Retirement speculations: ଅବସର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

Sep 16, 2026 - 09:47
Retirement speculations: ଅବସର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

"ନିକଟରେ ଏକ ବ୍ଲଗ୍‌ ପୋଷ୍ଟରେ "ରିଟାୟାର୍‌" ବା ଅବସର ଶବ୍ଦ ପ୍ରୟୋଗ କରି ପ୍ରଶଂସକଙ୍କୁ ଚକିତ କରିଦେଇଥିଲେ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ।

ବିଶ୍ରାମ ଉଦ୍ଦେଶ୍ୟରେ ସେ ଲେଖିଥିବା ଏହି ଶବ୍ଦକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହୋଇଥିଲା।

ଫଳରେ ମହାନାୟକ ଅମିତାଭ ବଚ୍ଚନ ଅଭିନୟ ଜଗତରୁ ଅବସର ନେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ମୁଣ୍ଡ ଟେକିଥିଲା।

ତେବେ ଏହି ଚର୍ଚ୍ଚାରେ ଏବେ ସେ ନିଜେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।Advertisment Horoscope 2026 September 16: ଜାଣନ୍ତୁ ଆଜିର ରାଶିଫଳ...

ଅମିତାଭଙ୍କ "ଇଟ୍‌ସ ଲେଟ୍‌, ଟାଇମ୍‌ ଟୁ ରିଟାୟାର୍‌" ପୋଷ୍ଟ୍‌ଟିକୁ ଭୁଲ୍‌ ଭାବେ ବ୍ୟାଖ୍ୟା କରାଯାଇଛି ଏବଂ ଏହାକୁ ସେ ହାସ୍ୟାସ୍ପଦ ବୋଲି ମଧ୍ୟ କହିଛନ୍ତି।

୮୩ ବର୍ଷ ବୟସରେ ମଧ୍ୟ ଅମିତାଭ ବଚ୍ଚନଙ୍କର କାମ ପ୍ରତି ଆଗ୍ରହ କମିନାହିଁ।

ସେ ଏବେ "କୌନ୍‌ ବନେଗା କରୋଡ଼ପତି ୧୮"ର ହୋଷ୍ଟ ଭାବେ ଦର୍ଶକଙ୍କ ସହ ଯୋଡ଼ି ହୋଇଛନ୍ତି।

ନିଜର କାମ ଓ ବ୍ୟସ୍ତ କାର୍ଯ୍ୟସୂଚୀ ବିଷୟରେ ସେ ପୂର୍ବରୁ ମଧ୍ୟ ବ୍ଲଗ୍‌ରେ ଅନେକଥର ଲେଖିଛନ୍ତି।

ତେଣୁ, ବିଗ୍‌ ବିଙ୍କ ସ୍ପଷ୍ଟୀକରଣ ପରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏହି ଖବର ଆଶ୍ୱସ୍ତି ଆଣିଛି।

ଅଭିନୟ ଜଗତରୁ ସେ ବିଦାୟ ନେଇନାହାନ୍ତି, ବରଂ ଆଗକୁ ମଧ୍ୟ ତାଙ୍କୁ ବିଭିନ୍ନ ପ୍ରକଳ୍ପରେ ଦେଖିବାକୁ ମିଳିବ।

Sex Racket Busted: ଲାଗିଥିଲା ଅବସରପ୍ରାପ୍ତ ପୁଲିସ ଇନ୍‌ସପେକ୍ଟର ନାମଫଳକ, ଚାଲିଥିଲା ଦେହ ବ୍ୟବସାୟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।