Shah Takes Aim at Congress Over ‘Vande Mataram’: ‘ବନ୍ଦେ ମାତରମ’କୁ ନେଇ କଂଗ୍ରେସ ଉପରେ ବର୍ଷିଲେ ଶାହ, ମନେ ପକାଇଦେଲେ ଦେଶ ବିଭାଜନର କଥା
ବନ୍ଦେ ମାତରମକୁ ନେଇ ରାଜନୀତି ଜୋରଦାର। କଂଗ୍ରେସ-ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ବନ୍ଦେ ମାତରମର ଦୁଇଟି ପଦ ଗାଇବା ନେଇ କଂଗ୍ରେସ ନିଷ୍ପତ୍ତି ପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କଂଗ୍ରେସର ଏଭଳି ନିଷ୍ପତ୍ତିକୁ ଦେଶ ବିରୋଧୀ ଓ ତୁଷ୍ଟୀକରଣ ରାଜନୀତିର ଉଦାହରଣ ବୋଲି କହିଛନ୍ତି। ୧୯୩୭ରେ କଂଗ୍ରେସ ନେଇଥିବା ନିଷ୍ପତ୍ତିକୁ ମନେ ପକାଇ କଡ଼ା ସମାଲୋଚନା କରିଛନ୍ତି ଶାହ। କହିଛନ୍ତି, ସେତେବେଳେ ମୁସଲିମ୍ ତୁଷ୍ଟୀକରଣ ପାଇଁ କଂଗ୍ରେସ 'ବନ୍ଦେ ମାତରମ୍'କୁ ଦୁଇ ଭାଗରେ ବିଭକ୍ତ କରିଥିଲା। ସେତେବେଳେ ଦେଶ ବିଭାଜନର ମୂଳଦୁଆ ପକାଇଥିଲା କଂଗ୍ରେସ।
ମୋଦି ସରକାର କଂଗ୍ରେସର ଏହି ଭୁଲକୁ ସୁଧାରି ଜାତୀୟ ଏକତାକୁ ମଜବୁତ କରିଛି। ସେମାନେ କେବଳ ବଙ୍କିମ ବାବୁଙ୍କ ଏହି ରଚନାକୁ ଅପମାନିତ କରିନାହାନ୍ତି, ବରଂ ଦେଶର ସ୍ୱାଧୀନତା ପାଇଁ ପ୍ରାଣ ଦେଇଥିବା ଲୋକଙ୍କୁ ଅପମାନିତ କରିଛନ୍ତି। ଆଜି କଂଗ୍ରେସ ଦଳ ନିଜର ୧୯୩୭ ର ପ୍ରସ୍ତାବକୁ କାର୍ଯ୍ୟକାରୀ କରୁଛି। ଦେଶ ବିଭାଜନର ୮୦ ବର୍ଷ ପରେ ମଧ୍ୟ ସ୍ୱାଧୀନ ଭାରତରେ ଏଭଳି ତୁଷ୍ଟୀକରଣ ରାଜନୀତିକୁ ଆଦୌ ଗ୍ରହଣ କରାଯିବ ନାହିଁ। ଏହି ନିଷ୍ପତ୍ତି ବିରୋଧରେ ଏକଜୁଟ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ଅମିତ ଶାହ। ...
ତାଙ୍କ ଅଭିଯୋଗ ଉପରେ ଜବାବ ରଖିଛି କଂଗ୍ରେସ। କେ.ସି. ବେଣୁଗୋପାଳ କହିଛନ୍ତି, କଂଗ୍ରେସ ପାଇଁ ଏହି ସଙ୍ଗୀତ ଏକ ଆବେଗ, କିନ୍ତୁ ବିଜେପି ପାଇଁ ଏହା କେବଳ ରାଜନୀତି। ଦେଶର ପ୍ରକୃତ ସମସ୍ୟାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ବିଜେପି ଏଭଳି ବିବାଦ ସୃଷ୍ଟି କରୁଛି। ...
‘ବନ୍ଦେ ମାତରମ’କୁ ନେଇ କଂଗ୍ରେସ CWC ନିଷ୍ପତ୍ତି ପରେ ଟାର୍ଗେଟ
୧୯୩୭ର ପ୍ରସ୍ତାବ ଅନୁସାରେ କଂଗ୍ରେସ କେବଳ ଦୁଇଟି ଷ୍ଟାଞ୍ଜା ଗାନ କରିବ କହିଛି
୧୯୩୭ରେ ମୁସଲମାନଙ୍କ ତୁଷ୍ଟୀକରଣ ପାଇଁ ବନ୍ଦେ ମାତରମ୍ କୁ ବିଭାଜିତ କରିଥିଲା
ସେତେବେଳେ କଂଗ୍ରେସ ଦେଶ ବିଭାଜନର ମୂଳଦୁଆ ପକାଇଥିଲା
ମୋଦି ସରକାର କଂଗ୍ରେସର ଭୁଲକୁ ସୁଧାରି ଜାତୀୟ ଏକତାକୁ ମଜବୁତ କରିଛି
ସେମାନେ କେବଳ ବଙ୍କିମ ବାବୁଙ୍କ ଏହି ରଚନାକୁ ଅପମାନିତ କରିନାହାନ୍ତି
ଦେଶର ସ୍ୱାଧୀନତା ପାଇଁ ପ୍ରାଣ ଦେଇଥିବା ଲୋକଙ୍କୁ ଅପମାନିତ କରିଛନ୍ତି
ଆଜି କଂଗ୍ରେସ ଦଳ ନିଜର ୧୯୩୭ ର ପ୍ରସ୍ତାବକୁ କାର୍ଯ୍ୟକାରୀ କରୁଛି
ଶାହଙ୍କ ଅଭିଯୋଗର ଜବାବ ରଖିଲା କଂଗ୍ରେସ
ବିଜେପି ପାଇଁ ବନ୍ଦେ ମାତରମ୍ କେବଳ ରାଜନୀତି: କଂଗ୍ରେସ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।