Ruffian assaults teacher: ଶିକ୍ଷକଙ୍କୁ ଲହୁଲୁହାଣ କଲା ଦୁର୍ବୃତ୍ତ, ଗୋଡ଼ାଇ ଗୋଡ଼ାଇ କାଠ ଫାଳିଆରେ ପିଟିଲା
ଶିକ୍ଷକଙ୍କୁ ମାରି ଲହୁଲୁହାଣ କଲା । କାଠ ଫାଳିଆରେ ଗୋଡ଼ାଇ ଗୋଡ଼ାଇ ପିଟିଲା। ଗଂଜାମ ଜିଲ୍ଲା ଖଲ୍ଲିକୋଟ ଅଂଚଳରେ ଘଟିଛି ଏ ଘଟଣା। ଗଂଜାମ ଜିଲ୍ଲା ବାଲୁକେଶ୍ୱର ହାଇସ୍କୁଲ୍ ଗେଟ୍ ସାମ୍ନାରେ ଦୁର୍ବୃତ୍ତ ଖେଳାଇଛି ଏହି ଆତଙ୍କରାଜ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିକ୍ଷକ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ବାଲୁକେଶ୍ୱର ହାଇସ୍କୁଲର LTR ଶିକ୍ଷକ ଭବାନୀ କୁମାର ଦାସ ପ୍ରତିଦିନ ଭଳି ଆଜି ସ୍କୁଟି ଯୋଗେ ସ୍କୁଲକୁ ଯାଉଥିଲେ। ତେବେ ସ୍କୁଲ ଗେଟ୍ ନିକଟରେ ପହଞ୍ଚିବା ସମୟରେ ପୂର୍ବରୁ ଛକି ରହିଥିବା ଜଣେ ଅଜଣା ଦୁର୍ବୃତ୍ତ ଏକ କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ଆଘାତ କରିଥିଲା। ଆକ୍ରମଣ ଏତେ ଜୋରଦାର ଥିଲା ଯେ ଘଟଣାସ୍ଥଳରେ ହିଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୂର୍ଛା ହୋଇ ତଳେ ପଡ଼ିଯାଇଥିଲେ ।
ସ୍କୁଲର ଅନ୍ୟ ସହକର୍ମୀ ଶିକ୍ଷକମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ କୌଣସି କାରଣକୁ ନେଇ ଶିକ୍ଷକଙ୍କ ସହ ଆକ୍ରମଣକାରୀଙ୍କ ପାଟିତୁଣ୍ଡ ହୋଇଥିବା ଜଣାପଡ଼ିଛି।...
ସ୍କୁଲ୍ ଶିକ୍ଷକଙ୍କୁ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ
ଗଂଜାମ ବାଲୁକେଶ୍ୱର ହାଇସ୍କୁଲ୍ ଗେଟ୍ ସାମ୍ନାରେ ଦୁର୍ବୃତ୍ତର ଆତଙ୍କରାଜ
ଗୁରୁତର ଶିକ୍ଷକ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
ଆକ୍ରମଣର କାରଣ ଅସ୍ପଷ୍ଟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।