SC’s Big Live-In Ruling: ଲିଭ୍‌-ଇନ୍‌କୁ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ, ରଖିଲେ ବଡ଼ ସର୍ତ୍ତ!

Aug 08, 2026 - 17:07
SC’s Big Live-In Ruling: ଲିଭ୍‌-ଇନ୍‌କୁ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ, ରଖିଲେ ବଡ଼ ସର୍ତ୍ତ!

ଲିଭ୍‌-ଇନ୍‌ ସମ୍ପର୍କରେ ଥିବା ମହିଳାଙ୍କୁ ଆଇନଗତ ସୁରକ୍ଷା ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ବିବାହ ଭଳି ଲିଭ୍‌-ଇନ୍‌ ସମ୍ପର୍କରେ ନିର୍ଯାତନା ହେଲେ ଧାରା ୪୯୮-ଏ ଅନୁଯାୟୀ ମାମଲା ହୋଇପାରିବ ବୋଲି କୋର୍ଟ କହିଛନ୍ତି।

ତେବେ ଏହି ସୁରକ୍ଷା ପାଇଁ ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ। ସମ୍ପର୍କଟି ‘ବିବାହ ସ୍ୱଭାବର’ ହେବା ସହ ଭବିଷ୍ୟତରେ ବିବାହ କରିବାର ଉଭୟଙ୍କ ସ୍ପଷ୍ଟ ଉଦ୍ଦେଶ୍ୟ ଥିବା ପ୍ରମାଣ ଆବଶ୍ୟକ।

କେବଳ ଏକାଠି ରହିବା କିମ୍ବା ସାଧାରଣ ସମ୍ପର୍କକୁ ବିବାହ ଭଳି ଲିଭ୍‌-ଇନ୍‌ ବୋଲି ଧରାଯିବ ନାହିଁ। ଏଥିପାଇଁ ଏକାଠି ରହିବା, ଆର୍ଥିକ ସମ୍ପର୍କ, ସାମାଜିକ ଭାବେ ଦମ୍ପତି ଭାବେ ପରିଚୟ ଏବଂ ବିବାହର ଉଦ୍ଦେଶ୍ୟ ସମ୍ପର୍କିତ ପ୍ରମାଣକୁ କୋର୍ଟ ବିଚାର କରିପାରନ୍ତି।

ଅନ୍ୟପକ୍ଷରେ, ଆଇନର ଦୁରୁପଯୋଗ ନେଇ ମଧ୍ୟ ସତର୍କତା ରହିଛି। ଗିରଫ ପୂର୍ବରୁ ଧାରା ୪୯୮-ଏ ସମ୍ପର୍କିତ ନିର୍ଦ୍ଦିଷ୍ଟ ଆଇନଗତ ସୁରକ୍ଷା ଓ ପ୍ରାରମ୍ଭିକ ଯାଞ୍ଚ ପ୍ରକ୍ରିୟା ପାଳନ କରିବାକୁ ହେବ।

ଅର୍ଥାତ୍‌, ସମ୍ପର୍କ ବିବାହର ନାଁରେ ହେଉ କି ଲିଭ୍‌-ଇନ୍‌ରେ, ନିର୍ଯାତନାର ଶିକାର ମହିଳାଙ୍କ ସୁରକ୍ଷା ହିଁ ଆଇନର ମୂଳ ଉଦ୍ଦେଶ୍ୟ। ହେଲେ ଲିଭ୍‌-ଇନ୍‌ ସମ୍ପର୍କରେ ୪୯୮-ଏ ଲାଗୁ କରିବାକୁ ‘ବିବାହର ଉଦ୍ଦେଶ୍ୟ’ ପ୍ରମାଣ ଏବେ ଗୁରୁତ୍ୱପୂର୍ଣ୍ଣ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।