Rape of a young woman: ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: କେବଳ ଚୋର ନୁହେଁ, ଯୌନପିପାସୁ
"ଭୁବନେଶ୍ବର: ଖୋଦ ରାଜଧାନୀରେ ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ କରି ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା କୁଖ୍ୟାତ ଅପରାଧୀ ସନ୍ତୋଷ ପଣ୍ଡା ଓରଫ ଶ୍ରୀଧରରକୁ ଆଜି ଝାରପଡ଼ା ଜେଲ୍କୁ ସ୍ଥାନାନ୍ତର କରାଯାଇଛି।
ଗତକାଲି ଅପରାହ୍ଣରେ ଚନ୍ଦକା ଅନ୍ଧାରୁଆ ଜଙ୍ଗଲରେ ପୁଲିସ ଏନ୍କାଉଣ୍ଟରରେ ସାମାନ୍ୟ ଆହତ ହୋଇଥିବା ଶ୍ରୀଧରକୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା।
ପୁଲିସର ଗୋଟିଏ ଗୁଳି ତା"ର ଡାହାଣ ଗୋଡ଼ରେ ସାମାନ୍ୟ ଭାବେ ଘଷି ହୋଇଯାଇଥିଲା।
ଆଜି ସକାଳେ ତାକୁ କ୍ୟାପିଟାଲ୍ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଥିଲା ଏବଂ କୋର୍ଟରେ ହାଜର କରାଯାଇଥିଲା।
କୋର୍ଟରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।
ଏହା ଭିତରେ ପୁଲିସ ତଦନ୍ତରୁ କୁଖ୍ୟାତ ଶ୍ରୀଧରର ଭୟଙ୍କର ଚରିତ୍ରର କଳାଚିତ୍ର ପଦାକୁ ଆସିଛି।
ଏକ ପେସାଦାର ଚୋର ଭିତରେ ଜଣେ ଭୟଙ୍କର ଯୌନପିପାସୁ ଲୁଚି ରହିଥିଲା ବୋଲି ପୁଲିସ ହାତରେ ପ୍ରମାଣ ଲାଗିଛି।Advertisment Anniversary: ସର୍ବୋଦୟ ନେତା ଶ୍ୟାମସୁନ୍ଦର ଦାସଙ୍କ ଜନ୍ମ ଶତ ବାର୍ଷିକୀ ପାଳିତ ଜେଲ୍ଗଲା କୁଖ୍ୟାତ ଶ୍ରୀଧରମୋବାଇଲ୍ରେ ସାଇତିଛି ଯୁବତୀମାନଙ୍କ ନଗ୍ନ ଭିଡିଓଅଭିଯୁକ୍ତଠାରୁ ବାଇକ୍ କିଣି ୨ ବନ୍ଧାହେଲେ ପୁଲିସ ଜବତ କରିଥିବା ଶ୍ରୀଧରର ମୋବାଇଲ୍ରୁ ତା"ର କାମାନ୍ଧତାର ସମସ୍ତ କଳା କାରନାମା ଜଣାପଡ଼ିଛି।
ଶ୍ରୀଧରର ମୋବାଇଲ୍ରେ ୮ରୁ ଅଧିକ ଯୁବତୀଙ୍କ ନଗ୍ନ ଭିଡିଓ ଥିବା ଜଣାପଡ଼ିଛି।
ଚୋରି କରିବା ପାଇଁ ସେ ରେକି କଲାବେଳେ ଏସବୁ ଭିଡିଓ ସୁଟିଂ କରିଥିବା ପୁଲିସ ଆଗରେ ସ୍ବୀକାର କରିଛି।
ବହୁ ସମୟରେ ସେ ରାଜଧାନୀର ବିଭିନ୍ନ ଲେଡିଜ୍ ହଷ୍ଟେଲକୁ ଟାର୍ଗେଟ୍ କରୁଥିଲା।
ବିଶେଷକରି ନୂଆପଲ୍ଲୀ ଓ ସତ୍ୟନଗର ଅଞ୍ଚଳରେ ଥିବା ଲେଡିଜ୍ ହଷ୍ଟେଲଗୁଡ଼ିକ ତା"ର ନିଶାଣରେ ଥିଲା।
ବେଶ୍ କାଇଦାରେ ସେ ଝରକା ପଛରେ ଲୁଚିରହି ଯୁବତୀମାନଙ୍କ ବିଭିନ୍ନ ଫଟୋ ଉଠାଉଥିଲା ଏବଂ ସେମାନେ ପୋଷାକ ବଦଳାଉଥିବା ବେଳର ନଗ୍ନ ଭିଡିଓ ଉତ୍ତୋଳନ କରୁଥିଲା।
ସେମିତି ଗାଧୁଆଘର ଭିତରେ ଯୁବତୀଙ୍କ ଗୋଧୋଇବା ବେଳର ଦୃଶ୍ୟ ମଧ୍ୟ ସେ ମୋବାଇଲ୍ରେ ସୁଟିଂ କରିପାରିଥିବା ଜଣାପଡ଼ିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରାୟ ସବୁବେଳେ ହାଫ୍ ପ୍ୟାଣ୍ଟ ବା ବରମୁଡ଼ା ଓ ଟି-ସାର୍ଟରେ ଥିବା ଶ୍ରୀଧର ନିଜକୁ ଜଣେ ଚାକିରି ଆଶାୟୀ ତଥା ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର ଭଳି ଉପସ୍ଥାପନ କରୁଥିଲା।
ତେଣୁ ଲେଡିଜ୍ ହଷ୍ଟେଲ ଆଖପାଖରେ ଘୂରି ବୁଲୁଥିବା ବେଳେ ତାକୁ ସାଧାରଣରେ କେହି ସନ୍ଦେହ କରିପାରୁନଥିଲେ।
ତେଣୁ ଧୂର୍ତ୍ତ ଶ୍ରୀଧର ବେଶ୍ କାଇଦାରେ ଲେଡିଜ୍ ହଷ୍ଟେଲର ଝରକା ପାଖରୁ ଯୁବତୀମାନଙ୍କ ମୋବାଇଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିବା ସହ ନଗ୍ନ ଫଟୋ ଓ ଭିଡିଓ ଉତ୍ତୋଳନ କରି ନିଜର କାମବାସନା ପୂରଣ କରୁଥିଲା।ଏଣୁ ପୁଲିସ, ଶ୍ରୀଧର ବିରୋଧରେ ଆଇଟି ଆକ୍ଟ୍ ଲଗାଇ ଏକାଧିକ ମାମଲା ରୁଜୁ କରିବ ବୋଲି ଜଣାପଡ଼ିଛି।
Mayurbhanj: ସ୍ବଚ୍ଛ ଆଦିବାସୀ ଗାଁ ବୋବେଇଯୋଡ଼ାକୁ ହର୍ଷ ଗୋଏଙ୍କା ପ୍ରଶଂସା ନୂଆପଲ୍ଲୀ ଗଡ଼ସାହିରେ ସେ ଘଟାଇଥିବା ଲୋମଟାଙ୍କୁରା ଦୁଷ୍କର୍ମ ଘଟଣା ପୂର୍ବରୁ ମଧ୍ୟ ସେ ଏମିତି ରେକି କରିଥିଲା।
ସପ୍ତାହକ ପୂର୍ବରୁ ସେଠାରେ ବିଭିନ୍ନ ଘରକୁ ଟାର୍ଗେଟ୍ କରି ରେକି କରିବା ସମୟରେ ତା"ର ପୀଡ଼ିତାଙ୍କ ଉପରେ ନଜର ପଡ଼ିଥିଲା।
ପ୍ରାୟ ୨/୩ ଦିନ ଧରି ସେ କେବଳ ସନ୍ଧ୍ୟା ବେଳେ ପୀଡ଼ିତାଙ୍କୁ ଅନୁସରଣ କରିଥିଲା।
ପୀଡ଼ିତା ଏକୁଟିଆ ରହୁଥିବା ବେଳେ ଘର ଭିତରେ ତାଙ୍କ ଗତିବିଧିକୁ ସେ ଟିକିନିଖି କରି ଠଉରାଇଥିଲା।
ଘଟଣାର ପୂର୍ବ ଦିନ ସନ୍ଧ୍ୟାରେ ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟାରେ ପୀଡ଼ିତା ରୋଷେଇ କରୁଥିବା ସମୟରେ ସେ ପାଚେରି ନିକଟରେ ଛପିରହି ଝରକା ବାଟେ ମୋବାଇଲ୍ରେ ଭିଡିଓ ଉତ୍ତୋଳନ କରିଥିଲା।
ମଙ୍ଗଳବାର ରାତି ସାରା ସେ ପୀଡ଼ିତାଙ୍କୁ ଆକ୍ରମଣ କରିବା ନେଇ ଯୋଜନା ପ୍ରସ୍ତୁତ କରିଥିଲା।
ପୀଡ଼ିତାଙ୍କ ଦୁର୍ଭାଗ୍ୟ ସବୁଦିନ ଭଳି ବୁଧବାର ସନ୍ଧ୍ୟାରେ ତାଙ୍କ ବଡ଼ଭଉଣୀ ଫିଜିଓଥେରାପି ସେଣ୍ଟରକୁ ଚାଲିଯିବା ପରେ ସେ ଘର ଭିତରୁ କବାଟ କିଳିବାକୁ ଭୁଲି ଯାଇଥିଲେ ଏବଂ ଏହା ହିଁ କାମାନ୍ଧ ଶ୍ରୀଧର ପାଇଁ ସୁଯୋଗ ସୃଷ୍ଟି କରିଥିଲା।
ଘର ଭିତରକୁ ପଶିଯାଇ ସେ ପୀଡ଼ିତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଦେଇଥିଲା ଏବଂ ତାଙ୍କ ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିଲା।
Cncroachment: ସରକାରୀ ଜମି ଜବରଦଖଲ, ଷ୍ଟଲ-ଘର ଭାଙ୍ଗିଲା ପ୍ରଶାସନ ଅପରପକ୍ଷେ ମାର୍କେଟ୍ ବିଲ୍ଡିଂରୁ ହୋଇଥିବା ବାଇକ୍ ଚୋରି ଘଟଣାରେ କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତ ଶ୍ରୀଧର ବିରୋଧରେ ଆଉ ଏକ ମାମଲା ରୁଜୁ କରିଛି।
ବାଇକ୍ ଚୋରି କରିବା ସେ ପରେ ଚକେଇସିଆଣିସ୍ଥିତ ଏକ ଗ୍ୟାରେଜ୍ରେ ଚୋରା ବାଇକ୍କୁ ବିକ୍ରି କରିଥିଲା।
ଚୋରି ବାଇକ୍ ରଖିବା ଅଭିଯୋଗରେ ଗ୍ୟାରେଜ୍ ମାଲିକ ଓ ତା" ସହଯୋଗୀକୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି।
ସେମାନେ ହେଲେ କଟକ ରାଣୀହାଟର ହରି ନାରାୟଣ ପ୍ରସାଦ ଓ ବାଲେଶ୍ବର ଖନ୍ତାପଡ଼ାର ନିଶିକାନ୍ତ ସାହୁ।
ଉଭୟଙ୍କ ନିକଟରୁ ଚୋରି ବାଇକ୍ର କଟା ହୋଇ ଅଲଗା କରାଯାଇଥିବା ବିଭିନ୍ନ ଯନ୍ତ୍ରାଂଶ ଜବତ କରାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।