Rayagada DHH: ରୋଗୀଙ୍କୁ ତଡ଼ିଦେବା ଘଟଣା: ରୋଗୀଙ୍କୁ ଦିଆଯାଉଛି ରେଫରାଲ କାଗଜ, ଡାକ୍ତର କହୁଛନ୍ତି ମୁଁ ରେଫର କରିନି
"ରାୟଗଡ଼ା(ଶିବ ପ୍ରସାଦ ଦୋରା): ଗତକାଲି ରାୟଗଡ଼ା ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ତଡିଦେବା ଭଳି ଅଭାବନୀୟ ଘଟଣାରେ ବିବାଦ ବଢ଼ୁଥିବା ଦେଖିବାକୁ ମିଳିଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଉଥିବା ଅନିୟମିତତାକୁ ନେଇ ଡାକ୍ତର ନର୍ସ ଏବଂ ଡାକ୍ତରଖାନା ପରିଚାଳନା ଅଧିକାରୀଙ୍କ କାର୍ଯ୍ୟକୁ ନେଇ ଉଠିଛି ପ୍ରଶ୍ନ । ରୋଗୀଙ୍କ ଜୀବନ ସହ ଖେଳ ଚାଲିଥିବା ଅଭିଯୋଗହୋଇଛି ।
Advertisment ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୧୬ ତାରିଖରେସୂଚନାନୁସାରେ, କାଶୀପୁର ବ୍ଲକ୍ କାହ୍ନୁଗୁଡ଼ା ଗ୍ରାମର ନାବାଳିକା ପଦ୍ମାବତୀ ମାଝୀ (୧୬)ଙ୍କ ରକ୍ତରେ ହିମୋଗ୍ଲୋବିନ୍ ଓ ପ୍ଲେଟଲେଟ୍ ସ୍ତର ଗୁରୁତର ଭାବେ କମିଯାଇଥିଲା।
ଚଳିତ ମାସ ୧୬ ତାରିଖରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।
ପରୀକ୍ଷାରୁ ତାଙ୍କର ହିମୋଗ୍ଲୋବିନ୍ ୮.୬ ଥିଲା ଓ ପ୍ଲେଟଲେଟ୍ ମାତ୍ର ୬୩ ହଜାରକୁ କମିଯାଇଥିଲା।
ରକ୍ତ ପରୀକ୍ଷା ବେଳେ ହିମୋଗ୍ଲୋବିନ କମି ୭.୨ହୋଇଥିଲା ।
ଶୁକ୍ରବାର ହସ୍ପିଟାଲ୍ କର୍ମଚାରୀ କୌଣସି ଚିକିତ୍ସା ନକରି ତାଙ୍କୁ ମେଡିକାଲରୁ ଡିସଚାର୍ଜ କରିଦେଇଥିଲେ ।
ଏହାପରେ ନାବାଳିକା ଓ ପିତାମାତା ବ୍ୟଥିତ ହୋଇ ନାଗାବଳୀରେ ନଦୀରେ ଡେଇଁ ପ୍ରାଣତ୍ୟାଗ କରିବାକୁ ଯାଉଥିଲେ।
ଏନେଇ ସୂଚନା ପାଇ ସାମାଜିକ କର୍ମୀ ବଳରାମ ପଣ୍ଡା ସେମାନଙ୍କୁ ବୁଝାସୁଝା କରି ପୁଣି ହସ୍ପିଟାଲ୍ରେ ଭର୍ତ୍ତିକରାଇଥିଲେ।
ସ୍ଥାନୀୟ ସ୍ବେଚ୍ଛାସେବୀଙ୍କ ହସ୍ତକ୍ଷେପ ପରେ ଏହା ଏକ ଗୁରୁତର ଭୁଲ୍ ବୋଲି ସ୍ୱୀକାର କରିଛନ୍ତି।
ନାବାଳିକାଙ୍କୁ ମେଡିସିନ୍ ୱାର୍ଡରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଦୁର୍ବ୍ୟବହାର ସହିତ ଚିକିତ୍ସା ବଦଳରେ ଜୋରଜବରଦସ୍ତ ଡିସଚାର୍ଜ କରିଦେବାରୁ ନିରାଶ ହୋଇ ପୁରା ପରିବାର ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଯାଉଥିଲେ ।
କିନ୍ତୁ ସାମାଜିକ କର୍ମୀ ବଳରାମ ପଣ୍ଡାଙ୍କ ତ୍ବରିତ ପଦକ୍ଷେପ ଯୋଗୁଁ ଅଘଟଣ ଟଳିଯାଇଥିଲା ।
ସାମାଜିକ କର୍ମୀ ଓ ସାମ୍ବାଦିକଙ୍କ ହସ୍ତେକ୍ଷେପ ପରେ ପଦ୍ମାବତୀଙ୍କୁ ପୁଣି ଡିଏଚଏଚ ରେ ଭର୍ତ୍ତି କରାଯାଇଥିଲା ।
ଅପରପକ୍ଷରେ ଭେଷଜ ବିଶେଷଞ୍ଜ ଗୌରୀ ଶଙ୍କରଙ୍କ ଦସ୍ତଖତ ହୋଇଥିବା ରୋଗୀଙ୍କୁ ରେଫର କରାଯାଇଥିବା ନେଇ ଦସ୍ତାବିଜ୍ ସାମ୍ନାକୁ ଆସିବା ପରେ ଘଟଣା ବିବାଦୀୟ ହୋଇପଡିଛି ।
ସେପ୍ଟେମ୍ବର ୧୭ ତାରିଖ ଦିନ ଡାକ୍ତର ଗୌରୀ ଶଙ୍କର ପଦ୍ମାବତୀଙ୍କୁ କୋରାପୁଟ କିମ୍ବା ବ୍ରହ୍ମପୁର ମେଡିକାଲ କଲେଜ ଏବଂ ହସପିଟାଲକୁ ରେଫର କରିବା ପାଇଁ ନିଜ ସିଲ ଏବଂ ଦସ୍ତଖତରେ ଲେଖିଛନ୍ତି ।
ରେଫରାଲ ଚିଠିରେ ଯେଉଁ ସମୟ ଦେଖାଇଛନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।
କାଲି ଏହି ଅଭାବନୀୟ ଘଟଣା ମଧ୍ୟାନ୍ନରେ ସାମ୍ନାକୁ ଆସିଥିବା ବେଳେ ସକାଳ ୯.୩୦ ସମୟରେ ରେଫରାଲ କରାଯାଇଥିଲା ।
ସମୟ ଏବଂ ତାରିଖକୁ ମଧ୍ୟ ଟାମ୍ପରିଂ କରାଯାଇଥିବା ରେଫରାଲ ଚିଠିରେ ଦେଖିବାକୁ ମିଳିଛି ।
ତଦନ୍ତ ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ଅପରପକ୍ଷରେ ଡାକ୍ତର ଗୌରୀ ଶଙ୍କର ରୋଗୀକୁ ରେଫର କରିନଥିବା ଅଡିଓରେ ଶୁଣିବାକୁ ମିଳିଛି ।
ମେଡିସିନ ୱାର୍ଡ ଦାୟିତ୍ବରେ ଥିବା ନର୍ସଙ୍କ ଉପରେ ଅଭିଯୋଗ ହୋଇଛି ।
ଗତକାଲି ରୋଗୀ ପଦ୍ମାବତୀଙ୍କ ପିତା ଶଙ୍କର ମାଝି ନର୍ସ ଜଣଙ୍କ ଦୁର୍ବ୍ୟବହାର କରିବା ସହ ଦୁର୍ବ୍ୟବହାର କରି ତଡିଦେଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ମେଡିସିନ୍ ୱାର୍ଡର ନର୍ସିଂଙ୍ଗ ଷ୍ଟାଫଙ୍କ କାର୍ଯ୍ୟକୁ ତଦନ୍ତ କରିବାକୁ ସାମାଜିକ କର୍ମୀ ବଳରାମ ପଣ୍ଡା ଦାବି କରିଛନ୍ତି ।
ଅପରପକ୍ଷରେ ଏହି ଘଟଣାର ତଦନ୍ତ ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।
Accident: ବଙ୍ଗୋମୁଣ୍ଡା-ସିନ୍ଧେକେଲା ରାସ୍ତାରେ ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।