Revenue Minister: ସମ୍ଭାବ୍ୟ ପରିସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରୁ ମୌସୁମୀ ଶୀଘ୍ର ଫେରିଯିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରୁଛି। ପୂର୍ବ ବର୍ଷ ତୁଳନାରେ ଏଥର ଆଗୁଆ ଖରାଦିନ ଭଳି ଗରମ ଓ ପ୍ରବଳ ଗୁଳୁଗୁଳି ବି ହେବ। ତେଣୁ ଏପରି ସ୍ଥିତିର କିପରି ମୁକାବିଲା କରାଯିବ ସେନେଇ କେନ୍ଦ୍ର ଓ ରାଜ୍ୟ ପାଣିପାଗ ବିଭାଗ, ଏସ୍ଆର୍ସି ଅଧ୍ୟୟନ କରୁଛନ୍ତି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଏଲ୍ନିନୋ ପ୍ରଭାବରେ ରାଜ୍ୟରେ କମ୍ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିବାବେଳେ ଚଳିତବର୍ଷ ଜୁଲାଇ, ଅଗଷ୍ଟରେ ସ୍ବାଭାବିକ ଠାରୁ ଢେର୍ ଅଧିକ ବର୍ଷା ହେଲା। ଏପରିକି ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ୪ଥରରୁ ଅଧିକ ବନ୍ୟା ଆସିଲା। ତେଣୁ ଏବେ ପାଣିପାଗ ବିଭାଗ ଆଗୁଆ ଖରା, ଅଧିକ ଗୁଳୁଗୁଳି ନେଇ ସ୍ଥିତି କ’ଣ ରହିବ ତାହା ଉପରେ ସମସ୍ତେ ନଜର ରଖିଛନ୍ତି।
Hanuman Temple: ବୁଲଡୋଜର-କ୍ରେନ୍ ବି ହଟାଇପାରିଲାନି ହନୁମାନଙ୍କ ମୂର୍ତ୍ତି
ଏଥର ଆଗୁଆ ଖରା ସହ ଅସହ୍ୟ ଗୁଳୁଗୁଳି ସମ୍ଭାବନା
ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ ଏବେ ଯେଉଁ ଚିତ୍ର ଆସିଛି ତାହା କେବଳ ପ୍ରାଥମିକ ଆକଳନ। ଅଧିକ ଅଧ୍ୟୟନ ଓ ବିଶ୍ଳେଷଣ ପରେ ହିଁ ଆଗାମୀ ଗ୍ରୀଷ୍ମର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ। ତେଣୁ ବର୍ତ୍ତମାନଠାରୁ ଲୋକେ ଆତଙ୍କିତ କିମ୍ବା ବ୍ୟସ୍ତ ନହୋଇ, ସମ୍ଭାବ୍ୟ ପରିସ୍ଥିତି ପାଇଁ ସତର୍କ ରହିବା ଆବଶ୍ୟକ। ରାଜ୍ୟ ସରକାର ବି ଆଗାମୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି। ସମ୍ଭାବ୍ୟ ଗରମ ଓ ଗୁଳୁଗୁଳିର ମୁକାବିଲା ପାଇଁ ରାଜ୍ୟ ସରକାର ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପାଣିପାଗର ପରିବର୍ତ୍ତନ ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ତେବେ ମୌସୁମୀ କେତେ ଶୀଘ୍ର ଫେରିବ ଏବଂ ଗ୍ରୀଷ୍ମର ତାତି କେତେ ବଢ଼ିବ, ତାହା ଆଗାମୀ ଦିନର ଅଧିକ ବିଶ୍ଳେଷଣ ପରେ ସ୍ପଷ୍ଟ ହେବ। ଅପରପକ୍ଷେ ଏଥର ଯଦି ଆଗୁଆ ଗ୍ରୀଷ୍ମପ୍ରବାହ ହୁଏ, ଗୁଳୁଗୁଳି ହୁଏ ତେବେ ଆଳୁ, ଆମ୍ବ ଚାଷ ସମେତ କୋବି, ଟମାଟୋ ଭଳି ପନିପରିବା ଚାଷ ପ୍ରଭାବିତ ହେବା ଆଶଙ୍କା ଅଧିକ। ଏହାକୁ ନେଇ କୃଷି ବିଭାଗ କିପରି ପ୍ରସ୍ତୁତି କରୁଛି ତାହା ଉପରେ ଚାଷୀଙ୍କ ନଜର ରହିବ।
Ram temple CEO: ଭକ୍ତଙ୍କ ସମର୍ଥନ ଲୋଡ଼ିଲେ ରାମମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ ଜିତେନ୍ଦ୍ର ମିଶ୍ର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।