Series Accident in Udala: ଉଦଳାରେ ସିରିଜ୍ ଦୁର୍ଘଟଣା, ଦୁଇ ଅଟୋକୁ ଧକ୍କା ଦେଲା ଦ୍ରୁତଗାମୀ କାର୍

Nov 02, 2026 - 21:47
Series Accident in Udala: ଉଦଳାରେ ସିରିଜ୍ ଦୁର୍ଘଟଣା, ଦୁଇ ଅଟୋକୁ ଧକ୍କା ଦେଲା ଦ୍ରୁତଗାମୀ କାର୍

ଉଦଳାରେ ସିରିଜ୍ ଆକ୍ସିଡେଣ୍ଟ।

ବେପରୁଆ ଭାବେ ଦ୍ରୁତ ଗତିରେ ଆସିଲା, ଆଉ ଦୁଇ ଗୋଟି ଅଟୋ ଧକ୍କା ଦେଲା କାର।

ଦୁର୍ଘଟଣାରେ ୮ରୁ ଅଧିକ ଗୁରୁତର ହୋଇଛନ୍ତି।

ଘଟଣା ଘଟିଛି ଉଦଳା ଥାନା ବିସିପୁର ଛକ ନିକଟରେ।

ମୟୂରଭଂଜ ଉଦଳା ବୈରାଟପୁର ଅଞ୍ଚଳରୁ ପୂଜା ସାରି ଦୁଇଟି ଅଟୋରେ ୧୩ ଜଣ ବାରିପଦା ଫେରୁଥିଲେ।

ହେଲେ ବିସିପୁର ଛକ ନିକଟରେ ଦ୍ରୁତ ଗତିରେ ବେପରୁଆ ଭାବେ ଆସୁଥିବା ଏକ କାର ଅଟୋକୁ ମୁହାଁମୁହିଁ ଧକ୍କା ଦେଇଥିଲା।

ଅଟୋରେ ଥିବା ଅନେକ ଲୋକ ଗୁରୁତର ହୋଇଥିଲେ।

ଗୁରୁତରଙ୍କୁ ଚିକିତ୍ସା ଲାଗି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗୁରୁତରଙ୍କ ମଧ୍ୟରେ ୩ ଜଣ ଛୋଟ ପିଲା, ୫ ଜଣ ମହିଳା ରହିଛନ୍ତି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।