Scrub Typhus Cases Rise: ସ୍କ୍ରବ୍ ଟାଇଫସ୍ ଆତଙ୍କ: ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି, ଆହତଙ୍କ ମଧ୍ୟରେ ୬ ଛାତ୍ରଛାତ୍ରୀ

Aug 29, 2026 - 18:08
Scrub Typhus Cases Rise: ସ୍କ୍ରବ୍ ଟାଇଫସ୍ ଆତଙ୍କ: ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି, ଆହତଙ୍କ ମଧ୍ୟରେ ୬ ଛାତ୍ରଛାତ୍ରୀ

ଅନୁଗୁଳ ଜିଲ୍ଲା ପାଲଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ୍ ଟାଇଫସ୍ ଆତଙ୍କ। ଗାଁରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ପୂର୍ବରୁ ୪ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ହୋଇଥିଲେ। ଆଜି ଆଉ ୩ ଆକ୍ରନ୍ତ ଚିହ୍ନଟ ହୋଇଥିବା CDMO ସୂଚନା ଦେଇଛନ୍ତି। ଏବେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି। 

ଖବର ପ୍ରସାରଣ ପରେ ଗାଁରେ ପହଞ୍ଚିଛି ସ୍ୱାସ୍ଥ୍ୟ ବିଭାଗର ଟିମ୍। ଟିମ୍ ପକ୍ଷରୁ ସ୍ଥିତି ଅନୁଧ୍ୟାନ ସହ ରକ୍ତ ନମୁନା ସଂଗ୍ରହ କରାଯାଉଛି। ରୋଗ ଯେପରି ଅଧିକ ନବ୍ୟାପେ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେଉଛି ପ୍ରଶାସନ। ଜମି, ଘାସ, ବୁଦା ଓ ପତ୍ରରେ ଥିବା କ୍ଷୁଦ୍ର କୀଟ ବା ଟିଙ୍କ କାମୁଡ଼ିବା ଦ୍ୱାରା ଏହି ରୋଗ ବ୍ୟାପିଥାଏ। ଆକ୍ରାନ୍ତ ହେଲେ ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା ଓ ଶରୀର ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଏ। 

ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କଲେ ଏହି ରୋଗ ନିୟନ୍ତ୍ରଣ କରାଯାଇପାରେ। ଆଜି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ପହଂଚି ଗାଁରେ ସ୍ଥିତି ଜାଞ୍ଚ କରିବା ସହିତ ରକ୍ତ ନମୁନା ମଧ୍ୟ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି।

  • ପାଲଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ୍ ଟାଇଫସ୍ ଆତଙ୍କ
  • ସାନବାଗଦରୀ ଗାଁରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି
  • ପୂର୍ବରୁ ୪ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ହୋଇଥିଲେ
  • ଆଜି ଆଉ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା CDMOଙ୍କ ସୂଚନା
  • ସାନବାଗଦରୀ ଗାଁରେ ସ୍ୱାସ୍ଥ୍ୟ ବିଭାଗ ଟିମ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।