Remaining Flood Compensation Soon: ପୂଜା ପୂର୍ବରୁ ହେବ ବନ୍ୟା କ୍ଷୟକ୍ଷତି ଆକଳନ, ୧୦ରେ ମିଳିବ କ୍ଷତିପୂରଣ
ବିପର୍ଯ୍ୟୟ ସମୟରେ ଅବହେଳାକୁ ନେଇ ଆକ୍ସନ ନେଇଛନ୍ତି ସରକାର। ଅବହେଳା କରିଥିବା ଅଧିକାରୀଙ୍କୁ କରିଛନ୍ତି ନିଲମ୍ବିତ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏହା ଛଡା ପୂଜା ପୂର୍ବରୁ ହେବ ବର୍ଷା ବନ୍ୟା କ୍ଷୟକ୍ଷତିର ଆକଳନ। ୧୦ ତାରିଖ ସୁଦ୍ଧା କ୍ଷତିଗ୍ରସ୍ତ ପାଇବେ କ୍ଷତିପୂରଣ। ଏନେଇ ନିର୍ଦ୍ଦେଶ ଦେଲେ ରାଜସ୍ୱ ମନ୍ତ୍ରୀ। ଅନ୍ୟପଟେ ବନ୍ୟା ସମୟରେ ଅବହେଳା ଅଭିଯୋଗରେ ଚାନ୍ଦବାଲି ବିଡିଓଙ୍କୁ ନିଲମ୍ବନ କରାଯାଇଛି।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାରୀ ଅଧିକାରୀଙ୍କ ଅବହେଳାକୁ ଅକ୍ଷମଣୀୟ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ଆଶା, ଅଙ୍ଗନୱାଡି, ଏନଡିଆରଏଫ, ଓଡ୍ରାଫ ସମେତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ। ପ୍ରଥମ ପର୍ଯ୍ୟାୟରେ ୨୬୧ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଇଥିବା ବେଳେ ଦକ୍ଷିଣ ଓଡ଼ିଶାକୁ ୨୦ କୋଟି ଟଙ୍କା ଦିଆଯାଇଛି। ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ଶୀଘ୍ର ବାକି କ୍ଷତିପୂରଣ ଯୋଗାଇ ଦିଆଯିବ।
ପୂଜା ପୂର୍ବରୁ ହେବ ବନ୍ୟା କ୍ଷୟକ୍ଷତି ଆକଳନ
୧୦ ତାରିଖ ସୁଦ୍ଧା କ୍ଷତିଗ୍ରସ୍ତଙ୍କୁ ମିଳିବ କ୍ଷତିପୂରଣ
ପ୍ରଥମ ପର୍ଯ୍ୟାୟରେ ୨୬୧ କୋଟିର ସହାୟତା
ବିପର୍ଯ୍ୟୟରେ ଅବହେଳା, ଅଧିକାରୀଙ୍କ ଉପରେ ଆକ୍ସନ୍
ଅବହେଳା ଅଭିଯୋଗରେ ଚାନ୍ଦବାଲି ବିଡିଓ ନିଲମ୍ବିତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।