Russian Aircraft Crashes: ରୁଷିଆରେ ବଡ଼ ବିମାନ ଦୁର୍ଘଟଣା, ୬ ମୃତ ଓ ଜଣେ ଆହତ
ରୁଷିଆର ଆମୁର ଅଞ୍ଚଳର କ୍ରାସ୍ନୋୟାନୋଭୋ ଗାଁ ନିକଟରେ ମଙ୍ଗଳବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସ୍ଥାନୀୟ ଗଣମାଧ୍ୟମରେ ଏହା ପ୍ରସାରିତ ହୋଇଛି।
ଟୁ-୧୫୪ (Tu-154) ବିମାନରେ ୭ ଜଣ ଥିବା ବେଳେ ଜଣେ ବ୍ୟକ୍ତି ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି। ତେବେ ସେ ଆହତ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରାଥମିକ ସୂଚନା ଅନୁସାରେ, ବିମାନ ଭିତରେ ଘଟିଥିବା ଏକ ‘ଇନ୍ଧନ ବିସ୍ଫୋରଣ’ ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ବଡ଼ ଧରଣର ନିଆଁ ଲାଗିଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବିମାନର ଅନେକ ଭିଡିଓ ସୋସିଆଲ ମିଡିଆରେ ଛଡ଼ାଯାଇଛି। ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।