Saudi Arabia: ହୁତି ଆକ୍ରମଣର ଦୃଢ଼ ଜବାବ ଦେବ ସାଉଦି, ବାଲାଷ୍ଟିକ୍ ମିସାଇଲ୍ ଓ ଡ୍ରୋନ୍ ହାମଲାରେ ୧୩ ଆହତ

Sep 15, 2026 - 11:10
Saudi Arabia: ହୁତି ଆକ୍ରମଣର ଦୃଢ଼ ଜବାବ ଦେବ ସାଉଦି, ବାଲାଷ୍ଟିକ୍ ମିସାଇଲ୍ ଓ ଡ୍ରୋନ୍ ହାମଲାରେ ୧୩ ଆହତ

"ରିୟାଦ/ସାନା: ୟେମେନର ଇରାନ-ସମର୍ଥିତ ହୁତି ବିଦ୍ରୋହୀମାନେ ସାଉଦି ଆରବର ଦକ୍ଷିଣାଞ୍ଚଳକୁ ଲକ୍ଷ୍ୟ କରି କ୍ରମାଗତ ବାଲିଷ୍ଟିକ ମିସାଇଲ ଓ ଡ୍ରୋନ୍ ଆକ୍ରମଣ କରିବା ପରେ ପରିସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି।

ଏହି ଆକ୍ରମଣରେ ଅନ୍ତତଃ ୧୩ ଜଣ ନାଗରିକ ଆହତ ହୋଇଥିବା ବେଳେ ସାଉଦି ଆରବ ଏହାର ଦୃଢ଼ ଜବାବ ଦେବ ବୋଲି ମଙ୍ଗଳବାର ଚେତାବନୀ ଦେଇଛି।

ସାଉଦି ନେତୃତ୍ୱାଧୀନ ମେଣ୍ଟସେନା ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୟେମେନସ୍ଥିତ ହୁତି ଘାଟିଗୁଡ଼ିକ ଉପରେ ୫୦ରୁ ଅଧିକ ବିମାନ ଆକ୍ରମଣ କରିଛି।Advertisment ଇରାନ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ଗତ ଜୁଲାଇ ମାସରୁ ୟେମେନ ଗୃହଯୁଦ୍ଧ ପୁନର୍ବାର ତେଜିବା ପରେ ହୁତି ବିଦ୍ରୋହୀମାନେ ସାଉଦି ଆରବ ବିପକ୍ଷରେ ସାମୁଦ୍ରିକ ଅବରୋଧ ଘୋଷଣା କରିବା ସହ ଲାଲ ସାଗରରେ ଜାହାଜଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ ଚଳାଇଛନ୍ତି।

ଗତ ସପ୍ତାହରେ ବିଦ୍ରୋହୀମାନେ ୟେମେନର ଲାଲ ସାଗର ଉପକୂଳ ଏବଂ କୂଟନୈତିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ''ବାବ୍ ଅଲ୍-ମାଣ୍ଡେବ୍'' ପ୍ରଣାଳୀକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି।

ଏହାସହ ବିଶ୍ୱର ପ୍ରମୁଖ ଅଶୋଧିତ ତୈଳ ରପ୍ତାନିକାରୀ ସାଉଦି ଆରବର ତୈଳ ଭିତ୍ତିଭୂମି ଉପରେ ହୁତିଙ୍କ ବାରମ୍ବାର ଆକ୍ରମଣ ହେତୁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଅତିକ୍ରମ କରିଛି।

ଅନ୍ୟପକ୍ଷରେ, ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି।

ତେବେ ନିଜର ସର୍ତ୍ତ ପୂରଣ ନହେବା ଯାଏଁ କୌଣସି ଆଲୋଚନା ସମ୍ଭବ ନୁହେଁ ବୋଲି ଇରାନ ସୁରକ୍ଷା ମୁଖ୍ୟ ପ୍ରକାଶ କରିଛନ୍ତି।

ୟେମେନରେ ହିଂସାକାଣ୍ଡ ବୃଦ୍ଧି ପାଇବା ଯୋଗୁଁ ପ୍ରାୟ ୯୪ ହଜାରରୁ ଅଧିକ ଲୋକ ବାସଚ୍ୟୁତ ହୋଇଥିବା ଜାତିସଂଘ ସୂଚନା ଦେଇଛି।

ଆଗାମୀ ଦିନରେ ଯୁଦ୍ଧ ହେବାକୁ ଯାଉଛି ମହାକାଶରେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।