Series of Temple Thefts: ତିନୋଟି ମନ୍ଦିରରୁ ସିରିଜ ଚୋରି ଅଭିଯୋଗ, ରୁପା ଅଳଙ୍କାର ଲୁଟ୍

Aug 11, 2026 - 14:31
Series of Temple Thefts: ତିନୋଟି ମନ୍ଦିରରୁ ସିରିଜ ଚୋରି ଅଭିଯୋଗ, ରୁପା ଅଳଙ୍କାର ଲୁଟ୍

ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଦୁର୍ଗେଶ୍ୱର ବାହାରଣା ଗାଁରେ ଥିବା ତିନୋଟି ମନ୍ଦିରରୁ ସିରିଜ ଚୋରି ଅଭିଯୋଗ।  ଆଜି ସକାଳେ ପୂଜକ ମନ୍ଦିରକୁ ପୂଜା କରିବାକୁ ଆସିବା ବେଳେ ସମସ୍ତ ମନ୍ଦିର ତାଲା ଭଙ୍ଗାଯାଇଥିବା ଦେଖିଥିଲେ। ପରେ ଗ୍ରାମବାସୀଙ୍କୁ ଏହା ଜଣାଇଥିଲେ । ଏହି ଗାଁର ମାଆ ବୁଢ଼ିଆଣୀ ଠାକୁରାଣୀଙ୍କ ରୁପା ମୁକୁଟ ସହ ଅନ୍ୟ ରୁପା ଅଳଙ୍କାର ଚୋରି ହୋଇଛି।

ସେହିପରି ଦାରୁବ୍ରହ୍ମ ଐଶାନେଶ୍ୱର ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରୁ ପିତ୍ତଳ ସାମଗ୍ରୀ ସବୁ ଲୁଟ ହୋଇଛି । ରୁପା ଅଳଙ୍କାର ଓ କଂସା ପିତ୍ତଳ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଅଭିଯୋଗ ପାଇ ଚାରିଛକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ମନ୍ଦିରରୁ ସିରିଜ ଲୁଟ୍
ପୁରୀ ଜିଲ୍ଲା ଦୁର୍ଗେଶ୍ୱର ବାହାରଣା ଗାଁରେ ଚୋରି
ଗାଁର ତିନୋଟି ମନ୍ଦିରରୁ ସିରିଜ ଚୋରି ଅଭିଯୋଗ
ଚାରିଛକ ଥାନା ପୋଲିସର ତନାଘନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।