Rakhi: ଭାଇ ତତେ ଅପେକ୍ଷା କରିଛି ରାକ୍ଷୀ

Aug 27, 2026 - 18:24
Rakhi: ଭାଇ ତତେ ଅପେକ୍ଷା କରିଛି ରାକ୍ଷୀ

"ଦେଖିବାକୁ ସୂତାଟିଏ।

ଏହା ଭିତରେ ଲୁଚି ରହିଥାଏ ଭାଇ ଭଉଣୀର ନିବିଡ଼ ସମ୍ପର୍କ।

ଉଭଣୀ ହାତରେ ରାକ୍ଷୀ ଆଉ ମଥାରେ ଯେତେବେଳେ ବିଜୟର ଟିକା ପିନ୍ଧାଇ ଦିଏ ସେତେବଳେ ଭାଇର ମନ ଖୁସିରେ କୁଣ୍ଡେମୋଟ ହୋଇଯାଏ।

ମିଠା ଖୁଆଇ ସାରିବା ପରେ ଭଉଣୀ ମାଗେ ନିଜ ରାକ୍ଷୀର ପାଉଣା।

ପ୍ରତିବଦଳରେ ଭାଇ ଦିଏ ଉପହାର।

ସେଇ କିଛିଟା ମୁହୂର୍ତ୍ତ ମଧ୍ୟରେ ପିଲାଦିନର ଅନେକ ମିଠା ସ୍ମୃତି ମନେ ପଡ଼ିଯାଏ।

ମନେପଡ଼ିଯାଏ ସେ ଝଗଡ଼ା ଆଉ  ରାଗରୂଷା ।

କିନ୍ତୁ ମଣିଷ ଯେ ସମୟର ଦାସ।

ସମୟ ସହ ଚାଳ ଦେଇ ଆଗକୁ ଆଗକୁ ଚାଲିବାକୁ ପଡ଼ିଥାଏ।

ଆଉ ଦିନେ ସମୟ ସହ ସବୁକିଛି ବଦଳିଯାଏ।

ଭାଇ ବଡ଼ ହୋଇ ନିଜ କାମରେ ବ୍ୟସ୍ତ ହୁଏ ଭଉଣୀ ମଧ୍ୟ ନିଜ ସଂସାର ଗଢ଼େ।

ହେଲେ ସମୟ ଯେତେ ବଢ଼ିଲେ ବି ରାକ୍ଷୀ ଆସିଲେ ମନ ଆଉ ସମ୍ଭାଳେନି।

ସମସ୍ତଙ୍କୁ ବାଇ କରେ ରାକ୍ଷୀର ନିଶା ।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।