Schools Face Power Cuts Over Pending Electricity Bills: ପଙ୍ଖା ଅଛି, ହେଲେ ଚାଲୁନି; ବିଦ୍ୟୁତ ନଥିବାରୁ ହନ୍ତସନ୍ତ ଛାତ୍ରଛାତ୍ରୀ
ସ୍କୁଲରେ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି କୋମଳମତି ଛାତ୍ରଛାତ୍ରୀ। ଶ୍ରେଣୀ ଗୃହରେ ପଙ୍ଖା ଅଛି, ହେଲେ ଚାଲୁନାହିଁ। କାରଣ ସ୍କୁଲରୁ କଟିଯାଇଛି ବିଦ୍ୟୁତ୍ ସଂଯୋଗ। ବିଦ୍ୟୁତ ବିଲ୍ ବକେୟା ଥିବାରୁ ଲାଇଟ୍ କାଟି ଦେଇଛି ବିଭାଗ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସ୍କୁଲରୁ ଆସିଛି ଏମିତି ଘଟଣା। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଉଦଳା, କପ୍ତିପଦା, ଗୋପବନ୍ଧୁନଗର ବ୍ଲକର ଅନେକ ବିଦ୍ୟାଳୟରୁ କଟିଯାଇଛି ଲାଇନ୍। ଦୀର୍ଘ ଦିନରୁ ବିଦ୍ୟୁତ ବିଲ୍ ବାକି ଥିବାରୁ ବିଦ୍ୟୁତ ବିଭାଗ ଲାଇନ କାଟି ଦେଇଥିବା ଅଭିଯୋଗ ହୋଇଛି।
ତେବେ ସରକାରଙ୍କ ପକ୍ଷରୁ ବିଦ୍ୟୁତ ବିଲ ବାବଦକୁ ଟଙ୍କା ସଠିକ ଭାବେ ଆସୁ ନ ଥିବା ଏବଂ କିଛି ବିଦ୍ୟାଳୟରେ ଦାୟିତ୍ୱରେ ଥିବା ପୂର୍ବତନ ପ୍ରଧାନଶିକ୍ଷକ ବିଲ ପୈଠ କରି ନ ଥିବାରୁ ଏଭଳି ସ୍ଥିତି ତିଆରି ହୋଇଥିବା କହିଛନ୍ତି ପ୍ରଧାନ ଶିକ୍ଷକ। ହେଲେ ଘଟଣା ବାବଦରେ ବିଇଓ କିମ୍ବା ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରତିକ୍ରିୟା ମିଳି ପାରିନାହିଁ। ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ। ...
ସେହିପରି ନିଆଳୀ ବ୍ଲକ କୃଷ୍ଣପ୍ରସାଦ ବିଶ୍ୱନାଥ ବିଦ୍ୟାପୀଠରେ ତିନ ମାସ ଧରି ଚାଲିଛି ଅନ୍ଧାରରେ ଶିକ୍ଷାଦାନ। ଏହି ବିଦ୍ୟାଳୟ ର ବକେୟା ବିଦ୍ୟୁତ୍ ବିଲ୍ ପୈଠ ହୋଇନଥିବାରୁ ଲାଇନ୍ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ନିଆଳି ବିଦ୍ୟୁତ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟୁତ୍ କାଟ କରାଯାଇଛି। ଯାହାଫଳରେ ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବୁଲୁନି ଫ୍ୟାନ କି ଜଳୁନି ବଲ୍ ।
ସ୍କୁଲରେ ବାକି ପଡିଛି ଇଲେକ୍ଟ୍ରି ବିଲ୍
ସ୍କୁଲରୁ ଲାଇନ କାଟିଦେଲା ବିଦ୍ୟୁତ ବିଭାଗ
ଗରମ ଏବଂ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଛାତ୍ରଛାତ୍ରୀ
ବିଦ୍ୟୁତ ବିଲ ବାକି ଥିବାରୁ ଲାଇନ କଟାଯାଇଥିବା ଅଭିଯୋଗ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।