Ramayana: ‘ରାମାୟଣ’ର ଆଡଭାନ୍ସ ବୁକିଂ: ଇତିହାସ ସୃଷ୍ଟି କରିବା ଅଭିମୁଖେ ରଣବୀର କପୁରଙ୍କ ସିନେମା
ମୁମ୍ବାଇ: ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟଶ ଅଭିନୀତ ଫିଲ୍ମ ' ରାମାୟଣ : ପାର୍ଟ ୧' ରିଲିଜ୍ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି।
ହେଲେ ଏହାରି ଭିତରେ ଫିଲ୍ମର ଆଡଭାନ୍ସ ବୁକିଂରେ ମଧ୍ୟ ଉତ୍ସାହଜନକ ବୃଦ୍ଧି ଦେଖିବାକୁ ମିଳୁଛି।
ଭାରତରେ ଆଡଭାନ୍ସ ବୁକିଂରୁ ୫୦ କୋଟି ଟଙ୍କା ଆୟର ମାଇଲଖୁଣ୍ଟ ଛୁଇଁବାକୁ ଫିଲ୍ମ ନିକଟତର ହୋଇଛି।
ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏଯାଏଁ ସମସ୍ତ ଦିନର ବୁକିଂକୁ ମିଶାଇ ମୋଟ ୪୫.୯୬ କୋଟି ଟଙ୍କାର ଟିକେଟ୍ ବିକ୍ରି କରିସାରିଛି।
Advertisment ମହାରାଷ୍ଟ୍ର ସବୁଠାରୁ ଆଗରେ ରାଜ୍ୟ ଅନୁସାରେ ଦେଖିଲେ, ୯.୪୨ କୋଟି ଟଙ୍କାର ବୁକିଂ ସହ ମହାରାଷ୍ଟ୍ର ସବୁଠାରୁ ଆଗରେ ରହିଛି।
କର୍ଣ୍ଣାଟକରୁ ୭.୧୫ କୋଟି ଟଙ୍କା ଏବଂ ଦିଲ୍ଲୀରୁ ୬.୭୮ କୋଟି ଟଙ୍କାର ଟିକେଟ୍ ବୁକିଂ ହୋଇଛି।
ଗୁଜରାଟରୁ ୩.୬୧ କୋଟି ଟଙ୍କା ଏବଂ ତେଲେଙ୍ଗାନାରୁ ୨.୯୩ କୋଟି ଟଙ୍କାର ବୁକିଂ ହୋଇଛି।
ଫିଲ୍ମର ମୋଟ ଆଡଭାନ୍ସ ବୁକିଂରେ ଶୀର୍ଷ ୧୦ଟି ରାଜ୍ୟର ଅଂଶ ପ୍ରାୟ ୮୫ ପ୍ରତିଶତ ରହିଛି।
ହିନ୍ଦୀ ଭର୍ସନ୍ର ଚାହିଦା ସବୁଠାରୁ ଅଧିକ ଭାଷା ଅନୁସାରେ ଫିଲ୍ମର ହିନ୍ଦୀ ଭର୍ସନ୍ ସବୁଠାରୁ ଆଗରେ ରହିଛି।
ହିନ୍ଦୀ ଭର୍ସନ୍ର ଏଯାଏଁ ୩୮.୭୦ କୋଟି ଟଙ୍କାର ଆଡଭାନ୍ସ ବୁକିଂ ହୋଇଛି, ଯାହା ମୋଟ ବୁକିଂର ପ୍ରାୟ ୮୪ ପ୍ରତିଶତ।
ସେହିପରି କନ୍ନଡ଼ ଭର୍ସନ୍ରୁ ୪.୪୧ କୋଟି ଟଙ୍କା ଏବଂ ତେଲୁଗୁ ଭର୍ସନ୍ରୁ ୨.୩୫ କୋଟି ଟଙ୍କାର ବୁକିଂ ହୋଇଛି।
ତାମିଲ ଭର୍ସନ୍ର ଆଡଭାନ୍ସ ବୁକିଂ ୪୧.୬୬ ଲକ୍ଷ ଟଙ୍କା ଏବଂ ମାଲାୟଲମ୍ ଭର୍ସନ୍ର ବୁକିଂ ୮.୦୧ ଲକ୍ଷ ଟଙ୍କାରେ ପହଞ୍ଚିଛି।ଫିଲ୍ମର ଆଡଭାନ୍ସ ବୁକିଂରେ ପ୍ରିମିୟମ୍ ଫର୍ମାଟ୍ର ମଧ୍ୟ ବଡ଼ ଯୋଗଦାନ ରହିଛି।
ହିନ୍ଦୀ 3D ଶୋ'ରୁ ଏଯାଏଁ ୨୧.୫୭ କୋଟି ଟଙ୍କାର ବୁକିଂ ହୋଇଥିବା ବେଳେ ହିନ୍ଦୀ 2D ଶୋ'ରୁ ୮.୭୫ କୋଟି ଟଙ୍କାର ବୁକିଂ ହୋଇଛି।
ସେହିପରି ହିନ୍ଦୀ IMAX 3D ଶୋ'ର ଆଡଭାନ୍ସ ବୁକିଂ ୬.୩୪ କୋଟି ଟଙ୍କାରେ ପହଞ୍ଚିଛି।
Surrendered: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା: ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କଲେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଫିଲ୍ମର ୱାର୍ଲ୍ଡ ପ୍ରିମିୟର୍ ପରେ ବିଦେଶୀ ବଜାରରେ ଏହାର ଆଡ୍ଭାନ୍ସ ବୁକିଂରେ ବି ବୃଦ୍ଧି ଘଟିଛି।
ବିଶେଷକରି ଉତ୍ତର ଆମେରିକା ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ବଜାରରେ ପେଡ୍ ପ୍ରିଭ୍ୟୁ ପାଇଁ ଟିକେଟ୍ ବୁକିଂ ଜୋରଦାର ଚାଲିଛି।
ସେନସର ବୋର୍ଡ (CBFC) ପକ୍ଷରୁ ମଧ୍ୟ ଏହି ଚଳଚ୍ଚିତ୍ରକୁ 'ୟୁ' (U) ପ୍ରମାଣପତ୍ର ମିଳିସାରିଛି ଏବଂ ଏହାର ରନଟାଇମ୍ ପ୍ରାୟ ୩ ଘଣ୍ଟା ୧୫ ମିନିଟ୍ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।