Robbery: କଟୁରୀ ଲଗାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ: ୧୫ ହଜାର ଟଙ୍କା ଏବଂ ବ୍ୟାଗ ନେଇ ଲୁଟେରା ଚମ୍ପଟ

Sep 03, 2026 - 15:00
Robbery: କଟୁରୀ ଲଗାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ: ୧୫ ହଜାର ଟଙ୍କା ଏବଂ ବ୍ୟାଗ ନେଇ ଲୁଟେରା ଚମ୍ପଟ

"ବାଲିପାଟଣା : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ହଂସପାଳ- ଅଭୟମୁଖି ଗୋପ ବ୍ରାଞ୍ଚ କେନାଲ ବନ୍ଧ ରାସ୍ତା ସାହେବନଗରଠାରେ ୨ ଜଣ ଫାଇନାନ୍ସ କର୍ମଚାରୀଙ୍କ ବେକରେ କଟୁରୀ ଲଗାଇ ଲୁଟ କରିଛନ୍ତି ୨ ଜଣ ଲୁଟେରା ।

ଭାରତ ଫାଇନାନ୍ସର ୨ ଜଣ କର୍ମଚାରୀ ମହେଶ ବେହେରା ଏବଂ ଆଲୋକ ନାଥ ଜୟଦେବ ନିକଟରୁ ଋଣ ଟଙ୍କା ଆଦାୟ କରି ବାଲିପାଟଣା ଅଭିମୁଖେ ଆସୁଥିଲେ ।Advertisment ଆହୁରି ପଢନ୍ତୁ :  Cyclone: ଚୀନ୍‌ରେ ତାଣ୍ଡବ ରଚିଲା ଘୂର୍ଣ୍ଣିବାତ୍ୟା"ସାଉଡେଲ୍": ଫୁଜିଆନ୍ ପ୍ରଦେଶରେ ଲ୍ୟାଣ୍ଡଫଲ୍  ସାହେବନଗରଠାରେ ୨ ଜଣ ମୁଖା ପିନ୍ଧା ଲୁଟେରା ବାଇକରେ ଆସି ପ୍ରଥମେ ଫାଇନାନ୍ସ କର୍ମଚାରୀଙ୍କୁ ଅଟକାଇଥିଲେ ।

ପରେ ବେକରେ ଏକ ତେଲେଙ୍ଗାକଟୁରୀ ଲଗାଇ ଧମକାଇବା ସହ ୧୫ ହଜାର ଟଙ୍କାସହ ବ୍ୟାଗ୍ ନେଇ ଫେରାର ହୋଇଯାଇଛନ୍ତି | ବ୍ୟାଗରେ ଫାଇନାନ୍ସ କର୍ମଚାରୀଙ୍କର ଟ୍ୟାବ୍ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ଥିଲା ।

ଏ ନେଇ ଫାଇନାନ୍ସ କର୍ମଚାରୀ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି ।

ପୋଲିସ ଏହି ଘଟଣାରତଦନ୍ତ କରୁଛି ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।