Rare Blackbucks Swept Away by Floodwaters: ବନ୍ୟା ପାଣିରେ ଭାସିଗଲେ ବିରଳ କୃଷ୍ଣସାର ମୃଗ! ଅସହାୟ ବନ୍ୟପ୍ରାଣୀଙ୍କୁ ନେଇ ବଢ଼ିଲା ଚିନ୍ତା

Oct 29, 2026 - 20:50
Rare Blackbucks Swept Away by Floodwaters: ବନ୍ୟା ପାଣିରେ ଭାସିଗଲେ ବିରଳ କୃଷ୍ଣସାର ମୃଗ! ଅସହାୟ ବନ୍ୟପ୍ରାଣୀଙ୍କୁ ନେଇ ବଢ଼ିଲା ଚିନ୍ତା

ଗୋଟିଏ ପଟେ ଉଛୁଳା ବନ୍ୟାଜଳ, ଅନ୍ୟପଟେ ଜୀବନ ବଞ୍ଚାଇବାକୁ ଅସହାୟ ସଂଘର୍ଷ।

ଯେଉଁ ମାଟିରେ ଦିନେ ମୁକ୍ତ ଭାବେ ବିଚରଣ କରୁଥିଲେ, ଆଜି ସେହି ଅଞ୍ଚଳରେ ବନ୍ୟା ପାଣିରେ ଭାସିଯାଉଛନ୍ତି ବିରଳ କୃଷ୍ଣସାର ମୃଗ।

ଗଞ୍ଜାମ ଜିଲ୍ଲାରୁ ସାମ୍ନାକୁ ଆସିଥିବା ଏହି ଦୃଶ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ବଢ଼ାଇଛି ଚିନ୍ତା।

Advertisment ଗଞ୍ଜାମ ବ୍ଲକର ବଡ଼ମାଧପୁର ଓ କାଇଁଚପୁର ଅଞ୍ଚଳରେ ଅନେକ କୃଷ୍ଣସାର ମୃଗ ବନ୍ୟାଜଳରେ ଭାସିଯାଉଥିବା ଦେଖିବାକୁ ମିଳିଛି।

ଏହି ଅଞ୍ଚଳ ବିରଳ କୃଷ୍ଣସାର ମୃଗଙ୍କ ବାସସ୍ଥଳୀ ଭାବେ ପରିଚିତ।

କିନ୍ତୁ ପ୍ରବଳ ବନ୍ୟାଜଳ ପ୍ରବେଶ କରିବା ପରେ ଏହି ବନ୍ୟପ୍ରାଣୀମାନେ ଗୁରୁତର ସଙ୍କଟରେ ପଡ଼ିଛନ୍ତି।

ପାଣିର ପ୍ରଖର ସ୍ରୋତରେ ନିଜକୁ ସମ୍ଭାଳିବା କଷ୍ଟକର ହୋଇପଡ଼ିଥିବା ବେଳେ ଜୀବନ ବଞ୍ଚାଇବା ପାଇଁ ସେମାନଙ୍କ ସଂଘର୍ଷ ଚିନ୍ତା ବଢ଼ାଇଛି।

କେତେକ ମୃଗ ବନ୍ୟାଜଳରେ ଭାସିଯାଉଥିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

ଏଭଳି ପରିସ୍ଥିତିରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରିବା ଏକ ବଡ଼ ଆହ୍ୱାନ ହୋଇଛି।

Advertisment କେବଳ ବନ୍ୟପ୍ରାଣୀ ନୁହନ୍ତି, ବନ୍ୟାର ପ୍ରଭାବରେ ସ୍ଥାନୀୟ ଚାଷୀମାନେ ମଧ୍ୟ ବଡ଼ କ୍ଷତି ସହିଛନ୍ତି।

ପ୍ରବଳ ବନ୍ୟାଜଳ ଯୋଗୁଁ ହଜାର ହଜାର ଏକର ଧାନ ଓ ପନିପରିବା ଚାଷ ନଷ୍ଟ ହୋଇଥିବା ଜଣାପଡ଼ିଛି।

ଫଳରେ ଚାଷୀଙ୍କ ଜୀବିକା ସହିତ ଅଞ୍ଚଳର ପ୍ରାକୃତିକ ପରିବେଶ ମଧ୍ୟ ପ୍ରଭାବିତ ହୋଇଛି।

ଏପରି ସ୍ଥିତିରେ କୃଷ୍ଣସାର ମୃଗଙ୍କ ସୁରକ୍ଷାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ପ୍ରକୃତିପ୍ରେମୀମାନେ ଚିନ୍ତା ପ୍ରକଟ କରିଛନ୍ତି।

ବନ୍ୟାଜଳରେ ଫସିଥିବା ବନ୍ୟପ୍ରାଣୀଙ୍କ ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ଉଦ୍ଧାର ଓ ସୁରକ୍ଷା ବ୍ୟବସ୍ଥା ନେବା ଜରୁରୀ ହୋଇପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।