Rama Devi University: ରମାଦେବୀ ବିଶ୍ବବିଦ୍ୟାଳୟରେ ଖୋଲିବ ୬ ନୂଆ ପାଠ୍ୟକ୍ରମ: ଛାତ୍ରୀ ଶିଖିବେ ନୃତ୍ୟ, ସଙ୍ଗୀତ

Sep 10, 2026 - 06:48
Rama Devi University: ରମାଦେବୀ ବିଶ୍ବବିଦ୍ୟାଳୟରେ ଖୋଲିବ ୬ ନୂଆ ପାଠ୍ୟକ୍ରମ: ଛାତ୍ରୀ ଶିଖିବେ ନୃତ୍ୟ, ସଙ୍ଗୀତ

"ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ୬ଟି ନୂଆ କୋର୍ସ ଖୋଲିବାକୁ ଯୋଜନା କରାଯାଉଛି।

ଆଗ୍ରହୀ ଛାତ୍ରୀମାନେ ଏଣିକି ଓଡ଼ିଶୀ ନୃତ୍ୟ ଶିକ୍ଷା ସହିତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଗ୍ରହଣ କରିପାରିବେ।

ଉଭୟ ଓଡ଼ିଶୀ ନୃତ୍ୟ ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସାର୍ଟିଫିକେଟ୍‌ କୋର୍ସ ଭାବେ ଛାତ୍ରୀଙ୍କୁ ଶିକ୍ଷା ଦିଆଯିବ।

ତାଲିମ ନେଇସାରିବା ପରେ ଛାତ୍ରୀମାନେ ପରୀକ୍ଷା ଦେଇ ସାର୍ଟିଫିକେଟ୍‌ ପାଇବେ।

ସେହିଭଳି କୁଇ ଓ ସାନ୍ତାଳି ଭାଷାରେ ଦୁଇଟି ନୂତନ ସାର୍ଟିଫିକେଟ୍‌ କୋର୍ସ ଖୋଲିବାକୁ ସ୍ଥିର ହୋଇଛି।

ଏହାଦ୍ବାରା ଆଦିବାସୀ ଭାଷା ଶିଖିବାକୁ ଚାହୁଥିବା ଛାତ୍ରୀମାନେ ଉପକୃତ ହୋଇପାରିବେ।

୨୦୨୬-୨୭ ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳୟରେ ଏହି ନୂତନ ସାର୍ଟିଫିକେଟ୍‌ ପାଠ୍ୟକ୍ରମରେ ନାମଲେଖା କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ରେ ଏସମ୍ପର୍କିତ ପ୍ରସ୍ତାବ ପାରିତ ହୋଇଥିବାରୁ ଖୁବ୍‌ଶୀଘ୍ର ନାମଲେଖା ଅନୁଷ୍ଠିତ ହେବାକୁ ଯାଉଛି ବୋଲି କୁଳପତି ପ୍ରଫେସର ଜ୍ୟୋତ୍ସା କେବି ରାଉତ ସୂଚନା ଦେଇଛନ୍ତି।

Advertisment Air strike: ସକ୍ରିୟ ହେବ "ମକ୍କା ଚୁକ୍ତି" ହୁତି ବିଦ୍ରୋହୀଙ୍କ ଉପରେ ଏୟାର୍‌ ଷ୍ଟ୍ରାଇକ୍‌ ପାଇଁ ପାକିସ୍ତାନ ପ୍ରସ୍ତୁତ କୁଇ ଓ ସାନ୍ତାଳି ଭାଷା ଶିଖାଯିବ କ୍ୟାମ୍ପସର ସୁପରିଚାଳନା ନେଇ କୁଳପତିଙ୍କ ସମୀକ୍ଷା ଅନୁବାଦ ସାହିତ୍ୟକୁ ଅଧିକ ବ୍ୟାପକ କରିବା ଦିଗରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପିଜି ଡିପ୍ଲୋମା ଇନ୍‌ ଟ୍ରାନ୍ସଲେସନ ପାଠ୍ୟକ୍ରମରେ ଛାତ୍ରୀମାନଙ୍କୁ ଶିକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଏଥିସହ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ସ୍ନାତକ ପାଠ୍ୟକ୍ରମ, ଇଣ୍ଟିଗ୍ରେଟେଡ୍‌ ଟିଚର୍‌ ଏଜୁକେସନ୍‌ ପ୍ରୋଗ୍ରାମ(ଆଇଟିଇପି)ରେ ୨୦୨୬ ଶିକ୍ଷାବର୍ଷରେ ନାମଲେଖା ହେଉଛି।

୨୦୨୬-୨୭ ଶିକ୍ଷାବର୍ଷର ନାମଲେଖା ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାରୁ କର୍ତ୍ତୃପକ୍ଷ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରି ବ୍ୟାପକ ଆଲୋଚନା କରିଛନ୍ତି।

ବିଶ୍ବବିଦ୍ୟାଳୟ ନାମଲେଖା କମିଟି, ସିଣ୍ଡିକେଟ୍‌ ସଦସ୍ୟ, ସ୍ବତନ୍ତ୍ର କମିଟିର ସଦସ୍ୟଙ୍କ ସହ କୁଳପତି ପ୍ରଫେସର ରାଉତ ବିଷଦ ଆଲୋଚନା କରିଛନ୍ତି।

ଜଣେ ଛାତ୍ରୀଙ୍କୁ ଟିସି ଦେବା ପାଇଁ ପିଅନ ଶହେ ଟଙ୍କା ଦାବି କରୁଥିବା ଭିଡିଓ ଭାଇରାଲ୍‌ ହେବା ପରେ କୁଳପତି ପ୍ରଫେସର ରାଉତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ତଦନ୍ତ କରିବା ସମୟରେ ଅଭିଯୋଗ ଆସିଥିବା ଦୁଇଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଜର ଭୁଲ୍‌ ସ୍ବୀକାର କରିଥିଲେ।

ଛାତ୍ରୀଜଣଙ୍କୁ କାଗଜପତ୍ର ପ୍ରସ୍ତୁତ କରିବାରେ ସହାୟତା କରିଥିବାରୁ ଚା" ପିଇବାକୁ ୧୦୦ ଟଙ୍କା ମାଗିଥିବା ସ୍ବୀକାର କରିଛନ୍ତି।

ତେଣୁ ପିଜି କାଉନସିଲ୍‌ ଅଧ୍ୟକ୍ଷଙ୍କ ରିପୋର୍ଟ ଆଧାରରେ ଆଉଟ୍‌ସୋର୍ସିଂରେ ନିୟୋଜିତ କର୍ମଚାରୀମାନଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯିବା ସହ ରିପୋର୍ଟକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦିଆଯାଇଛି।

Chief Minister in the UAE: ୟୁଏଇରେ ମୁଖ୍ୟମନ୍ତ୍ରୀ: ଆଦାନୀ, ଆଇଏଚ୍‌ସି ସହ ଏମ୍‌ଓୟୁ, ୧୪ ପ୍ରକଳ୍ପ, ୨.୧ ଲକ୍ଷ କୋଟି ନିବେଶ ସମ୍ଭାବନା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।