Rohit Sharma: ଦିନିକିଆ ଲାଗି ଲଣ୍ଡନରେ ଅଭ୍ୟାସରତ ରୋହିତ
ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଆଗାମୀ ଦିନିକିଆ ଶୃଙ୍ଖଳା ଲାଗି ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଲଣ୍ଡନରେ ପହଞ୍ଚି ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଚଳିତ ମାସ ୧୪ରୁ ବର୍ମିଂହାମରେ ଆରମ୍ଭ ହେବ। ଶୃଙ୍ଖଳା ଆରମ୍ଭ ପୂର୍ବରୁ ନିଜକୁ ପରିବେଶ ସହ ଖାପ ଖୁଆଇବା ଲାଗି ରୋହିତ ଆଗୁଆ ପହଞ୍ଚି ସ୍ଥାନୀୟ କ୍ଲବ୍, ବୋଲର୍ ଓ ଅନ୍ତରଙ୍ଗ ସାଥୀଙ୍କ ସହ ଲଣ୍ଡନର ପାଖାପାଖି ଅଭ୍ୟାସ କରିଛନ୍ତି।
FIFA: ଫାଇନାଲ୍ ମ୍ୟାଚ୍ ମଧ୍ୟାନ୍ତର ସୋ’ରେ ବିବରଙ୍କ ଜଲୱା ଦେଖିବେ ଦର୍ଶକ
ରୋହିତଙ୍କ ଭଲ ରେକର୍ଡ
ବର୍ମିଂହାମରେ ଭାରତୀୟ ଦଳ ସହ ଯୋଗ ଦେବା ପୂର୍ବରୁ ବର୍ଗସାୟାରସ୍ଥିତ ସ୍ଲୋ କ୍ରିକଟ୍ କ୍ଲବ୍ ଓ ବ୍ଲୋଣ୍ଡିନ୍ପାର୍କ ନିକଟସ୍ଥ ସ୍ବିନକୋମ୍ବ କ୍ରିକେଟ୍ କ୍ଲବ୍ରେ ନିଜର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଇଂଲଣ୍ଡରେ ୩୯ ବର୍ଷୀୟ ରୋହିତଙ୍କ ଭଲ ରେକର୍ଡ ରହିଛି। ସେ ଏଠାରେ ୨୭ ମ୍ୟାଚ୍ ଖେଳି ୭ ଶତକ ସହ ୬୪.୯ ହାରରେ ୧୪୨୮ ରନ୍ କରିଛନ୍ତି। ଯାହା ଭ୍ରମଣକାରୀ ବ୍ୟାଟର୍ ଭାବେ ସର୍ବାଧିକ। ଆଫଗାନିସ୍ତାନ ବିପକ୍ଷ ଦିନିକିଆ ପୂର୍ବରୁ ମାଂସପେସୀ ଟାଣି ହେବା ଜନିତ ଆହତ ସମସ୍ୟା ଯୋଗୁଁ କ୍ରିକେଟ୍ରୁ ଦୂରେଇ ରହିଥିବା ରୋହିତ ଚେନ୍ନାଇରେ ୭୯ ରନ୍ର ପାଳି ଖେଳିଥିଲେ। ଟ୍ବେଣ୍ଟି-୨୦ ଶୃଙ୍ଖଳା ପରେ ଭାରତ ୩ ଦିନିକିଆ ମ୍ୟାଚ୍ ଯଥାକ୍ରମେ ୧୪ରେ ବର୍ମିହାମ, ୧୬ରେ କାର୍ଡିଫ ଓ ୧୯ରେ ଲଣ୍ଡନରେ ଖେଳି ଇଂଲଣ୍ଡ ଗସ୍ତ ଶେଷ କରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।