Rockfall: ପାହାଡ଼ରୁ ପଥର ଖସି ଅବସରପ୍ରାପ୍ତ ବାୟୁସେନା ଅଫିସର ମୃତ, ୨ ଆହତ

Oct 07, 2026 - 16:55
Rockfall: ପାହାଡ଼ରୁ ପଥର ଖସି ଅବସରପ୍ରାପ୍ତ ବାୟୁସେନା ଅଫିସର ମୃତ, ୨ ଆହତ

"ମେଟ୍ଟୁପାଲାୟମ୍: ବର୍ଷାରେ ଭିଜି ରହିଥିବା କୁନ୍ନୁର୍-ମେଟ୍ଟୁପାଲାୟମ୍ ପାହାଡ଼ିଆ ରାସ୍ତାର ବୁର୍ଲିୟାର୍ ନିକଟରେ ବୁଧବାର ସକାଳ ପ୍ରାୟ ୯:୧୫ ସମୟରେ ଏକ ଚଳନ୍ତା କାର୍ ଉପରେ ବିରାଟ ଆକାରର ପଥର ଖସିପଡ଼ିବାରୁ ୬୪ ବର୍ଷୀୟ ଅବସରପ୍ରାପ୍ତ ବାୟୁସେନା ଅଫିସର ବି.

କୃଷ୍ଣମୂର୍ତ୍ତୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ସମେତ ଅନ୍ୟ ଜଣେ ମହିଳା ଆହତ ହୋଇଛନ୍ତି।

ନୀଳଗିରି ଅଞ୍ଚଳରେ ବିଗତ କିଛି ଦିନ ହେବ ଲଗାତାର ପ୍ରବଳ ବର୍ଷା ଯୋଗୁଁ ମାଟି ଅଲଗା ହୋଇ ପାହାଡ଼ରୁ ପଥରଟି ଗଡ଼ିଆସି ଗାଡ଼ି ଉପରେ ପଡ଼ିଥିଲା।Advertisment ଉଟି ନିକଟସ୍ଥ ଜଗଥାଲା ବାସିନ୍ଦା କୃଷ୍ଣମୂର୍ତ୍ତୀ ନିଜ ପରିବାର ଓ ସମ୍ପର୍କୀୟଙ୍କ ସହ ମେଟ୍ଟୁପାଲାୟମ୍ ଯାଉଥିବା ବେଳେ କାରର ପଛ ସିଟର ବାମ ପାଖରେ ବସିଥିଲେ, ଯାହାଫଳରେ ପଥର ଆଘାତରେ ସେ ଗୁରୁତର ଭାବେ ଆହତ ହୋଇଥିଲେ।

ତାଙ୍କୁ ତୁରନ୍ତ ମେଟ୍ଟୁପାଲାୟମ୍ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ସ୍ତ୍ରୀଙ୍କ ସମେତ ଅନ୍ୟ ଜଣେ ମହିଳା ଆହତ ଏହି ଦୁର୍ଘଟଣାରେ ତାଙ୍କ ସ୍ତ୍ରୀ କେ.

ଦେବଗୀ (୬୦)ଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ ସମ୍ପର୍କୀୟ ଚିନ୍ତାମଣି (୬୮)ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଏବଂ ସେମାନଙ୍କୁ କୋଏମ୍ବାଟୋରର ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ଗାଡ଼ି ଚଳାଉଥିବା କୃଷ୍ଣମୂର୍ତ୍ତୀଙ୍କ ପୁଅ କାର୍ତ୍ତିକ (୩୦) ଏବଂ ଅନ୍ୟ ଜଣେ ସମ୍ପର୍କୀୟ ଇନ୍ଦିରା (୬୧) ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଏହି ଘଟଣାରେ ମେଟ୍ଟୁପାଲାୟମ୍ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ବିଶ୍ୱରେ ମୁଦ୍ରାସ୍ଫୀତି ଚାପ ବଢ଼ିବା ଆଶଙ୍କା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।