River Tragedy: ନଦୀରେ ବୁଡ଼ି ସାନ ଭାଇ ମୃତ, ବଡ଼ ଭାଇ ନିଖୋଜ
ମାଛ ଧରିବା ହେଲା କାଳ। ନଦୀରେ ବୁଡ଼ି ସାନ ଭାଇ ମୃତ, ବଡ଼ ଭାଇ ନିଖୋଜ । ଆଠଗଡ଼ ଇଚ୍ଛାପୁର ନିକଟ ସାପୁଆ ନଦୀରେ ଘଟିଛି ଅଘଟଣ। ସାନଭାଇ ୨୫ ବର୍ଷୀୟ ପିଣ୍ଟୁ ସାମଲଙ୍କ ମୃତ୍ୟୁ ହୋଇଥିବା ବେଳେ ବଡ଼ଭାଇ ମଣ୍ଟୁ ସାମଲ ଏବେ ବି ନିଖୋଜ ଅଛନ୍ତି । ମାଛ ମାରିବା ପାଇଁ ନଦୀକୁ ଯାଇଥିବା ବେଳେ ଦୁଇ ଭାଇ ପାଣିରେ ଭାସିଯାଇଥିଲେ ।
ଗ୍ରାମବାସୀଙ୍କ ସହଯୋଗରେ ଅଗ୍ନିଶମ ବାହିନୀ ପିଣ୍ଟୁଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ଏଯାଏଁ ମଣ୍ଟୁଙ୍କର କୌଣସି ପତ୍ତା ମିଳିପାରିନି । ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି ।
ଆଠଗଡ଼ ଇଚ୍ଛାପୁରରେ ଅଭାବନୀୟ ଘଟଣା
ମୃତକ ୨୫ ବର୍ଷୀୟ ପିଣ୍ଟୁ ସାମଲ
ବଡ଼ଭାଇ ମଣ୍ଟୁ ସାମଲଙ୍କର ମିଳୁନି ପତ୍ତା
ସାପୁଆ ନଦୀରେ ମାଛ ମାରିବା ବେଳେ ଅଘଟଣ
ଗ୍ରାମବାସୀଙ୍କ ସହ ଖୋଜାଖୋଜି କରୁଛନ୍ତି ଅଗ୍ନିଶମ କର୍ମଚାରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।