Sambad-Aam Odisha: ‘ସମ୍ବାଦ-ଆମ ଓଡ଼ିଶା’ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା: ପ୍ରତିଭା ପ୍ରଦର୍ଶନ ନିଶା
"ଭୁବନେଶ୍ବର: "ସମ୍ବାଦ"ର ସ୍ବନକ୍ଷତ୍ର ଅବସରରେ "ସମ୍ବାଦ" ଓ "ଆମ ଓଡ଼ିଶା" ପକ୍ଷରୁ ଆଜି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।
ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।
ପୂର୍ବାହ୍ଣ ୧୦ଟାରେ ପରୀକ୍ଷା ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏହାର ଢେର ଆଗରୁ ପିଲାମାନେ ପରୀକ୍ଷା କେନ୍ଦ୍ର ନିକଟରେ ପହଞ୍ଚି ଯାଇଥିଲେ।
ରବିବାର ଛୁଟି ଦିନ ଥିଲେ ହେଁ ପିଲାଙ୍କ ଭିତରେ ନିଜର ପ୍ରତିଭା ପ୍ରଦର୍ଶନର ନିଶା ସେମାନଙ୍କ ବ୍ୟାକୁଳତାରୁ ବାରି ହୋଇପଡ଼ିଥିଲା।
୨୩ଟି କେନ୍ଦ୍ରରେ ପ୍ରାୟ ୧୬ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।
ପରୀକ୍ଷା କେନ୍ଦ୍ରରେ ହିଁ ଅଭିଜ୍ଞ ବିଚାରକମାନଙ୍କ ଦ୍ବାରା ଉତ୍ତର ଖାତାଗୁଡ଼ିକ ମୂଲ୍ୟାୟନ କରାଯାଇ ପ୍ରତି ପ୍ରତିଯୋଗିତାର ତିନି ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି।
ପୁରସ୍କୃତ ହୋଇଥିବା କୃତୀ ପ୍ରତିଯୋଗୀଙ୍କର ଖାତା ରାଜ୍ୟସ୍ତରରେ ପୁନଃ ମୂଲ୍ୟାୟନ ହେବ।
ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ବଛାଯାଇ "ସମ୍ବାଦ"ର ବାର୍ଷିକ ସମାରୋହରେ ପୁରସ୍କୃତ କରାଯିବ।
ଏନେଇ "ସମ୍ବାଦ"ରେ ସୂଚନା ଦିଆଯିବା ସହ ଟେଲିଫୋନ୍ ଜରିଆରେ କୃତୀ ପ୍ରତିଯୋଗୀଙ୍କୁ ଅବଗତ କରାଯିବ।Advertisment Doctor: ଅନୁଗୋଳରେ ଅଧା ଡାକ୍ତର ପଦ ଫାଙ୍କା: ରେଫରାଲ୍ କେନ୍ଦ୍ର ପାଲଟିଛି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ବିଡିଏ କଲୋନିବିବେକାନନ୍ଦ ଶିକ୍ଷାକେନ୍ଦ୍ର, ବିଡିଏ କଲୋନିରେ ଅନୁଷ୍ଠିତ ଭାଷାଜ୍ଞାନ ପ୍ରତିଯୋଗିତାରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ନବମ ଶ୍ରେଣୀ ଛାତ୍ରୀ ସାଇସ୍ମିତା ପାଣିଗ୍ରାହୀ ପ୍ରଥମ, ସୁଶ୍ରୀ ଶୁଭଲକ୍ଷ୍ମୀ ଦ୍ବିତୀୟ, ଲକ୍ଷ୍ମୀପ୍ରିୟା ବେହେରା ତୃତୀୟ ହୋଇଛନ୍ତି।
ହସ୍ତାକ୍ଷରରେ ବିଡିଏ କଲୋନି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଷଷ୍ଠ ଶ୍ରେଣୀର ରୁଦ୍ର ନାରାୟଣ ମହାନ୍ତି ପ୍ରଥମ, ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଅଷ୍ଟମ ଶ୍ରେଣୀର ସାଇ ଶୁଭ୍ରାଲିନ୍ ସାହୁ ଦ୍ବିତୀୟ ଓ ଅଷ୍ଟମ ଶ୍ରେଣୀର ପୁନମ୍ ଠାକୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଚିତ୍ରାଙ୍କନରେ ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୪ର୍ଥ ଶ୍ରେଣୀର ଦିବ୍ୟାଂଶ ଦଳାଇ ପ୍ରଥମ, ପିଏମ୍ଶ୍ରୀ ଡିଏମ୍ ସ୍କୁଲର ୪ର୍ଥ ଶ୍ରେଣୀର ଶୁଭ୍ରଜିତ୍ ଜେନା ଦ୍ବିତୀୟ ଓ ପିଏମ୍ଶ୍ରୀ କେଭି-୪ର ୫ମ ଶ୍ରେଣୀର ସାଇ ସୋନମ୍ ବିଶ୍ବାଳ ତୃତୀୟ ହୋଇଛନ୍ତି।
ବିଚାରକ ଭାବେ ସୁପ୍ରଭା ମିଶ୍ର, ରିଙ୍କି ପଣ୍ଡା, ଚଣ୍ଡୀପ୍ରସାଦ ପଣ୍ଡା ଉପସ୍ଥିତ ରହି ଖାତାଗୁଡ଼ିକ ମୂଲ୍ୟାୟନ କରିଥିଲେ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଲୋକନାଥ ପ୍ରହରାଜଙ୍କ ସମେତ ବିଜୟ କୁମାର ଦାସ, ନାରାୟଣ ଖିଲାର ପ୍ରମୁଖ ପରୀକ୍ଷା ପରିଚାଳନାରେ ସହାୟତା କରିଥିଲେ।
ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ର, ପଟିଆଶ୍ରୀଜୟଦେବ ଶିକ୍ଷାକେନ୍ଦ୍ର, ପଟିଆ କେନ୍ଦ୍ରରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଫ୍ୟୁଚର ଭୁବନେଶ୍ବର ସ୍କୁଲର ଦ୍ବିତୀୟ ଶ୍ରେଣୀ ଛାତ୍ରୀ ଆଦ୍ୟାଶା ବେହେରା ପ୍ରଥମ, ଶ୍ରୀଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲ ୫ମ ଶ୍ରେଣୀ ପ୍ରଚୀତା ପ୍ରିୟଦର୍ଶିନୀ ଦ୍ବିତୀୟ, ଶ୍ରୀଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ୩ୟ ଶ୍ରେଣୀର ଅନ୍ଲିନ୍ କଅଁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ହସ୍ତାକ୍ଷରରେ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରର ୭ମ ଶ୍ରେଣୀର ଜ୍ୟୋତିରଞ୍ଜନ ପ୍ରଧାନ, ୮ମ ଶ୍ରେଣୀର ବିଷ୍ଣୁ ବାକ୍ସା ବାରିକ ଓ ୬ଷ୍ଠ ଶ୍ରେଣୀର ପ୍ରିୟଙ୍କା ବେଡୀ ଯଥାକ୍ରମେ ପ୍ରଥମରୁ ତୃତୀୟ ହୋଇଛନ୍ତି।
ଭାଷାଜ୍ଞାନ ପ୍ରବନ୍ଧରେ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରର ଦଶମ ଶ୍ରେଣୀର ସଙ୍ଗୀତା ସାହୁ ପ୍ରଥମ, ସ୍ମୃତି ସାଗରିକା ସାହୁ ଦ୍ବିତୀୟ ଓ ବିଜୁ ପଟ୍ଟନାୟକ ମେମୋରିଆଲ୍ ହାଇସ୍କୁଲର ୯ମ ଶ୍ରେଣୀର ପି ସନ୍ତୋଷ ରେଡ୍ଡୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ବିଚାରକ ଭାବେ ରବି ରାୟ, ସୁରେନ୍ଦ୍ର ଗାହଣ, ଅନିରୁଦ୍ଧ ଲେଙ୍କା ଯୋଗଦେଇଥିଲେ।
ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ କୁମାର ପାଣି, ଶ୍ରୀଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲ ଅଧ୍ୟକ୍ଷା ମନପାଲି ଭାଣି, ଉପାଧ୍ୟକ୍ଷା ସୌଦାମିନୀ ପଟ୍ଟନାୟକ, ପର୍ଯ୍ୟବେକ୍ଷକ ମନୋଜ କୁମାର ବାରିକଙ୍କ ସମେତ ଟୁଟୁନି ପାଣି, ବିନୋଦ ବିହାରୀ ବେହେରା, କଳ୍ପନା ମହାନ୍ତି, ଅପର୍ଣ୍ଣା ମିଶ୍ର, ମନସ୍ବିନୀ ଗୌଡ, ଯାଜ୍ଞସେନୀ ତ୍ରିପାଠୀ ଓ ସୁନିତା ବାରିକ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ।
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଟିଆସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଟିଆରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଟିଆର ଦଶମ ଶ୍ରେଣୀର ପ୍ରୀତିପ୍ରଜ୍ଞା ରାଉତ ପ୍ରଥମ, ନବମ ଶ୍ରେଣୀର ବିଷ୍ଣୁପ୍ରିୟା ବାରିକ ଦ୍ବିତୀୟ ଓ ନିଶିକାନ୍ତ ରାଉତ ତୃତୀୟ ହୋଇଛନ୍ତି।
ହସ୍ତାକ୍ଷରରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଟିଆରର ୭ମ ଶ୍ରେଣୀର ଶ୍ରଦ୍ଧାଶ୍ରୀ ବିଶ୍ବାଳ ପ୍ରଥମ, ସୋନାକ୍ଷୀ ସ୍ବାଇଁ ଦ୍ବିତୀୟ ଓ ସ୍ବୟଂଶ୍ରୀ ଚୌଧୁରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଚିତ୍ରାଙ୍କନରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଟିଆର ବି.
ପ୍ରଜ୍ଞାରାଜ ରାଉତ ପ୍ରଥମ, ପୁନମ୍ ବେହେରା ଦ୍ବିତୀୟ ଓ ସୋନାଲି ମୋନାଲିସା ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ବିଚାରକ ଭାବେ କୃଷ୍ଣଚନ୍ଦ୍ର ସୁଆର, ଅନ୍ତର୍ଯାମୀ ସାହୁ, ସୋନାଲି ନାୟକ, ବିକାଶ କୁମାର ପଣ୍ଡା ଯୋଗଦେଇଥିଲେ।
ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ରାଜେଶ ପାଣିଙ୍କ ସମେତ ଶୈଳବାଳା ଗୁରୁମା, ନୀଳିମା ଗୁରୁମା, ଅନୁପମା ଗୁରୁମା, ଭବାନୀ ଗୁରୁମା, ମିନାକ୍ଷୀ ଗୁରୁମା, ପୁଷ୍ପଲତା ଗୁରୁମା, ଚିରଞ୍ଜିବ ଗୁରୁଜୀ, ଶୈଳଜା ଗୁରୁଜୀ ପରିଚାଳନାରେ ସହଯୋଗ କରିଥିଲେ।
ଡିଏଭି, ଚନ୍ଦ୍ରଶେଖରପୁରଡିଏଭି, ଚନ୍ଦ୍ରଶେଖରପୁର କେନ୍ଦ୍ରରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚିତ୍ରାଙ୍କନରେ ଡିଏଭି ଚନ୍ଦ୍ରଶେଖରପୁରର ରୁଦ୍ରାଂଶ ରାଉତରାୟ ପ୍ରଥମ, ଆହାନା ନାୟକ ଦ୍ବିତୀୟ ଓ ଭୁବନେଶ୍ବରୀ ପ୍ରଧାନ ତୃତୀୟ ହୋଇଛନ୍ତି।
ହସ୍ତାକ୍ଷରରେ ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ରିଙ୍କିଲ୍ ମୁଣ୍ଡା ପ୍ରଥମ, ଡିଏଭି ଚନ୍ଦ୍ରଶେଖରପୁରର ସମୀକ୍ଷା ନନ୍ଦ ଦ୍ବିତୀୟ ଓ ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସମୀକ୍ଷା ମାଝୀ ତୃତୀୟ, ଭାଷାଜ୍ଞାନରେ ସରସ୍ବତୀ ଜ୍ଞାନମନ୍ଦିରର ଲିପ୍ସା ସାମଲ ପ୍ରଥମ, ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଶୁଭସ୍ମିତା ନାୟକ ଦ୍ବିତୀୟ ଓ ଡିଏଭି ଚନ୍ଦ୍ରଶେଖରପୁରର ପ୍ରଜ୍ଞା ପ୍ରିୟଦର୍ଶିନୀ ତୃତୀୟ ହୋଇଛନ୍ତି।
ବିଚାରକ ଭାବେ ଶରତ କୁମାର ନାୟକ, ପ୍ରକାଶ ମଙ୍ଗରାଜ, ରାଜେଶ ପଣ୍ଡା, ଅନୁସ୍ବୟା ଓଝା ଯୋଗଦେଇଥିଲେ।
ବିଦ୍ୟାଳୟ ଅଧ୍ୟକ୍ଷା ସୁଜାତା ସାହୁଙ୍କ ସମେତ ଦେବେନ୍ଦ୍ର କୁମାର ପତି, ସର୍ବଦମନ ସିଂହ, ସୂର୍ଯ୍ୟମଣି ପ୍ରଧାନ, ମୃତ୍ୟୁଞ୍ଜୟ ମହାପାତ୍ର, ଶିବପ୍ରସାଦ ବେହେରା, ଅରକ୍ଷିତ ଜେନା, ଜ୍ୟୋତ୍ସ୍ନା ବିଶ୍ବାଳ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।
ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଚନ୍ଦ୍ରଶେଖରପୁରଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟ କେନ୍ଦ୍ରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସମସ୍ତ ବିଭାଗରେ ଉନ୍ନତ ପ୍ରଦର୍ଶନ କରିଛନ୍ତି।
ଚିତ୍ରାଙ୍କନରେ ୩ୟ ଶ୍ରେଣୀର କ୍ରିତିକା ଦାସ, ୫ମ ଶ୍ରେଣୀର ସତ୍ୟବ୍ରତ ପାତ୍ର, ୪ର୍ଥ ଶ୍ରେଣୀର ଅକ୍ରିତି ମିଶ୍ର ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ହସ୍ତାକ୍ଷରରେ ୭ମ ଶ୍ରେଣୀର ସୁହାନି କର ପ୍ରଥମ, ୭ମ ଶ୍ରେଣୀର ସୁଶ୍ରୀ ଆରାଧ୍ୟା ଗୟା ଦ୍ବିତୀୟ ଓ ୮ମ ଶ୍ରେଣୀର ପ୍ରିନ୍ସି ପ୍ରତୀକ୍ଷା ସାହୁ ତୃତୀୟ ହୋଇଛନ୍ତି ଭାଷାଜ୍ଞାନରେ ୧୦ମ ଶ୍ରେଣୀର ପ୍ରତୀକ୍ଷା ପଣ୍ଡା ପ୍ରଥମ, ତୀର୍ଥ ପ୍ରଧାନ ଦ୍ବିତୀୟ ଓ ଓମ୍ପ୍ରକାଶ ମଲ୍ଲ ତୃତୀୟ ସ୍ଥାନ ହାସଲ କରିଥିଲେ।
ବିଦ୍ୟାଳୟର ଚେୟାରମ୍ୟାନ୍ ସୂର୍ଯ୍ୟପ୍ରକାଶ ପତି, ଅଧ୍ୟକ୍ଷ ଜି ରାମ କିଶୋର, ଉପାଧ୍ୟକ୍ଷ ମହେଶ କୁମାର ମିଶ୍ର, ସଂଯୋଜକ ମିନତି ରଥ, କଳ୍ପନା ସାହୁ, ଗିରିଜା ମେହେର, ସ୍ବାତୀ ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
ଭୀମଟାଙ୍ଗି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରପୁରୁଣା ଭୁବନେଶ୍ବର: ଏଠାରେ ଅନୁଷ୍ଠିତ ଭାଷାଜ୍ଞାନ ପ୍ରତିଯୋଗିତାରେ ଭୀମଟାଙ୍ଗି ସରସ୍ବତୀ ଶିଶୁମନ୍ଦିରର ନବମ ଶ୍ରେଣୀ ଛାତ୍ର ଆୟୁଷ କୁମାର ଲେଙ୍କା ପ୍ରଥମ, ଦଶମ ଶ୍ରେଣୀ ଛାତ୍ର ସାଇଶ୍ରିତ୍ ସିଂହସାମନ୍ତ ଦ୍ବିତୀୟ, ନବମ ଶ୍ରେଣୀ ଛାତ୍ର ଆଦିତ୍ୟ ପ୍ରସାଦ ସାହୁ ତୃତୀୟ ହୋଇଛନ୍ତି।
ହସ୍ତାକ୍ଷର ପ୍ରତିଯୋଗିତା ଭୀମଟାଙ୍ଗି ସରସ୍ବତୀ ଶିଶୁମନ୍ଦିରର ଷଷ୍ଠ ଶ୍ରେଣୀ ଛାତ୍ରୀ ତନୁଶ୍ରୀ ଜେନା ପ୍ରଥମ, ଅଷ୍ଟମ ଶ୍ରେଣୀ ଛାତ୍ର ଶୁଭ୍ରଞ୍ଜନ ସାହୁ ଦ୍ବିତୀୟ, ସପ୍ତମ ଶ୍ରେଣୀ ଛାତ୍ର ରାଜଦୀପ ସ୍ୱାଇଁ ତୃତୀୟ ହୋଇଥିଲେ।
ଚିତ୍ରାଙ୍କନ ପ୍ରତିଯୋଗିତାରେ ଭୀମଟାଙ୍ଗି ସରସ୍ବତୀ ଶିଶୁମନ୍ଦିରର ପଞ୍ଚମ ଶ୍ରେଣୀ ଛାତ୍ରୀ ଚିନ୍ମୟୀ ପଣ୍ଡା ପ୍ରଥମ, ପ୍ରଥମ ଶ୍ରେଣୀ ଛାତ୍ର ସୀତାରା ଷଡ଼ଙ୍ଗୀ ଦ୍ବିତୀୟ, ପଞ୍ଚମ ଶ୍ରେଣୀ ଛାତ୍ର ବନବିହାରୀ ପ୍ରଧାନ ତୃତୀୟ ହୋଇଥିଲେ।
ବିଚାରକ ଭାବେ ସୁଶାନ୍ତ କୁମାର ସାମଲ, ଶ୍ୟାମଶଙ୍କର ଦାଶ, ଚନ୍ଦନ ସାମଲ, ରବୀନ୍ଦ୍ର ମହାରଣା ଉପସ୍ଥିତ ରହି ଖାତାଗୁଡ଼ିକୁ ମୂଲ୍ୟାୟନ କରିଥିଲେ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁରେଶ ଚନ୍ଦ୍ର ବେହେରାଙ୍କ ସମେତ ଧୃତିକାମ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପରୀକ୍ଷା ପରିଚାଳନାରେ ସହାୟତା କରିଥିଲେ।
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଘାଟିକିଆସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଘାଟିକିଆରେ ଅନୁଷ୍ଠିତ ଭାଷାଜ୍ଞାନ ପ୍ରତିଯୋଗିତାରେ ଘାଟିକିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଶିବାଙ୍ଗୀ ବିଶ୍ବାଳ ପ୍ରଥମ, ଅନ୍ଧାରୁଆ ଆଦର୍ଶ ବିଦ୍ୟାଳୟର ଅଭିଶିପ୍ତା ଆରୋହୀ ପ୍ରଧାନ ଦ୍ବିତୀୟ ଓ ଘାଟିକିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଦୀପକ କୁମାର ସାହୁ ତୃତୀୟ ହୋଇଛନ୍ତି।
ହସ୍ତାକ୍ଷରରେ ଘାଟିକିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଶ୍ରୁତିପ୍ରଜ୍ଞା ସାହୁ ପ୍ରଥମ, ଗଣ୍ଡମୁଣ୍ଡା ସରକାରୀ ଉଚ୍ଚବିଦ୍ୟାଳୟର ମୋନାଲିସା ପାଇକରାୟ ଦ୍ବିତୀୟ, ଘାଟିକିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସିପ୍ରା ଜେନା ତୃତୀୟ ହୋଇଛନ୍ତି।
ସେହିପରି ଚିତ୍ରାଙ୍କନରେ ଖଣ୍ଡଗିରିବାରି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ସମ୍ରିତା ଭଦ୍ର ପ୍ରଥମ, ଘାଟିକିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର କସ୍ତୁରୀ ଦାଶ ଦ୍ବିତୀୟ ଓ ପ୍ରକୃତି ଦଳାଇ ତୃତୀୟ ହୋଇଛନ୍ତି।
ବିଚାରକ ଭାବେ ଚିନ୍ମୟ ହୋତା, ମଧୁସ୍ମିତା ପଟ୍ଟନାୟକ ଓ ଦର୍ପଦଳନ ରଥ ଉପସ୍ଥିତ ରହି ଖାତାଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅକ୍ଷୟ ବେହେରା ଓ ଗୁରୁଜୀ ଗୁରୁମା ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।
Manja Katha: ମଞ୍ଜ କଥା: ସତକୁ ଲୁଚାଇ ପାରିବାନି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତମାଣ୍ଡୋସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ତମାଣ୍ଡୋରେ ଅନୁଷ୍ଠିତ ଭାଷାଜ୍ଞାନ ପ୍ରତିଯୋଗିତାରେ ତମାଣ୍ଡୋ ସରସ୍ବତୀ ଶିଶୁ ମନ୍ଦିରର ଆଦ୍ୟାଶା ଶ୍ରୀଚନ୍ଦନ ପ୍ରଥମ, ଶୁଭଲକ୍ଷ୍ମୀ ବେହେରା ଦ୍ବିତୀୟ ଓ ଶ୍ବେତପଦ୍ମା ବାହାଲିଆ ତୃତୀୟ ହୋଇଛନ୍ତି।
ହସ୍ତାକ୍ଷରରେ ତମାଣ୍ଡୋ ସରସ୍ବତୀ ଶିଶୁମନ୍ଦିରର ସୁଶ୍ରିତା ସୂତ୍ରଧର ପ୍ରଥମ, ସାଇସ୍ନେହା ଦାସ ଦ୍ବିତୀୟ, ସୋନାଲି ସେଠୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଚିତ୍ରାଙ୍କନରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ତମାଣ୍ଡୋର ସ୍ମୃତି ବଂଶିକା ସାହୁ ପ୍ରଥମ, କଳିଙ୍ଗବିହାର ସେଣ୍ଟ ଆର୍ନୋଲ୍ଡସ୍ ସ୍କୁଲ୍ର ଶ୍ରେୟାଂଶୀ ନାୟକ ଦ୍ବିତୀୟ ଓ ଖୋର୍ଦ୍ଧାରୋଡ୍ ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଏମ୍ ଅମିତାବ ନାୟକ ତୃତୀୟ ହୋଇଛନ୍ତି।
ବିଚାରକ ଭାବେ ସୁଶ୍ରୀ ସଙ୍ଗୀତା ମହାପାତ୍ର, ପ୍ରତାପ ନାୟକ, ମାମିନା ବେହେରା ଉପସ୍ଥିତ ରହି ଖାତାଗୁଡ଼ିକର ମୂଲ୍ୟାୟନ କରିଥିଲେ।
ବିଦ୍ୟାଳୟର ସମ୍ପାଦକ ସ୍ମୃତିରଂଜନ ବଳ ଓ ପ୍ରଧାନଆଚାର୍ଯ୍ୟ ମୀନାକ୍ଷୀ ଦାଶ ଓ ଗୁରୁଜୀ ଗୁରୁମା ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।
ଶ୍ରୀମଦ୍ ଭଗବତ ଗୀତା ବିଦ୍ୟା ମନ୍ଦିର, ନୂଆପଲ୍ଲୀଶ୍ରୀମଦ୍ ଭଗବତ ଗୀତା ବିଦ୍ୟା ମନ୍ଦିର, ନୂଆପଲ୍ଲୀରେ ଅନୁଷ୍ଠିତ ଭାଷାଜ୍ଞାନ ପ୍ରତିଯୋଗିତାରେ ଶ୍ରୀମଦ୍ ଭଗବତ୍ ଗୀତା ବିଦ୍ୟାମନ୍ଦିରର ନବମ ଶ୍ରେଣୀ ଛାତ୍ରୀ ଆଦାଶ୍ୟା ଦଳାଇ ପ୍ରଥମ, ବର୍ଷା ପ୍ରିୟଦର୍ଶନୀ ଦାଶ ଦ୍ବିତୀୟ ଓ ଶର୍ମିଷ୍ଠା ମହାପାତ୍ର ତୃତୀୟ ହୋଇଛନ୍ତି।
ସେହିଭଳି ହସ୍ତାକ୍ଷରରେ ଶ୍ରୀମଦ୍ ଭଗବତ୍ ଗୀତା ବିଦ୍ୟାମନ୍ଦିରର ସପ୍ତମ ଶ୍ରେଣୀର ଛାତ୍ର ଅଙ୍କିତ ପ୍ରଧାନ ପ୍ରଥମ, ସପ୍ତମ ଶ୍ରେଣୀର ଛାତ୍ର ଶକ୍ତିପ୍ରସାଦ ପାଣି ଦ୍ବିତୀୟ ଓ ଅଷ୍ଟମ ଶ୍ରେଣୀର ସାଇ ପ୍ରସାଦ ଦାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଚିତ୍ରାଙ୍କନରେ ୟୁନିଟ୍-୮ ଡିଏଭି ପବ୍ଲିକ୍ ସ୍କୁଲ୍ର ପଞ୍ଚମ ଶ୍ରେଣୀର ଛାତ୍ରୀ ସ୍ବୟଂସିଦ୍ଧି ରାଉତ ପ୍ରଥମ, ଷ୍ଟୁଆର୍ଟ ସ୍କୁଲ୍ର ପଞ୍ଚମ ଶ୍ରେଣୀର ଛାତ୍ରୀ ଦେବସ୍ମିତା ତ୍ରିପାଠୀ ଦ୍ବିତୀୟ ଓ ଦ୍ବିତୀୟ ଶ୍ରେଣୀର ଛାତ୍ର ସ୍ବୟଂସିଦ୍ଧ ସାହୁ ତୃତୀୟ ହୋଇଛନ୍ତି।
ବିଚାରକ ଭାବେ ରମେଶ ଚନ୍ଦ୍ର ବେହେରା, ସସ୍ମିତା ଷଡ଼ଙ୍ଗୀ, ଦୀପକ କୁମାର ଜେନା ଓ ପ୍ରକାଶ ପରିଡ଼ା ଉପସ୍ଥିତ ରହି ଖାତାଗୁଡ଼ିକ ମୂଲ୍ୟାୟନ କରିଥିଲେ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟଦର୍ଶନ ମାହୁନ୍ତ, ଅନଙ୍ଗଚରଣ ଦାସ ପ୍ରମୁଖ ଉପସ୍ଥିତ ରହି ପରୀକ୍ଷା ପରିଚାଳନାରେ ସହାୟତା କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।