Subhash Chandra': ୨୨,୦୦୦ କୋଟିର ଋଣ ମାମଲା ମାତ୍ର ୬.୫ କୋଟିରେ ତୁଟିଲା
"ନୂଆଦିଲ୍ଲୀ: ଦେଶର ବ୍ୟାଙ୍କିଂ ଓ କର୍ପୋରେଟ୍ ଋଣ ସମାଧାନ ବ୍ୟବସ୍ଥାରେ ଏକ ଚାଞ୍ଚଲ୍ୟକର ତଥା ବିବାଦୀୟ ନିଷ୍ପତ୍ତି ସାମ୍ନାକୁ ଆସିଛି।
ଜୀ ଗ୍ରୁପ୍ର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରାଙ୍କ ବିରୋଧରେ ଥିବା ପ୍ରାୟ ୨୨,୦୦୬.୫୭ କୋଟି ଟଙ୍କାର ଦାବି ବଦଳରେ ମାତ୍ର ୬.୫ କୋଟି ଟଙ୍କା ଫେରସ୍ତ ପ୍ରସ୍ତାବକୁ ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ (ଏନସିଏଲଟି) ମଞ୍ଜୁର କରିଛନ୍ତି।
ଏହାଦ୍ୱାରା ଋଣଦାତା ବ୍ୟାଙ୍କ ଓ ସଂସ୍ଥାଗୁଡ଼ିକୁ ପ୍ରାୟ ୯୯.୯୭% ଋଣ ଛାଡ ସହିବାକୁ ପଡ଼ିବ।Advertisment ଏହି ମାମଲାରେ ବ୍ୟାଙ୍କ ପ୍ରତି ୧୦୦ରେ ମାତ୍ର ୩ ପଇସା ପାଇବେ।
ଋଣପ୍ରଦାନକାରୀମାନେ ନିଜ ଦାବିର ମାତ୍ର ୦.୦୩% ପାଇବେ।
ଏଲ୍ଆଇସି ହାଉସିଂ ଫାଇନାନ୍ସ, ଏଚ୍ଡିଏଫ୍ସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, କାନାରା ବ୍ୟାଙ୍କ, ଆରବିଏଲ୍, ଆଇଡିବିଆଇ ଓ ୟୁନିଅନ ବ୍ୟାଙ୍କ ଭଳି ପ୍ରମୁଖ ସଂସ୍ଥା ଏହି ପ୍ରସ୍ତାବକୁ ଅନ୍ୟାୟପୂର୍ଣ୍ଣ ବୋଲି ଦର୍ଶାଇ ଆପତ୍ତି ଉଠାଇଥିଲେ।
ଏଲ୍ଆଇସି ହାଉସିଂ ଫାଇନାନ୍ସର ୧,୩୨୨.୩୯ କୋଟି ଟଙ୍କାର ଦାବି ବିପକ୍ଷରେ ମାତ୍ର ୩୮.୦୯ ଲକ୍ଷ ଟଙ୍କା (୦.୦୨୮%) ଦିଆଯାଉଛି।
ଏହି ନିଷ୍ପତ୍ତି ସଂଖ୍ୟାଗରିଷ୍ଠ ମତ ସମର୍ଥନ ଆଧାରରେ ନିଆଯାଇଛି।
ନିଷ୍ପତ୍ତିକୁ ବିରୋଧ କରୁଥିବା ବ୍ୟାଙ୍କଗୁଡ଼ିକ ଉପରେ ମଧ୍ୟ ବାଧ୍ୟତାମୂଳକ ଭାବେ ଲଦି ହୋଇଯାଇଛି, ଯାହା ସେମାନଙ୍କ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବ।
ଏହି ରାୟକୁ ନେଇ ସାରା ଦେଶରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
କଂଗ୍ରେସ ନେତାମାନେ ଏହାକୁ କଡ଼ା ଭାଷାରେ ସମାଲୋଚନା କରି କହିଛନ୍ତି ଯେ, ଏହା ହେୟାରକଟ୍ ନୁହେଁ, ବରଂ ବ୍ୟାଙ୍କିଂ ବ୍ୟବସ୍ଥାର ମୁଣ୍ଡନ।
ଆଇବିସି ଋଣ ଫେରସ୍ତ ପାଇଁ ତିଆରି ହୋଇଥିବା ବେଳେ ଏଭଳି ନିଷ୍ପତ୍ତି ବଡ଼ ବଡ଼ ଋଣଗ୍ରହିତାଙ୍କୁ ଖସିଯିବା ପାଇଁ ବାଟ ଦେଖାଉଛି ବୋଲି ଅଭିଯୋଗ ହୋଇଛି।
୨୨,୦୦୦ କୋଟିର ବିରାଟ ଆର୍ଥିକ କ୍ଷତି ଶେଷରେ ସାଧାରଣ ଜନତା ଓ ବ୍ୟାଙ୍କିଂ କ୍ଷେତ୍ର ଉପରେ ପଡ଼ିବାକୁ ଯାଉଛି ଯାହା ଦେଶର ଆର୍ଥିକ ନିରାପତ୍ତା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଭାରତର ନ୍ୟୁଜିଲାଣ୍ଡ ଗସ୍ତ ଟିକେଟ୍ ବିକ୍ରିରେ ରେକର୍ଡ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।