Sexual Harassment: ୧୦ରୁ ଅଧିକ ଜେଏନୟୁ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ପ୍ରଫେସରଙ୍କ ବିରୋଧରେ ତଦନ୍ତ କରୁଛି ଆଇସିସି

Sep 06, 2026 - 13:00
Sexual Harassment: ୧୦ରୁ ଅଧିକ ଜେଏନୟୁ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ପ୍ରଫେସରଙ୍କ ବିରୋଧରେ ତଦନ୍ତ କରୁଛି ଆଇସିସି

"ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ପୁଣି ଏକ ସଂବେଦନଶୀଳ ମାମଲା ସାମ୍ନାକୁ ଆସିଛି।ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ ବିରୋଧରେ ୧୦ ଜଣ ଛାତ୍ରୀ ଯୌନ ନିର୍ଯାତନା ଭଳି ଗମ୍ଭୀର ଅଭିଯୋଗ ଆଣିଛନ୍ତି।

ଏହି ମାମଲାର ଅନୁଧ୍ୟାନ ଓ ତଦନ୍ତ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ପକ୍ଷରୁ ଜାରି ରହିଛି।Advertisment ଆଇସିସି ନିକଟରେ ଆନୁଷ୍ଠାନିକ ଅଭିଯୋଗ ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ମାସ ପୂର୍ବରୁ ଏହି ଅଭିଯୋଗଗୁଡ଼ିକ କମିଟି ନିକଟରେ ଦାଖଲ କରାଯାଇଥିଲା।

ଅଭିଯୋଗରେ ଦର୍ଶାଯାଇଛି ଯେ, ଉକ୍ତ ପ୍ରଫେସର ଜଣକ ନିଜ କ୍ୟାମ୍ପସ୍ସ୍ଥିତ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମକୁ ଛାତ୍ରୀମାନଙ୍କୁ ଆମନ୍ତ୍ରଣ କରି ସେଠାରେ ଅଶୋଭନୀୟ ଯୌନ ବ୍ୟବହାର ଓ କୁପ୍ରସ୍ତାବ ଦେଉଥିଲେ।

ଏହା ସହିତ କ୍ଲାସରୁମରେ ପାଠ ପଢ଼ାଇବା ସମୟରେ ମଧ୍ୟ ସେ ଅଶ୍ଳୀଳ ଏବଂ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ପ୍ରଥମେ ଜଣେ ଛାତ୍ରୀ ଆଇସିସି ନିକଟରେ ଆନୁଷ୍ଠାନିକ ଅଭିଯୋଗ ରୁଜୁ କରିବା ପରେ ବିଶ୍ୱବିଦ୍ୟାଳୟର ଅନେକ ବରିଷ୍ଠ ଛାତ୍ରଛାତ୍ରୀ ପୀଡ଼ିତାଙ୍କ ସମର୍ଥନରେ ବାହାରିଥିଲେ।

ଏହା ପରେ ଉକ୍ତ ପ୍ରଫେସରଙ୍କ ସମାନ ଅଶୋଭନୀୟ ଆଚରଣ ସମ୍ପର୍କରେ ଏକାଧିକ ଛାତ୍ରୀ ମୁହଁ ଖୋଲିବା ସହ ଅଭିଯୋଗ ଆଣିଛନ୍ତି।

ବର୍ତ୍ତମାନ ଆଇସିସି ସମସ୍ତ ଅଭିଯୋଗର ଗଭୀର ତଦନ୍ତ କରୁଛି।

ତେବେ ଏହି ସଂବେଦନଶୀଳ ଘଟଣା ନେଇ ଜେଏନୟୁ ପ୍ରଶାସନ, କୁଳପତିଙ୍କ କାର୍ଯ୍ୟାଳୟ କିମ୍ବା ଛାତ୍ର ସଂସଦ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଆଧିକାରିକ ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।

୨୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।