Shardiya Navratri: ନବରାତ୍ରୀର ୩ୟ ଦିବସ: ମା' ଚନ୍ଦ୍ରଘଣ୍ଟା

Oct 13, 2026 - 06:16
Shardiya Navratri: ନବରାତ୍ରୀର ୩ୟ ଦିବସ: ମା' ଚନ୍ଦ୍ରଘଣ୍ଟା

"ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ରୀ ବା ନବଦିନାତ୍ମକ ଶକ୍ତି ପୂଜା।

ନବରାତ୍ରର ନଦଦିନରେ ମା"ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ।

ତୃତୀୟ ଦିନରେ ଭଗବତୀ ଆଦ୍ୟାଶକ୍ତିଙ୍କୁ ଆବାହନ କରାଯାଏ ମା" ଚନ୍ଦ୍ରଘଣ୍ଟା ରୂପରେ।

ମା" ଚନ୍ଦ୍ରଘଣ୍ଟାଙ୍କୁ ସାହସ, ଶକ୍ତି, ଶାନ୍ତି ଓ ନିର୍ଭୟତାର ପ୍ରତୀକ ଭାବେ ପୂଜା କରାଯାଏ।

ଧାର୍ମିକ ବିଶ୍ୱାସ ଅନୁସାରେ, ମା"ଙ୍କ ଆରାଧନା କଲେ ଭକ୍ତଙ୍କ ଜୀବନରୁ ଭୟ ଦୂର ହେବା ସହ ମନରେ ଆତ୍ମବିଶ୍ୱାସ ଓ ସକାରାତ୍ମକ ଭାବନା ସୃଷ୍ଟି ହୁଏ।Advertisment ନବରାତ୍ରର ତୃତୀୟ ଦିବସରେ ମାତା ଚନ୍ଦ୍ରଘଣ୍ଟାଙ୍କର ଆରାଧନା କରାଯାଏ।

ମାତାଙ୍କର ମସ୍ତକରେ ଅର୍ଦ୍ଧଚନ୍ଦ୍ର ଶୋଭାପାଏ ଓ ସେ ସଂସାରରେ ନ୍ୟାୟ ପ୍ରତିଷ୍ଠା କରନ୍ତି।

ମାତାଙ୍କର ଶରୀର ସୁବର୍ଣ୍ଣ ବର୍ଣ୍ଣା ଓ ପଶୁରାଜ ସିଂହ ତାଙ୍କ ବାହନ।

ମାତା ଚନ୍ଦ୍ରଘଣ୍ଟା ଦଶଭୂଜା ଓ ତ୍ରିନୟନା।

ଦଶ ହାତ ମଧ୍ୟରୁ ଆଠଟିରେ ମାତା ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରିଥାନ୍ତି ଓ ଗୋଟିଏ ହସ୍ତ ଅଭୟ ବରଦମୁଦ୍ରାରେ ଥିବାବେଳେ ଅନ୍ୟ ହସ୍ତଟିରେ କମଣ୍ଡଳୁ ଧରିଥାନ୍ତି।

ପରମାନ୍ଦମୟୀ ଓ ଜ୍ଞାନମୟୀ ମା ଚନ୍ଦ୍ରଘଣ୍ଟା ହେଉଛନ୍ତି ପରମାନ୍ଦମୟୀ ଓ ଜ୍ଞାନମୟୀ।

ଚନ୍ଦ୍ରଘଣ୍ଟା ଦେବୀ ରୌଦ୍ରସ୍ୱରୂପା ଅଟନ୍ତି ଯାହାଙ୍କର ରଣହୁଙ୍କାରରେ ଦାନବଗଣଙ୍କ ମଧ୍ୟରେ ଭୟରେ କମ୍ପନ ଜାତ ହୁଏ।

ମା"ଙ୍କ ଘଣ୍ଟାନାଦ ନକାରାତ୍ମକ ଶକ୍ତିକୁ ଦୂର କରିବାର ପ୍ରତୀକ ଭାବେ ମଧ୍ୟ ପରିଚିତ।

ତାଙ୍କର ଶାନ୍ତ ଓ ଉଗ୍ର ଉଭୟ ସ୍ୱରୂପ ଜୀବନରେ ସନ୍ତୁଳନ ରକ୍ଷା କରିବାର ବାର୍ତ୍ତା ଦିଏ।

ଅନ୍ୟାୟ ବିରୋଧରେ ଲଢ଼ିବା ସହ ମନରେ ଶାନ୍ତି ଓ ସଂଯମ ବଜାୟ ରଖିବା ହେଉଛି ମା"ଙ୍କ ଆରାଧନାର ଅନ୍ୟତମ ସନ୍ଦେଶ।

ସାଧକକୁ ଦୋଷରୁ ରକ୍ଷାକରି ପାପକ୍ଷୟ କରାଇଥାନ୍ତି ଅନ୍ୟପକ୍ଷରେ ସାଧୁଜନଙ୍କ ପାଇଁ ସେ କରୁଣାମୟୀ।

ତାଙ୍କ ସାଧନା ପ୍ରତ୍ୟକ୍ଷ ଫଳଦାୟୀ।

ସେ ସାଧକକୁ ଦୋଷରୁ ରକ୍ଷାକରି ପାପକ୍ଷୟ କରାଇଥାନ୍ତି ଜୀବନର ସମସ୍ତ ବାଧାବିଘ୍ନରୁ ମୁକ୍ତ କରିଥାନ୍ତି।

ମାତାଙ୍କର ସାଧନା ସଂପନ୍ନ କରି ତାଙ୍କ କୃପା ଲାଭ କଲେ ସାଧକ ଅତ୍ୟନ୍ତ ସମୃଦ୍ଧିଶାଳୀ ଓ ଐଶ୍ୱର୍ଯ୍ୟବାନ ହୋଇଥାଏ।

ତାହାର ସମସ୍ତ ବିଘ୍ନ ଦୂରୀଭୂତ ହେବା ସହ ଶତ୍ରୁନାଶ ହୋଇଥାନ୍ତି।

Shardiya Navratri: ନବରାତ୍ରୀର ୨ୟ ଦିବସ: ଆଜି ମା"ଙ୍କର ବ୍ରହ୍ମଚାରିଣୀ ବେଶ ମା" ଚନ୍ଦ୍ରଘଣ୍ଟାଙ୍କ ମନ୍ତ୍ରଓଁ ଦେବୀ ଚନ୍ଦ୍ରଘଣ୍ଟାୟୈ ନମଃ।ଧ୍ୟାନ-ପିଣ୍ଡଜପ୍ରବରାରୂଢା ଚଣ୍ଡକୋପାସ୍ତ୍ରକୈର୍ଯୁତା ।ପ୍ରସାଦମ ତନୁତେ ମହ୍ୟମ ଚନ୍ଦ୍ରଘଣ୍ଟେତି ବିଶ୍ରୁତା ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।