School Flooded After Heavy Rain: ବର୍ଷାରେ ବୁଡ଼ିଲା ସ୍କୁଲ, ଲହଡି ମାରୁଛି ଆଣ୍ଠୁଏ ଆଣ୍ଠୁଏ ପାଣି
ବର୍ଷାରେ ବୁଡ଼ିଲା ସ୍କୁଲ। ସ୍କୁଲ ଭିତରେ ଲହଡି ମାରୁଛି ଆଣ୍ଠୁଏ ଆଣ୍ଠୁଏ ପାଣି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଲଗାଣ ବର୍ଷା ପରେ ଚାରିଆଡେ ଜମିଛି ପାଣି। ବାଙ୍କୀବାହାଲ ଗାଁରେ ଥିବା ସ୍କୁଲ ପାଣି ଭିତରେ ରହିଛି।
ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କେଉଁଠି ସ୍କୁଲରେ ବର୍ଷା ଜଳ ଲହଡି ମାରୁଛି ତ ରାସ୍ତା ଘାଟରେ ପାଣି ଜମିଛି। ତେବେ ପାଣି ନିଷ୍କାସନ ପାଇଁ ଉଦ୍ୟମ କରାଯାଉନଥିବା ବେଳେ କେମିତି ପାଠ ପଢା ହେବ ତାକୁ ନେଇ ଚିନ୍ତାରେ ଅଭିଭାବକ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।