10 SEPTEMBER 2026

Welcome!

Unlock your personalized experience.
Sign Up

Sambad-Aam Odisha: ଆଜି ‘ସମ୍ବାଦ-ଆମ ଓଡ଼ିଶା’ ରାଜ୍ୟସ୍ତରୀୟ ପ୍ରତିଯୋଗିତା: ଅଂଶଗ୍ରହଣ କରିବେ ୨ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ

Sep 06, 2026 - 02:54
Sambad-Aam Odisha: ଆଜି ‘ସମ୍ବାଦ-ଆମ ଓଡ଼ିଶା’ ରାଜ୍ୟସ୍ତରୀୟ ପ୍ରତିଯୋଗିତା: ଅଂଶଗ୍ରହଣ କରିବେ ୨ଲକ୍ଷରୁ  ଅଧିକ ପରୀକ୍ଷାର୍ଥୀ

ଭୁବନେଶ୍ବର: ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବିଦ୍ୟାଳୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ସେପ୍ଟେମ୍ବର ୬ ତାରିଖ (ରବିବାର) ଅନୁଷ୍ଠିତ ହେବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଚିତ୍ରାଙ୍କନ, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ହସ୍ତାକ୍ଷର ଏବଂ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା କରାଯିବ। ଏଥିରେ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ। ରାଜ୍ୟର ସମସ୍ତ ବ୍ଲକ୍‌ ଓ ପୌରାଞ୍ଚଳ, ମହାନଗର ନିଗମ ଅଞ୍ଚଳରେ ହେବାକୁ ଥିବା ପରୀକ୍ଷା କେନ୍ଦ୍ରରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଯେଉଁ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିନାହାନ୍ତି ସେମାନେ ସିଧାସଳଖ ଆସି ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ଭାଗ ନେଇପାରିବେ।

Budhabalanga: ବିଧାୟକଙ୍କ ପ୍ରସ୍ତାବରେ ନଦୀପଠାର ୮ ସ୍ଥାନରେ ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳ

ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ। ଚିତ୍ରାଙ୍କନ ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାର ସମୟ ଏକ ଘଣ୍ଟା ରହିଥିବା ବେଳେ ହସ୍ତାକ୍ଷର ପ୍ରତିଯୋଗିତା ପାଇଁ ୩୦ ମିନିଟ୍‌ ସମୟ ରଖାଯାଇଛି। ପରୀକ୍ଷାର ୪୫ ମିନିଟ୍‌ ପୂର୍ବରୁ ଚିତ୍ରାଙ୍କନର ବିଷୟବସ୍ତୁ ସମ୍ପର୍କରେ ପରୀକ୍ଷାର୍ଥୀଙ୍କୁ ଅବଗତ କରାଯିବ। ପରୀକ୍ଷା କେନ୍ଦ୍ରରେ ହିଁ ମୂଲ୍ୟାୟନ କରାଯାଇ ସେହି ସ୍ଥାନରେ ପ୍ରଥମ ତିନିଜଣ ବିଜେତାଙ୍କୁ ପୁରସ୍କୃତ କରାଯିବ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପରୀକ୍ଷାର୍ଥୀଙ୍କ ଉତ୍ତରଖାତା ରାଜ୍ୟସ୍ତରରେ ପୁନଃମୂଲ୍ୟାୟନ ହୋଇ ପ୍ରତି ବିଭାଗରେ ତିନିଜଣ ଲେଖାଏଁ ରାଜ୍ୟସ୍ତରୀୟ ବିଜେତାଙ୍କୁ ଚୟନ କରାଯିବ। ସେମାନଙ୍କୁ ‘ସମ୍ବାଦ’ର ବାର୍ଷିକ ଉତ୍ସବରେ ନଗଦ ଅର୍ଥରାଶି ସହ ମାନପତ୍ର‌ରେ ସମ୍ବର୍ଦ୍ଧିତ କରାଯିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟର ପ୍ରଚାର ପ୍ରସାର ପାଇଁ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଦୀର୍ଘ ବର୍ଷ ଧରି ଏହି ପ୍ରତିଯୋଗିତା ଜାରି ରହିଛି। ଅଧିକରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଆହ୍ବାନ ଦେବା ସହ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Weekly Horoscope 2026 September 06 to September 12: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।