Mahaprayan: ମିଳିଲାନି ମହାପ୍ରୟାଣ ସେବା: ମୃତଦେହ ଆଣିବାକୁ ବନ୍ଧା ପଡ଼ିଲା ରାସନକାର୍ଡ
ପାପଡ଼ାହାଣ୍ଡି: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ନବଜାତ ଶିଶୁପୁତ୍ରର ମୃତ୍ୟୁ ପରେ ମିଳିଲାନି ମହାପ୍ରୟାଣ ସେବା। ପରିବାର ଲୋକେ ବାଧ୍ୟ ହୋଇ ରାସନ କାର୍ଡ ବନ୍ଧକ ରଖି ଘରୋଇ ଆମ୍ବଲାନ୍ସ ଭଡ଼ା କଲେ। ମୃତଦେହ ଘରକୁ ଆଣି ସତ୍କାର କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ନବରଙ୍ଗପୁରଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଦଳେଇଗୁଡ଼ା ଗ୍ରାମର ନକୁଳ ଭତରାଙ୍କ ପତ୍ନୀ ଅମ୍ବିକା ନାୟକ ସେପ୍ଟେମ୍ବର ୨୯ ତାରିଖରେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ।
Neglect: ଦୁଲାମରେ ପଲିଥିନ ପକାଇ ରହୁଛନ୍ତି ଡୁମର-ବୁଧାଇ
ଶିଶୁପୁତ୍ରର ଓଜନ କମ୍ ଥିବାରୁ ଡାକ୍ତର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ନବରଙ୍ଗପୁର ମେଡିକାଲରୁ ଅକ୍ଟୋବର ୫ ତାରିଖରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତି ୨ଟାରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା। ଅପରପକ୍ଷରେ ଶିଶୁର ମୃତ୍ୟୁ ପରେ କାର୍ଯ୍ୟରତ ଡାକ୍ତର ଶିଶୁକୁ ସେଠାରେ କେଉଁ ସ୍ଥାନରେ ପୋତି ଦେବାକୁ ନଚେତ୍ ବାଇକ୍ରେ ଘରକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ତେବେ ନକୁଳ ଓ ଅମ୍ବିକା ମହାପ୍ରୟାଣ ଗାଡ଼ି ଯୋଗାଇଦେବା ପାଇଁ ନିବେଦନ କରିଥିଲେ। କିନ୍ତୁ କେହି ସେମାନଙ୍କର କଥା ଶୁଣିନଥିଲେ ବୋଲି ନକୁଳ ଅଭିଯୋଗ କରିଛନ୍ତି।
World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ଶେଷରେ ନିଜ ପରିବାରର ରାସନକାର୍ଡ ବନ୍ଧକ ରଖି ଏକ ଘରୋଇ ଆମ୍ବୁଲାନ୍ସକୁ ୫ ହଜାର ଦେଇ ଶିଶୁପୁତ୍ରର ମୃତଦେହ ଘରକୁ ଆଣି ସତ୍କାର କରିଥଇଲେ। ରାସନକାର୍ଡ ଉପରେ ପରିବାରର ୭ ସଦସ୍ୟ ନିର୍ଭରଶୀଳ ଥିବାରୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।