Resigns: ପଞ୍ଜାବ କିଙ୍ଗ୍‌ସର ଦୁଇ ପ୍ରଶିକ୍ଷକ ହୋପ୍ସ, ହାଡିନଙ୍କ ଇସ୍ତଫା

Oct 08, 2026 - 15:02
Resigns: ପଞ୍ଜାବ କିଙ୍ଗ୍‌ସର ଦୁଇ ପ୍ରଶିକ୍ଷକ ହୋପ୍ସ, ହାଡିନଙ୍କ ଇସ୍ତଫା

"ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗ୍‌ସର ଦୁଇ ପ୍ରଶିକ୍ଷକ ଜେମ୍ସ ହୋପ୍ସ (ବୋଲିଂ) ଓ ବ୍ରାଡ୍‌ ହାଡିନ (ଫିଲ୍ଡିଂ) ନିଜ ନିଜ ପଦରୁ ଗୁରୁବାର ଇସ୍ତଫା ଦେଇଛନ୍ତି।

ଉଭୟ ଅଷ୍ଟ୍ରେଲୀୟ ଘରୋଇ କ୍ରିକେଟ୍‌ରେ ପ୍ରଶିକ୍ଷଣ ଦାୟିତ୍ବ ତୁଲାଇବେ।

ହୋପ୍ସଙ୍କୁ କ୍ବିନ୍ସଲାଣ୍ଡ ଓ ବ୍ରିସ୍‌ବେନ୍‌ ହିଟ୍‌ର ଏବଂ ହାଡିନ୍‌ଙ୍କୁ ନ୍ୟୁ ସାଉଥ୍‌ ୱେଲ୍ସର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ନେବେ।Advertisment ୩ ଜଣ ସହଯୋଗୀ ଅଧିକାରୀଙ୍କୁ ହରାଇଛି ଦଳ ଏମାନେ ଦୁଇ ଜଣ ପଞ୍ଜାବ କିଙ୍ଗ୍ସ ଛାଡ଼ିବା ପରେ ସଂପ୍ରତି ୨୦୨୬ରେ ଥିବା ୩ ଜଣ ସହଯୋଗୀ ଅଧିକାରୀଙ୍କୁ ହରାଇଛି ଦଳ।

ପୂର୍ବରୁ ସାଇରାଜ ବାହୁତୁଲେ ଭାରତୀୟ ପୁରୁଷ ଦଳର ସ୍ପିନ୍‌ ବୋଲିଂ ପ୍ରଶିକ୍ଷକ ଦାୟିତ୍ବ ପାଇବାରୁ ପଞ୍ଜାବ କିଙ୍ଗ୍ସ ଛାଡ଼ିଥିଲେ।

ହାଡିନ ୨୦୨୨ରେ ପଞ୍ଜାବ କିଙ୍ଗସର ଟ୍ରେଭର ବାଇଲିସ୍‌ଙ୍କ ପ୍ରଶିକ୍ଷକ ମଣ୍ଡଳିରେ ଯୋଗ ଦେଇଥିଲେ।

ରିକି ପଣ୍ଟିଂଙ୍କ ସହ ହୋପ୍ସ ୨୦୨୫ରୁ ଦିଲ୍ଲୀ କ୍ୟାପିଟାଲ୍ସରୁ ଆସି ଦଳରେ ଯୋଗ ଦେଇଥିଲେ।

୨୦୨୬ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍ସ ଆରମ୍ଭରୁ ୬ ମ୍ୟାଚ୍‌ ଜିତିଥିଲା ମଧ୍ୟ ପରେ ଖରାପ ପ୍ରଦର୍ଶନ କରି ପ୍ଲେ ଅଫ୍‌ସ ପୂର୍ବରୁ ବିଦାୟ ନେଇଥିଲା।

T20: ଶୁକ୍ରବାର ଭାରତ-ଇଣ୍ଡିଜ୍‌ ଦ୍ବିତୀୟ ଟ୍ବେଣ୍ଟି-୨୦ ସଞ୍ଜୁଙ୍କୁ ନେଇ ଚିନ୍ତା; ଫେରିବା ଆଶାରେ ବୈଭବ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।