Search Operation: ସନ୍ଦିଗ୍ଧ ଗତିବିଧି ପରେ ରାଜୌରୀ, ପୁଞ୍ଚ ଓ କଠୁଆରେ ତଲାସି ଅଭିଯାନ

Sep 29, 2026 - 23:19
Search Operation: ସନ୍ଦିଗ୍ଧ ଗତିବିଧି ପରେ ରାଜୌରୀ, ପୁଞ୍ଚ ଓ କଠୁଆରେ ତଲାସି ଅଭିଯାନ

"ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ସନ୍ଦିଗ୍ଧ ଗତିବିଧି ସୂଚନା ମିଳିବା ପରେ ମଙ୍ଗଳବାର ସୁରକ୍ଷାବାହିନୀ ପକ୍ଷରୁ ରାଜୌରୀ, ପୁଞ୍ଚ ଓ କଠୁଆରେ ୧୨ରୁ ଅଧିକ ସ୍ଥାନରେ ବଡ଼ଧରଣର ତଲାସି ଅଭିଯାନ ଆରମ୍ଭ କରିଛନ୍ତି।

ତଲାସି ଅଭିଯାନ ମିଳିତ ଭାବେ ଜମ୍ମୁ-କାଶ୍ମୀର ପୁଲିସ, ସେନା, ସିଆର୍‌ପିଏଫ୍‌ ଓ ବିଏସ୍‌ଏଫ୍‌ ପକ୍ଷରୁ ତିନି ଜିଲ୍ଲାର ଉପାନ୍ତ ଓ ଜଙ୍ଗଲ ଅଞ୍ଚଳରେ କରାଯାଉଛି।

Advertisment ରାଜୌରୀରେ ପୀର ଖାନା, ପୋଥା ନରୋଟା ଓ କାଲାକୋଟର ଆନ୍ଧ ଗ୍ରାମ, ସୁନ୍ଦରବାଣୀର ଥଣ୍ଡା ପାନି ଓ କାନସାରରେ ଖୋଜା ଚାଲିଛି।

କଠୁଆରେ ସୁରକ୍ଷା ବାହିନୀ ପଞ୍ଜୱାରୀ, କ୍ୟାଥେରା ଓ ନିକଟବର୍ତ୍ତୀ ଅଞ୍ଚଳରେ ଖୋଜାଖୋଜି କରୁଛନ୍ତି।

ପୁଞ୍ଚର ଅପର୍‌ କାସବାଲାରୀ, ଥେରାଟୋପା, ନଗଲ ଗଲି, କାଲାବାନ୍‌ ଓ ମେନ୍ଧାର୍‌ ଅଞ୍ଚଳର ପତ୍ନାତୀର୍‌ରେ ତଲାସି ଅଭିଯାନ ଚାଲିଛି।

ସୁରକ୍ଷାବାହିନୀକୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୨୦, ଗିରଫ ହେଲେ ୧୬ ନକ୍ସଲ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।