Rengali Dam Gates Open Amid Rising Water: ରେଙ୍ଗାଳି ଡ୍ୟାମର ଖୋଲିଲା ଗେଟ୍, ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ

Aug 10, 2026 - 14:46
Rengali Dam Gates Open Amid Rising Water: ରେଙ୍ଗାଳି ଡ୍ୟାମର ଖୋଲିଲା ଗେଟ୍, ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ

ଦ୍ୱିତୀୟ ଥର ପାଇଁ ରେଙ୍ଗାଳି ଡ୍ୟାମରୁ ବନ୍ୟାଜଳ ନିଷ୍କାସନ। ଡ୍ୟାମର ୮ ନମ୍ବର ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମରୁ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ନିଷ୍କାସନ ହୋଇଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ରେ ୨ ହଜାର ଘନ ମିଟର ଜଳ ନିଷ୍କାସନ ହେଉଛି।

ଉପର ମୁଣ୍ଡରେ ବର୍ଷା ଯୋଗୁଁ ରେଙ୍ଗାଳି ଜଳ ଭଣ୍ଡାରର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଛି। ରେଙ୍ଗାଳି ଜଳ ଭଣ୍ଡାରର ଜଳ ଧାରଣା କ୍ଷମତା ୧୨୩.୫୦ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାରରେ ଜଳସ୍ତର ୧୨୨.୧୪ ମିଟର ରହିଛି। ଜଳ ଭଣ୍ଡାର ଭିତରକୁ ୨୫ଶହ ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ ୨ ହଜାର ଘନ ମିଟର ଜଳ ନିଷ୍କାସିତ ହେଉଛି। ଯାହାକୁ ନେଇ ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀ ପାଖକୁ କାହାକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । 

ଦ୍ୱିତୀୟ ଥର ପାଇଁ ରେଙ୍ଗାଳି ଡ୍ୟାମରୁ ବନ୍ୟାଜଳ ନିଷ୍କାସନ
ଡ୍ୟାମର ୮ ନମ୍ବର ଗେଟ ଦେଇ ବନ୍ୟାଜଳ ନିଷ୍କାସନ
ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟାଜଳ ନିଷ୍କାସନ 
ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ଜଳ ନିଷ୍କାସନ 
ପ୍ରତି ସେକେଣ୍ଡରେ ୨ ହଜାର ଘନ ମିଟର ଜଳ ନିଷ୍କାସନ
ଉପରମୁଣ୍ଡରେ ବର୍ଷାରୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।