Sarpanch Arrested for Alleged Misappropriation: ୪୬ ଲକ୍ଷ ୮୬ ହଜାର ଟଙ୍କା ହଡ଼ପ, ଜେଲ୍ ଗଲେ ମହିଳା ସରପଞ୍ଚ

Nov 07, 2026 - 09:36
Sarpanch Arrested for Alleged Misappropriation: ୪୬ ଲକ୍ଷ ୮୬ ହଜାର ଟଙ୍କା ହଡ଼ପ, ଜେଲ୍ ଗଲେ ମହିଳା ସରପଞ୍ଚ

ସରକାରୀ ଟଙ୍କା ହଡ଼ପ ମାମଲାରେ ବନ୍ଧାହେଲେ ସରପଞ୍ଚ।

କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତର ମହିଳା ସରପଞ୍ଚ ସରୋଜିନୀ ନାୟକ ଗିରଫ।

କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ମାମଲରେ ପୂର୍ବରୁ ପଂଚାୟତ ନିର୍ବାହୀ ଅଧିକାରୀ ରଘୁନାଥ ଚମ୍ପିଆ ଗିରଫ ହୋଇ ଜେଲରେ ଅଛନ୍ତି।

Advertisment ଅଭିଯୋଗ ଅନୁସାରେ, ସରପଞ୍ଚ ଓ ନିର୍ବାହୀ ଅଧିକାରୀ ମିଳିତ ଭାବେ ଚଞ୍ଚକତା କରି ପଞ୍ଚାୟତ ଉନ୍ନୟନ ନିମନ୍ତେ ଆସିଥିବା ୪୬ ଲକ୍ଷ ୮୬ ହଜାର ୨୦୨ ଟଙ୍କା ହଡ଼ପ କରିଥିଲେ।

ଉକ୍ତ ଘଟଣା ଜଣାପଡିବା ପରେ ବିଭାଗୀୟ ତଦନ୍ତ ହୋଇଥିଲା।

ତଦନ୍ତ ରିପୋର୍ଟ ଭିତ୍ତିରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା।

ପରେ କୁଜଙ୍ଗ ବିଡିଓଙ୍କ ଏତଲା ଆଧାରରେ ପୋଲିସ ତଦନ୍ତ ଜାରି ରଖିଥିଲା।

ଗତ ଅକ୍ଟୋବରରେ କୁଜଙ୍ଗ ପୋଲିସ ନିର୍ବାହୀ ଅଧିକାରୀ ରଘୁନାଥ ଚମ୍ପିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।