Saptdhara Vision: ବିକାଶ ପାଇଁ ମୋଦିଙ୍କ ସପ୍ତଧାରା ରୋଡମ୍ୟାପ୍, ୭ ଶକ୍ତି ଉପରେ ଗୁରୁତ୍ୱ

Aug 15, 2026 - 13:13
Saptdhara Vision: ବିକାଶ ପାଇଁ ମୋଦିଙ୍କ ସପ୍ତଧାରା ରୋଡମ୍ୟାପ୍, ୭ ଶକ୍ତି ଉପରେ ଗୁରୁତ୍ୱ

ବିକାଶ ପାଇଁ 'ସପ୍ତଧାରା' ରୋଡ୍ ମ୍ୟାପ୍ କୁ ଗୁରୁତ୍ବ ଦେଇଛନ୍ତି ମୋଦି। ଏହି ସପ୍ତଧାରାର ପ୍ରଥମ ଶକ୍ତି ହେଲା ଉତ୍ପାଦନ କ୍ଷେତ୍ର। ମୋଦି କହିଛନ୍ତି, ଗୁଣବତ୍ତା ସହ ସାଲିସ୍ କରିବାନି, ଏହା ଆମର ବ୍ରାଣ୍ଡ ମୂଲ୍ୟ ହେବ। ଦ୍ୱିତୀୟ 'ଶକ୍ତି' ହେଉଛି ଖାଦ୍ୟ ପ୍ରକ୍ରିୟାକରଣ। ନୂଆ FTA ସହିତ, ଆମେ ଏବେ ବୃହତ ବିଶ୍ୱ ବଜାରରେ ପହଞ୍ଚି ପାରିଛୁ ବୋଲି କହିଛନ୍ତି ମୋଦି। ତୃତୀୟ 'ଶକ୍ତି' ହେଉଛି ପ୍ରଯୁକ୍ତିବିଦ୍ୟା, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା। 

ସପ୍ତଧାରାର ଚତୁର୍ଥ ଶକ୍ତି ହେଉଛି 'ଗତି-ଶକ୍ତି'। ସୁଗମ ହାଇ-ସ୍ପିଡ୍ ରେଲୱେ ସଂଯୋଗୀକରଣକୁ ଗୁରୁତ୍ବ ଦିଆଯାଇଛି। ଆମକୁ ବନ୍ଦର-ନେତୃତ୍ୱାଧୀନ ବିକାଶ ଦିଗରେ କାମ କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି। ପଞ୍ଚମ 'ଶକ୍ତି' ପ୍ରତିରକ୍ଷା ଉତ୍ପାଦନ, ଏଥିରେ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ସପ୍ତଧାରାର ଷଷ୍ଠ ଶକ୍ତି ହେଉଛି ସବୁଜ ଅର୍ଥନୀତି। ଆମକୁ ନବୀକରଣୀୟ ଶକ୍ତି, ଶକ୍ତି ସଂରକ୍ଷଣ କ୍ଷେତ୍ରରେ କାମ କରିବାକୁ ହେବ। ସପ୍ତଧାରାର ସପ୍ତମ ଶକ୍ତି ହେଉଛି ସଫ୍ଟ ପାୱାର। ଯୋଗ, ଆୟୁର୍ବେଦ, ହସ୍ତଶିଳ୍ପ, ସଂସ୍କୃତି ଦ୍ବାରା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ବୋଲି ଲାଲକିଲ୍ଲାରୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। 

ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ବାର୍ତ୍ତା
ବିକାଶ ପାଇଁ 'ସପ୍ତଧାରା' ରୋଡ୍ ମ୍ୟାପ୍ କୁ ମୋଦିଙ୍କ ଗୁରୁତ୍ବ
ବିକାଶ ସପ୍ତଧାରାର ପ୍ରଥମ ଶକ୍ତି ଉତ୍ପାଦନ କ୍ଷେତ୍ର
ଗୁଣବତ୍ତା ସହ ସାଲିସ୍ କରିବାନି, ଏହା ଆମର ବ୍ରାଣ୍ଡ ମୂଲ୍ୟ ହେବ
ଦ୍ୱିତୀୟ 'ଶକ୍ତି' ହେଉଛି ଖାଦ୍ୟ ପ୍ରକ୍ରିୟାକରଣ
ନୂଆ FTA ସହିତ, ଆମେ ଏବେ ବୃହତ ବିଶ୍ୱ ବଜାରରେ ପହଞ୍ଚି ପାରିଛୁ
ତୃତୀୟ 'ଶକ୍ତି' ହେଉଛି ପ୍ରଯୁକ୍ତିବିଦ୍ୟା, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା
ସପ୍ତ ଧାରାର ଚତୁର୍ଥ ଶକ୍ତି ହେଉଛି 'ଗତି-ଶକ୍ତି'
ସୁଗମ ହାଇ-ସ୍ପିଡ୍ ରେଲୱେ ସଂଯୋଗୀକରଣକୁ ଗୁରୁତ୍ବ
ଆମକୁ ବନ୍ଦର-ନେତୃତ୍ୱାଧୀନ ବିକାଶ ଦିଗରେ କାମ କରିବାକୁ ପଡ଼ିବ
ପଞ୍ଚମ 'ଶକ୍ତି' ପ୍ରତିରକ୍ଷା ଉତ୍ପାଦନ, ଏଥିରେ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ
ସପ୍ତ ଧାରାର ଷଷ୍ଠ ଶକ୍ତି ହେଉଛି ସବୁଜ ଅର୍ଥନୀତି
ଆମକୁ ନବୀକରଣୀୟ ଶକ୍ତି, ଶକ୍ତି ସଂରକ୍ଷଣ କ୍ଷେତ୍ରରେ କାମ କରିବାକୁ ହେବ
ସପ୍ତ ଧାରାର ସପ୍ତମ ଶକ୍ତି ହେଉଛି ସଫ୍ଟ ପାୱାର
ଯୋଗ, ଆୟୁର୍ବେଦ, ହସ୍ତଶିଳ୍ପ, ସଂସ୍କୃତି ଦ୍ବାରା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।