Road Accident: ଦୁର୍ଘଟଣାରେ ଇଣ୍ଡିଗୋ କ୍ୟାବିନ୍ କ୍ରୁ କୈନୁର୍ ମିସ୍ତ୍ରୀ ମୃତ
"ମୁମ୍ବାଇ: ମୁମ୍ବାଇରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଇଣ୍ଡିଗୋ ଏୟାରଲାଇନ୍ସର ୩୪ ବର୍ଷୀୟା କ୍ୟାବିନ୍ କ୍ରୁ'' କୈନୁର୍ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି।
ଗତ ଶୁକ୍ରବାର ଘରେ ରହୁଥିବା କୈନୁର୍ କର୍ତ୍ତବ୍ୟରେ ଯୋଗଦେବା ପାଇଁ ଏୟାରପୋର୍ଟ ଯାଉଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିଲା।
ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ସେ ଯାଉଥିବା ଗାଡ଼ିକୁ ସିଧାସଳଖ ଧକ୍କା ଦେଇଥିଲା।
ଗାଡ଼ିର ବାମ ପାଖ ସିଟରେ ବସିଥିବା କୈନୁର୍ ଏଥିରେ ଗୁରୁତର ଆହତ ହୋଇଥିଲେ।
ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇ ଭେଣ୍ଟିଲେଟର୍ ସପୋର୍ଟରେ ରଖାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତ କୈନୁର୍ ଜଣେ ସିଙ୍ଗଲ୍ ମଦର୍ ଥିଲେ ଏବଂ ତାଙ୍କର ୫ ବର୍ଷର ଗୋଟିଏ ସନ୍ତାନ ରହିଛି।Advertisment ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଏହି ଦୁର୍ଘଟଣା ପରେ ବିମାନ ସେବା ସଂସ୍ଥା ପକ୍ଷରୁ ସମସ୍ତ କ୍ୟାବ୍ ଭେଣ୍ଡରଙ୍କୁ କଡ଼ା ସାବଧାନତା ଅବଲମ୍ବନ କରିବାକୁ ଏବଂ ଗାଡ଼ି ଚାଳନା ସମୟରେ ଆବଶ୍ୟକ ସୁରକ୍ଷା ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଇଣ୍ଡିଗୋ ପକ୍ଷରୁ କୌଣସି ଆନୁଷ୍ଠାନିକ ବିବୃତି ଜାରି କରାଯାଇ ନଥିଲେ ହେଁ, ସଂସ୍ଥାର ଏକ ପ୍ରତିନିଧି ଦଳ ମୃତକଙ୍କ ପରିବାର ସହ ରହି ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି।
ଅପରପକ୍ଷରେ, ଏହି ସଡ଼କ ଦୁର୍ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଦେଶରେ ବେପରୁଆ ଗାଡ଼ି ଚାଳନା ଏବଂ ଟ୍ରାଫିକ୍ ନିୟମ କୋହଳତାକୁ ନେଇ ସାଧାରଣରେ ଆକ୍ରୋଶ ସୃଷ୍ଟି ହୋଇଥିବା ବେଳେ ଘଟଣା ସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
ଏନସିପି ଓ ଶିବସେନା ଭଳି ହେବ କି ଟିଏମସିର ଅବସ୍ଥା?
ମମତା ବାନାର୍ଜୀଙ୍କ ପାଖରେ ଏବେ କେଉଁ ସବୁ ବିକଳ୍ପ ଅଛି?
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।