Sensex Surges Over 1,600 Points: ଟ୍ରମ୍ପଙ୍କୁ ନିର୍ବାଚନୀ ଝଟକା, ତେଲ ଦରରେ ବଡ଼ ହ୍ରାସ! ଭାରତୀୟ ସେୟାର ବଜାରରେ ଦୀପାବଳି

Nov 05, 2026 - 10:11
Sensex Surges Over 1,600 Points: ଟ୍ରମ୍ପଙ୍କୁ ନିର୍ବାଚନୀ ଝଟକା, ତେଲ ଦରରେ ବଡ଼ ହ୍ରାସ! ଭାରତୀୟ ସେୟାର ବଜାରରେ ଦୀପାବଳି

ଆମେରିକାରେ ରାଜନୈତିକ ଝଟକା, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବଡ଼ ହ୍ରାସ।

ଆଉ ଏହାର ସିଧାସଳଖ ପ୍ରଭାବ ଏବେ ଭାରତୀୟ ସେୟାର ବଜାରରେ ଦେଖିବାକୁ ମିଳିଛି।

ଗୁରୁବାର ସେୟାର ବଜାର ଖୋଲୁ ଖୋଲୁ ନିବେଶକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ସେନସେକ୍ସ ଓ ନିଫ୍ଟି ରକେଟ୍ ବେଗରେ ଉପରକୁ ଉଠିଛନ୍ତି।

ଦୀପାବଳି ପୂର୍ବରୁ ଭାରତୀୟ ସେୟାର ବଜାରରେ ଯେମିତି ଆଗୁଆ ଦୀପାବଳି ପାଳନ ହୋଇଛି।

Advertisment ଖୋଲୁ ଖୋଲୁ ୧୬୦୦ ପଏଣ୍ଟ ଉପରେ ସେନସେକ୍ସ ଗୁରୁବାର କାରବାର ଆରମ୍ଭ ହେବା ମାତ୍ରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦ ଶେୟାର ବିଶିଷ୍ଟ ସେନସେକ୍ସରେ ବଡ଼ ଉତ୍ସାହ ଦେଖାଦେଇଥିଲା।

ପୂର୍ବ କାରବାର ଦିନରେ ୭୭,୩୦୧ ପଏଣ୍ଟରେ ବନ୍ଦ ହୋଇଥିବା ସେନସେକ୍ସ ଗୁରୁବାର ଜବରଦସ୍ତ ବୃଦ୍ଧି ସହ ଖୋଲିଥିଲା।

ମାତ୍ର କିଛି ସେକେଣ୍ଡ ମଧ୍ୟରେ ୧,୬୨୧ ପଏଣ୍ଟ ବଢ଼ି ୭୮,୯୨୨ ପଏଣ୍ଟରେ ପହଞ୍ଚିଥିଲା।

ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ପଛରେ ପଡ଼ିନଥିଲା।

ପୂର୍ବ କାରବାର ଦିନରେ ୨୩,୯୬୦ ପଏଣ୍ଟରେ ବନ୍ଦ ହୋଇଥିବା ନିଫ୍ଟି ୪୩୨ ପଏଣ୍ଟ ବଢ଼ି ୨୪,୩୯୨ ପଏଣ୍ଟରେ ପହଞ୍ଚିଥିଲା।

Advertisment ଟ୍ରମ୍ପଙ୍କ ଦଳକୁ ଝଟକା, ବଜାରରେ ଉତ୍ସାହ ଆମେରିକାର ମିଡ୍‌ଟର୍ମ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିକୁ ବଡ଼ ଝଟକା ଲାଗିଛି।

ଦିଆଯାଇଥିବା ନିର୍ବାଚନୀ ଫଳାଫଳ ଅନୁସାରେ, ଡେମୋକ୍ରାଟିକ୍ ପାର୍ଟି ପ୍ରତିନିଧି ସଭାରେ ୨୨୮ଟି ଆସନ ଜିତିଥିବାବେଳେ ରିପବ୍ଲିକାନ୍ ପାର୍ଟିକୁ ୧୩୯ଟି ଆସନ ମିଳିଛି।

ଏହି ରାଜନୈତିକ ପରିବର୍ତ୍ତନ ପରେ ଆମେରିକୀୟ ବଜାରରେ ମଧ୍ୟ ଉତ୍ସାହ ଦେଖାଦେଇଛି।

୧୦ ପ୍ରତିଶତ ଖସିଲା ଅଶୋଧିତ ତୈଳ ଦର!

ଏହି ଖବର ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍ ଅଏଲ୍ ଦର ପ୍ରାୟ ୧୦ ପ୍ରତିଶତ ଖସି ୯୦ ଡଲାର ତଳକୁ ଆସିଥିବା ରିପୋର୍ଟ ମିଳିଛି।

ଭାରତ ନିଜ ଆବଶ୍ୟକତାର ବହୁ ଅଂଶ ଅଶୋଧିତ ତୈଳ ଆମଦାନୀ କରୁଥିବାରୁ ଏହି ହ୍ରାସ ଦେଶ ପାଇଁ ଆଶ୍ୱସ୍ତିକର ଖବର।

ତେଲ ଦର କମିଲେ ଆମଦାନୀ ଖର୍ଚ୍ଚ ଓ ମୁଦ୍ରାସ୍ଫୀତି ଉପରେ ଚାପ ହ୍ରାସ ପାଇବାର ସମ୍ଭାବନା ରହିଛି।

ଏହା ସହ ନିବେଶକଙ୍କ ମନୋଭାବ ମଧ୍ୟ ସୁଧୁରିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।