Sambalpur Vigilance Raid: ଲାଞ୍ଚ ନେଇ ଧରାପଡ଼ିଲେ ଲ୍ୟାଣ୍ଡ ଆକ୍ୟୁଜିସନ ଅଫିସର! ଭିଜିଲାନ୍ସ ଜାଲରେ ଅଜୟ ଗଡ଼ନାୟକ
୫ ଲକ୍ଷ ଲାଞ୍ଚ ନେଇ ଧରାପଡିଲେ ଲ୍ୟାଣ୍ଡ ଅଫିସର।
ସମ୍ବଲପୁର ସ୍ପେଶାଲ ଲ୍ୟାଣ୍ଡ ଆକ୍ୟୁଜିସନ ଅଫିସର ଅଜୟ କୁମାର ଗଡନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ।
ସୂଚନା ଅନୁସାରେ, ସମ୍ବଲପୁର-ତାଳଚେର ରେଳ ପ୍ରକଳ୍ପରେ ଜମି ଅଧିଗ୍ରହଣ ପାଇଁ ଜଣେ ଜମି ମାଲିକଙ୍କୁ ୮୪ ଲକ୍ଷ ୬୨ ହଜାର ଟଙ୍କା କ୍ଷତିପୂରଣ ମିଳିବାକୁ ଥିଲା।
ଏହି ଟଙ୍କା ମଞ୍ଜୁର କରାଇଦେବା ନାଁରେ ଅଜୟ କୁମାର ୧୫ ପ୍ରତିଶତ ଲାଞ୍ଚ ଦାବି କରିଥିଲେ।
Advertisment ପରେ ମୂଲଚାଲ ହୋଇ ଲାଞ୍ଚ ପରିମାଣ ୫ ଲକ୍ଷ ୧୦ ହଜାର ଟଙ୍କାରେ ଛିଣ୍ଡିଥିଲା।
ଏଥିମଧ୍ୟରୁ ଗତ ୨୭ ତାରିଖରେ ପ୍ରଥମ କିସ୍ତିରେ ୨ ଲକ୍ଷ ଟଙ୍କା ନେଇଥିଲେ।
ପରେ ବାକି ଟଙ୍କା ଦେବାକୁ ଜମି ମାଲିକଙ୍କ ଉପରେ ଚାପ ପକାଉଥିଲେ।
ଏପରିକି ଆଗକୁ ତୃତୀୟ ରେଳ ଲାଇନ ପ୍ରକଳ୍ପରେ ମଧ୍ୟ ଜମି ଅଧିଗ୍ରହଣ ହେବାକୁ ଥିବାରୁ ଟଙ୍କା ନଦେଲେ ଅସୁବିଧାରେ ପକାଇବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ଏନେଇ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଟ୍ରାପ୍ କରାଯାଇଥିଲା।
ବାକି ୩ ଲକ୍ଷ ୧୦ ହଜାର ଟଙ୍କା ନେବା ସମୟରେ ଅଧିକାରୀଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍।
ପରେ ତାଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରି ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ତଦନ୍ତ କରୁଛି ଭିଜିଲାନ୍ସ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।