Salary: ମାସ ପୂରିଲା, ମିଳିନି ଦରମା: ଆଶା ଆଶଙ୍କାରେ ଜିଲ୍ଲାର ୧୫ ଶହ ଏକ୍ସ-କ୍ୟାଡର୍ ଶିକ୍ଷକ
"ରାଉରକେଲା(ଦେବବ୍ରତ ଗଡ଼ତିଆ): କିଛି ଦିନ ପରେ ଦୁର୍ଗାପୂଜା ଆରମ୍ଭ ହେବ।
ଏହି ମହୋତ୍ସବ ଅତି ନିକଟତର ହେଉଥିବା ବେଳେ ଶିକ୍ଷକମାନଙ୍କ ହାତ କିନ୍ତୁ ଖାଲି।
ଗତ ସେପ୍ଟେମ୍ବର ମାସର ଦରମା ପାଇନଥିବାରୁ ସେମାନଙ୍କ ପରିବାରରେ ଉତ୍ସବର ଆନନ୍ଦ ମଳିନ ପଡ଼ିଯାଇଛି।
ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାୟ ୧୫ ଶହ ଏଲିମେଣ୍ଟାରି ଲେଭେଲ୍-୫ ଏକ୍ସ-କ୍ୟାଡର ଶିକ୍ଷକ ଶିକ୍ଷୟିତ୍ରୀ ଏବେ ଗଭୀର ଦୁଶ୍ଚନ୍ତା ଓ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି।Advertisment ଉଲ୍ଲେଖଯୋଗ୍ୟ, ଏହି ବର୍ଗର ଶିକ୍ଷକମାନେ ଗଣଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ।
ଦୀର୍ଘ ଦିନର ସେବା ଓ ନିଷ୍ଠାପର କାର୍ଯ୍ୟ ପରେ ୨୦୧୭ ମସିହାରେ ଏକ୍ସ-କ୍ୟାଡର ପଦବିକୁ ପଦୋନ୍ନତି ପାଇଥିଲେ।
ଏହି କ୍ରମରେ ଜିଲ୍ଲାର ୧୫୨୬ ଜଣଙ୍କୁ ପଦୋନ୍ନତି ମିଳିଥିଲା।
ବର୍ତ୍ତମାନ ଏକ୍ସ-କ୍ୟାଡର୍ ଶିକ୍ଷକ ଭୋଗୁଥିବା ସମସ୍ୟାର ମୁଖ୍ୟ କାରଣ ହେଉଛି ସରକାରଙ୍କ ଦରମା ପ୍ରଦାନ ବ୍ୟବସ୍ଥାରେ ହୋଇଥିବା ବୈଷୟିକ ପରିବର୍ତ୍ତନ।
ପୂର୍ବରୁ ଏହି ସମସ୍ତ ପଦୋନ୍ନତିପ୍ରାପ୍ତ ଶିକ୍ଷକ ପିଏଫ୍ଏମ୍ଏସ୍ ବ୍ୟବସ୍ଥା ମାଧ୍ୟମରେ ନିୟମିତ ଭାବେ ମାସିକ ଦରମା ପାଇଆସୁଥିଲେ।
ପ୍ରକ୍ରିୟାକୁ ବ୍ୟାପକ କରିବାରେ ସଂପୂର୍ଣ୍ଣ ବିଫଳ ମାତ୍ର ସରକାରଙ୍କ ପକ୍ଷରୁ ନୂତନ ଭାବେ ଅଧିକ ସ୍ୱଚ୍ଛତା ପାଇଁ ଆଇଏଫ୍ଏମ୍ଏସ୍ ବ୍ୟବସ୍ଥା ଲାଗୁ କରାଯିବା ପରେ ଏହି ବୈଷୟିକ ଜଟିଳତା ଦେଖାଦେଇଛି।
ପ୍ରାଥମିକସ୍ତରରେ ଶିକ୍ଷକମାନଙ୍କ ଡାଟା ମାଇଗ୍ରେସନ ବା ତଥ୍ୟ ସ୍ଥାନାନ୍ତର କରିବା, ନୂତନ ଆକାଉଣ୍ଟ କୋଡ୍ ସୃଷ୍ଟି କରିବା, ପୋର୍ଟାଲରେ ସମନ୍ୱୟ ରକ୍ଷା କରିବାରେ ପ୍ରଶାସନିକ ବିଳମ୍ବ ଯୋଗୁ ସେପ୍ଟେମ୍ବର ମାସର ଦରମା ବିଲ୍ ପ୍ରକ୍ରିୟାକରଣ ହୋଇପାରି ନାହିଁ।
ଗୋଷ୍ଠୀ ଶିକ୍ଷା ବିଭାଗର ଅନଭିଜ୍ଞ କର୍ମଚାରୀ, ପ୍ରକ୍ରିୟାକୁ ବ୍ୟାପକ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି।
Tiger Project: ବ୍ୟାଘ୍ର ପ୍ରକଳ୍ପ: କୋର୍ ଜୋନ୍ ଅସୁରକ୍ଷିତ ପୂଜା ସମୟରେ ଦରମା ପ୍ରଦାନ କରାନଯିବା, ପ୍ରଶାସନିକ ଅବହେଳାକୁ ସ୍ପଷ୍ଟ କରୁଛି।
ବର୍ତ୍ତମାନ ବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ତୁରନ୍ତ ବକେୟା ଦରମା ପ୍ରଦାନ ପାଇଁ ଦାବି କରାଯାଉଛି।
ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଏହି ଆଇଏଫ୍ଏମ୍ଏସ୍ ତ୍ରୁଟିକୁ ସଂଶୋଧନ କରି ପୂଜା ଛୁଟି ପୂର୍ବରୁ ଦରମା ଦେବାକୁ ଶିକ୍ଷାବିତ୍ ଦାବି କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।