଇକୋର୍ଟ ଶୁଣାଣି କରି ବିଧାନସଭା ବାଚସ୍ପତିଙ୍କ ଜବାବ ଲୋଡ଼ିଛନ୍ତି।

ଜଷ୍ଟିସ୍‌ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବିଜେଡି ମୁଖ୍ୟ ସଚେତକ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଦୁଇଟି ଆବେଦନର ଆଜି ପ୍ରାରମ୍ଭିକ ଶୁଣାଣି ହୋଇଥିଲା।

ବିଧାୟକ ଚକ୍ରମଣି କହଁର ଓ ସୁବାସିନୀ ଜେନାଙ୍କ ସଭ୍ୟପଦ ରଦ୍ଦ ସଂପର୍କିତ ବିଜେଡିର ପିଟିସନ ଖାରଜ କରି ବାଚସ୍ପତି ପ୍ରଦାନ କରିଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦାୟର ଏହି ଦୁଇ ଆବେଦନର ଶୁଣାଣି ହୋଇଥିଲା।

ବାଚସ୍ପତିଙ୍କ ତରଫରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଉପସ୍ଥିତ ରହି ଏହି ପ୍ରସଙ୍ଗରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଥିଲେ।

ଆଜି ମାମଲାର ପ୍ରାରମ୍ଭିକ ଶୁଣାଣି ହୋଇଥିବା ବେଳେ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୯କୁ ଧାର୍ଯ୍ୟ କରାଯାଇଛି।

ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ଜବାବ ଲୋଡ଼ିଛନ୍ତି ହାଇକୋର୍ଟ।

Advertisment Hamleys' flagship : ହାମଲେଜ୍‌ର ଫ୍ଲାଗସିପ୍‌ ଜୁବିଲି ହିଲ୍‌ସ ଷ୍ଟୋର୍‌ ଉଦ୍‌ଘାଟିତ ମାମଲାର ବିବରଣୀରୁ ପ୍ରକାଶ ଯେ ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼ଙ୍କ ସମେତ ନବକିଶୋର ମଲ୍ଲିକ, ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ବାଳ, ରମାକାନ୍ତ ଭୋଇ, ସୁବାସିନୀ ଜେନା, ଚକ୍ରମଣି କହଁରଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗ ନେଇ ଦାୟର ପୃଥକ ଆବେଦନଗୁଡ଼ିକୁ ଖାରଜ କରି ବିଧାନସଭା ବାଚସ୍ପତି ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ବିଜେଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି।

ବିଜେଡି ମୁଖ୍ୟ ସ‌ଚେତକ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ତରଫରୁ ଏ ନେଇ ପୃଥକ ୮ଟି ଆବେଦନ ହାଇକୋର୍ଟରେ ଦାୟର କରାଯାଇଛି।

ଆଜି ବିଧାୟକ ଚକ୍ରମଣି କହଁର ଓ ସୁବାସିନୀ ଜେନାଙ୍କ ବିରୋଧରେ ବିଜେଡି ପକ୍ଷରୁ ଦାୟର ଦୁଇ ମାମଲାର ଶୁଣାଣି ହୋଇଥିଲା।

Women Farmers: ପିଜୁଳି ବଗିଚାରୁ ଲାଭାଂଶ ପାଇଲେ ୨୫୩ ମହିଳା ଅଂଶୀଦାର ବିଜେଡିର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଦଳର ହ୍ବିପ୍‌ ମାନି ନଥିବା ଓ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ଅଭିଯୋଗ ଆଣି ୮ଜଣ ବିଧାୟକଙ୍କ ବିରୋଧରେ ବାଚସ୍ପତିଙ୍କ ନିକଟରେ ପିଟିିସନ ଦାଖଲ କରାଯାଇଥିଲା।

କିନ୍ତୁ ବିଷୟବସ୍ତୁ, ତଥ୍ୟ ପ୍ରମାଣ କିମ୍ବା ଯୁକ୍ତିକୁ ବିଚାର ନକରି ବୈଷୟିକ ବା ପ୍ରକ୍ରିୟାଗତ କାରଣରୁ ପିଟିସନ ଖାରଜ କରାଯାଇଥିଲା।

ଖାରଜ ନିର୍ଦ୍ଦେଶରେ ଉଲ୍ଲେଖ ଥିଲା ଯେ ସଭ୍ୟପଦ ରଦ୍ଦ ପାଇଁ ରହିଥିବା ନିୟମ ୬(୬) ଓ ୬(୭) ଅନୁସାରେ ଏହି ପିଟିସନ ନ ଥିଲା।

ଆଇନଗତ ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭାବେ ପାଳନ କରାଯାଇ ନଥିଲା।

ପିଟିସନ ସପକ୍ଷରେ ଆବଶ୍ୟକ ସତ୍ୟପାଠ ଦାଖଲ କରାଯାଇ ନଥିଲା।

ଏଥିସହିତ ପିଟିିସନ ସହିତ ସଂଲଗ୍ନ ନଥିପତ୍ର ଯଥାବିଧି ଯାଞ୍ଚ ଓ ସ୍ବାକ୍ଷରିତ ହୋଇ ନଥିଲା ‌ବୋଲି ଖାରଜ ନିର୍ଦ୍ଦେଶରୁ ସ୍ପଷ୍ଟ ହୋଇଥିଲା।

ଅନ୍ୟପକ୍ଷରେ ଅଭିଯୋଗ ଉପରେ ଉପଯୁକ୍ତ ଭାବେ ଶୁଣାଣି ନ କରି, ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସଂପର୍କିତ ପିଟିସନ ଖାରଜ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ଖାରଜ ନିର୍ଦ୍ଦେଶ ସଂପର୍କିତ ଓଡ଼ିଶା ବିଧାନସଭା ସଚିବାଳୟର ୨୦୨୬, ଜୁନ ୧୯ର ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ଆବେଦନରେ ନିବେଦନ କରାଯାଇଛି।

ଏହି ପ୍ରସଙ୍ଗରେ ବିଧାନସଭା ବାଚସ୍ପତି ସାନି ଶୁଣାଣି କରିବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ ଓ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।