SCB: ଏସ୍ସିବିରେ ସୁରକ୍ଷାକର୍ମୀଙ୍କ ବର୍ବରତା: ମାନସିକ ରୋଗୀଙ୍କୁ ପିଟିପିଟି ମାରିଦେଲେ
"କଟକ: ଏସ୍ସିବି ବଡ଼ଡାକ୍ତରଖାନା ପରିସର ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ବର୍ବରକାଣ୍ଡ ଘଟାଇଛନ୍ତି ସୁରକ୍ଷାକର୍ମୀ ଓ କେତେକ କର୍ମଚାରୀ।
ଜଣେ ମାନସିକ ରୋଗୀଙ୍କୁ ପ୍ଲାଷ୍ଟିକ ପାଇପ୍ରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତକ ହେଲେ ଶ୍ରୀକାନ୍ତ ଦାସ।
ଏ ସଂକ୍ରାନ୍ତରେ ପରିବାର ଲୋକେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଘଟଣାସ୍ଥଳର ସିସି କ୍ୟାମେରା ଫୁଟେଜ୍ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।Advertisment Education: ବେଦାନ୍ତ ପକ୍ଷରୁ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ଯାଜପୁର ଜିଲ୍ଲା ଯାଜପୁରରୋଡ୍ ଥାନା ଅନ୍ତର୍ଗତ ପହଙ୍ଗା ଅଞ୍ଚଳର ସୌଭାଗ୍ୟ ଦାସଙ୍କ ପୁଅ ଶ୍ରୀକାନ୍ତ ଗତ ୨୮ ତାରିଖ ସକାଳେ ଘରେ ଅଚେତ ହୋଇ ପଡ଼ିଥିଲେ।
ତାଙ୍କୁ ପତ୍ନୀ ସସ୍ମିତା ଦାସ ଓ ବନ୍ଧୁ ଶ୍ରୀକାନ୍ତ ପଢ଼ିହାରୀ ଏସ୍ସିବି ମେଡିକାଲକୁ ଆଣିବା ପରେ ଡାକ୍ତର ଶ୍ରୀକାନ୍ତଙ୍କୁ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ରେଫର୍ କରିଥିଲେ।
ସେଠାରେ ତାଙ୍କୁ ଶଯ୍ୟା ନମ୍ବର ୧୨୩ରେ ଚିକିତ୍ସା କରାଯାଉଥିଲା।
୨୯ ତାରିଖରେ ଶ୍ରୀକାନ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
ସେଦିନ ସନ୍ଧ୍ୟା ପ୍ରାୟ ୬ଟାରେ ତାଙ୍କ ସାନଭାଇ ବିନୋଦ ବିହାରୀ ଦାସ ଏସ୍ସିବିରେ ପହଞ୍ଚିଥିଲେ।
୨୯ ତାରିଖ ରାତି ପ୍ରାୟ ୯ଟାରେ ଶ୍ରୀକାନ୍ତ ହଠାତ ବେଡ୍ରୁ କେଉଁଆଡ଼େ ଚାଲିଯାଇଥିଲେ।
ସୁରକ୍ଷାକର୍ମୀଙ୍କୁ ପଚରାଉଚରା କରିବା ସହ ତାଙ୍କୁ ପରିବାର ଲୋକେ ଖୋଜାଖୋଜି କରିଥିଲେ।
ତଳ ମହଲାର ଏକ ଶୌଚାଳୟରେ ଶ୍ରୀକାନ୍ତଙ୍କୁ ଠାବ କରାଯାଇଥିଲା।
ସେଠାରେ ହସ୍ପିଟାଲର ଦୁଇ ସୁରକ୍ଷାକର୍ମୀ ଓ ସାଦା ପୋଷାକରେ ଥିବା ଏସ୍ସିବିର ଜଣେ କର୍ମଚାରୀ ତାଙ୍କୁ ପ୍ଲାଷ୍ଟିକ୍ ପାଇପ୍ରେ ନିର୍ଘାତ ମାଡ଼ ମାରୁଥିବା ପରିବାର ଲୋକେ ଦେଖିଥିଲେ।
ଶ୍ରୀକାନ୍ତଙ୍କୁ ଗୁରୁତର ଅବସ୍ଥାରେ ଏସ୍ସିବି ମେଡିକାଲକୁ ନିଆଯାଇଥିଲା।
ଆଜି ତାଙ୍କର ଏସ୍ସିବି ମେଡିକାଲରେ ମୃତ୍ୟୁ ଘଟିଥିଲା।
ଏ ନେଇ ଶ୍ରୀକାନ୍ତଙ୍କ ସାନଭାଇ ବିନୋଦ ବିହାରୀ ଦାସ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି।
ପୁଲିସ ଜବତ କରିଥିବା ସିସି କ୍ୟାମେରା ଫୁଟେଜ୍ରେ ଦୁଇ ଜଣ ସୁରକ୍ଷା କର୍ମୀ, ଜଣେ ଆଟେଣ୍ଡାଣ୍ଟ ଓ ଶ୍ରୀକାନ୍ତଙ୍କ ଭାଇ ବିନୋଦ ଥିବା ଦେଖିବାକୁ ମିଳିଛି।
Neglect: ୨୦୬ କୋଟିର ପ୍ରକଳ୍ପ, ୨ ବର୍ଷ ପରେ ବି ୭ ଗାଁ ପାନୀୟ ଜଳରୁ ବଞ୍ଚିତ ପତ୍ନୀ ସସ୍ମିତା ଦାସ ଅଭିଯୋଗ କରିଛନ୍ତି, ଏକ ମୋଟା ପାଇପ୍ରେ ସୁରକ୍ଷାକର୍ମୀ ଓ ଅନ୍ୟମାନେ ଗୋଡ଼ାଇ ବାଡ଼େଇବା ପରେ ବେଡ୍ରେ ପକାଇ କଡ଼ି ଓ ରଶିରେ ବାନ୍ଧି ଦେଇଥିଲେ।
ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଶ୍ରୀମତୀ ଦାସ କହିଛନ୍ତି।
ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ କହିଛନ୍ତି, ମାନସିକ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଥିବା ଘଟଣା ନେଇ ଅଭିଯୋଗ ଆସିଛି।
ଏହା ସତ କି ନାହିଁ ଅନୁଧ୍ୟାନ କରାଯିବ।
ପୁଲିସ ଏହାର ତଦନ୍ତ କରିବ।
ଆମେ ସହଯୋଗ କରିବୁ ବୋଲି ପ୍ରଫେସର ଚୌଧୁରୀ କହିଛନ୍ତି।
ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ କହିଛନ୍ତି, ଶ୍ରୀକାନ୍ତଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।