02 SEPTEMBER 2026

Welcome!

Unlock your personalized experience.
Sign Up

SCB: ଏସ୍‌ସିବିରେ କୋଟିଏ ୪୦ ଲକ୍ଷ ଟଙ୍କା ହେରଫେର ମାମଲା: ଧରାପଡ଼ିଲାଣି ୨୦୭ଟି ବିଲ୍‌ରେ ତଞ୍ଚକତା

Sep 01, 2026 - 03:05
SCB: ଏସ୍‌ସିବିରେ କୋଟିଏ ୪୦ ଲକ୍ଷ ଟଙ୍କା ହେରଫେର ମାମଲା: ଧରାପଡ଼ିଲାଣି ୨୦୭ଟି ବିଲ୍‌ରେ ତଞ୍ଚକତା

କଟକ: ଏସ୍‌ସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର ଘଟଣାରେ ସ୍ବତନ୍ତ୍ର ଅଡିଟ୍ କରାଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଅଡିଟ୍ କରିବାକୁ ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ଏକ ଟିମ୍ ଏସ୍‌ସିବିରେ ପହଞ୍ଚି ଅଡିଟ୍ ଆରମ୍ଭ କରିବ। ତେବେ ୨୦୧୬-୧୭ରୁ ୨୦୨୫-୨୬ ଯାଏଁ ଏହି ଅଡିଟ୍ କରାଯିବ। ଅଡିଟ୍ କରାଯିବା ପରେ ଏହାର ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ। ପରେ ପରବର୍ତ୍ତୀ ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରିବା ନେଇ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି। 

Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର

ସୂଚନା ଅନୁଯାୟୀ, ଏସ୍‌ସିବିରେ କର୍ମଚାରୀଙ୍କ ଟଙ୍କା ହଡ଼ପ ଘଟଣାରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଡାଟା ଏଣ୍ଟ୍ରି ଅପରେଟର୍ (ଡିଇଓ) ଦୀନେଶ ରାଉତକୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ମାମଲାକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଏସ୍‌ସିବିରେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନରେ ୯ ଶହ ନର୍ସିଂ କର୍ମଚାରୀ ଥିବା ବେଳେ ଏମାନଙ୍କ ବାଦ୍ ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ ମଧ୍ୟ ଅଛନ୍ତି। ଏମାନଙ୍କ ଦରମା ଟ୍ରେଜେରି ମାଧ୍ୟମରେ କରାଯାଇଥାଏ। କିନ୍ତୁ ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ଚେକ୍ ମାଧ୍ୟମରେ ସମ୍ପୃକ୍ତ ଏଜେନ୍ସିକୁ ପ୍ରଦାନ କରାଯାଇଥାଏ। ସରକାରୀ କର୍ମଚାରୀଙ୍କ ଦରମା ଦୀନେଶ ମାଧ୍ୟମରେ ହେଉଥିଲା। ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଥିବା ଦୀନେଶ ପ୍ରତି ମାସର ଦୁଇ ହଜାର କର୍ମଚାରୀଙ୍କ ଦରମା ପାଇଁ ବିଲ୍ କରୁଥିଲା। ୨୦୧୬ରୁ ୨୦୨୬ ଯାଏଁ ଗଲା ୧୦ ବର୍ଷ ଭିତରେ ୨ ଲକ୍ଷ ୪୦ ହଜାର ଦରମା ବିଲ୍ ପ୍ରସ୍ତୁତ ହୋଇଛି। ଏଥିରେ ୨୦୭ଟି ବିଲ୍‌ରେ ହେରଫେର ହୋଇଥିବା ବର୍ତ୍ତମାନ ସୁଦ୍ଧା ଠାବ ହୋଇଛି। ଅର୍ଥାତ୍‌ ବାର୍ଷିକ ୨୦ଟି ବିଲ୍‌ରେ ହେରଫେର୍ ହୋଇଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି। 

ସ୍ବାସ୍ଥ୍ୟ ବିଭାଗ କରିବ ସ୍ବତନ୍ତ୍ର ଅଡିଟ୍‌, ଡିଇଓ, କ୍ୟାସିୟରଙ୍କ ଉପରେ ସନ୍ଦେହ

Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ

ଅନ୍ୟପଟେ ଦୀନେଶର ବାପା ଦିଲ୍ଲୀପ ଉକ୍ତ ଆକାଉଣ୍ଟ ସେକ୍ସନରେ ପୂର୍ବରୁ କାମ କରୁଥିଲେ। ସେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ତାଙ୍କ ସ୍ଥାନରେ ଦୀନେଶ ଏକ ଘରୋଇ ଠିକାସଂସ୍ଥା ମାଧ୍ୟମରେ ନିଯୁକ୍ତି ପାଇଥିଲେ। ତେବେ ଭିଜିଲାନ୍ସ ମାମଲାରେ ଫସିଥିବା ଜଣେ କର୍ମଚାରୀଙ୍କ ସ୍ଥାନରେ ତାଙ୍କ ପୁଅକୁ ନିଯୁକ୍ତି କିଏ ଦେଲେ ଏ ନେଇ ମଙ୍ଗଳାବାଗ ଥାନା ପୁଲିସ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଜବାବ ରଖିବାକୁ ଚିଠି ଲେଖିଛି। ଦୀନେଶ ଏବେ ଆଇଏମ୍‌ଏ ହାଇସ ନିକଟ କ୍ବାର୍ଟର୍ସରେ ରହୁଥିବା ବେଳେ ସେଠାରେ ସେ ରହିବାକୁ ଅନୁମତି କେମିତି ପାଇଲା, ୧୦ ବର୍ଷ ହେବ ଆକାଉଣ୍ଟ ସେକ୍ସନରେ ଏଭଳି ଆର୍ଥିକ ଅନିୟମିତତା ହୋଇଥିବା ବେଳେ ଡିଡିଓ ଓ କ୍ୟାସିୟର କେମିତି ଏତେ ବର୍ଷ ହେବ କିଛି ଜାଣିପାରିଲେ ନାହିଁ, ସେ ନେଇ ମଧ୍ୟ ଜବାବ ରଖିବାକୁ ପୁଲିସ ଚିଠିରେ ଦର୍ଶାଇଛି। ଦୀନେଶର କାର୍ଯ୍ୟରେ ଯୋଗ ଦେବା ସମୟର ନିଯୁକ୍ତିପତ୍ର ସମ୍ପର୍କିତ ତଥ୍ୟ ମଧ୍ୟ ପୁଲିସ ମାଗିଛି। ୨୦୧୬-୨୦୨୬ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ ପକ୍ଷରୁ ମିଳିପାରି ନାହିଁ। ଏହି ତଥ୍ୟ ଆସିଲେ ଦୀନେଶର ଆର୍ଥିକ କେଳେଙ୍କାରୀର ଦିଗ ସମ୍ପର୍କରେ ଅଧିକ ଖୋଳତାଡ଼ କରିପାରିବ ବୋଲି ପୁଲିସ ସୂଚନା ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।