Road Turns Paddy Field: କାଦୁଅ ରାସ୍ତାରେ ଧାନ ରୋଇ ପ୍ରତିବାଦ, ତ୍ରୁଟିପୂର୍ଣ୍ଣ କଲଭର୍ଟ ସହ ନିମ୍ନମାନର ରାସ୍ତା କାମ ଅଭିଯୋଗ
କାଦୁଅ ରାସ୍ତାରେ ଧାନ ରୋଇ କଲେ ପ୍ରତିବାଦ। କାଦୁଅ ରାସ୍ତା ମରାମତି ଦାବିରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ଦେଓଗଡ ଜିଲ୍ଲା ରିଆମାଳ ବ୍ଲକ ବେଗୁନିଆନାଳି ଜରିସାହି ରାସ୍ତାର ଦୁରାବସ୍ଥାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ତ୍ରୁଟିପୂର୍ଣ୍ଣ ଡିଜାଇନରେ କଲଭର୍ଟ ନିର୍ମାଣ ସାଙ୍ଗକୁ ନିମ୍ନମାନର କାମ ଯୋଗୁଁ ରାସ୍ତା ଉପରେ ଆଣ୍ଠୁଏ ବହଳର କାଦୁଅ ଜମି ରହିଥିବା ଅଭିଯୋଗ ହୋଇଛି। ଏହି ରାସ୍ତା ଉପରେ ନିର୍ଭରଶୀଳ ଶହ ଶହ ଲୋକ ପ୍ରତିଦିନ ଯାତାୟାତ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ରାସ୍ତାର ମରାମତି ପାଇଁ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିବା ସହ ଦାବି ଜଣାଇ ଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଫଳରେ ସରକାରୀ ଅବହେଳା ପ୍ରତିବାଦରେ ବେଗୁନିଆନାଳି ଗ୍ରାମବାସୀ କାଦୁଅ ପଚପଚ ରାସ୍ତା ଉପରେ ଧାନ ରୋଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।