Sheikh Hasina: ତାରିକ ରହମାନ ବ୍ରିକ୍ସ ସମ୍ମିଳନୀକୁ ନ ଆସିବା ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି ହସିନା
"ନୂଆଦିଲ୍ଲୀ: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀଶେଖ ହସିନା, ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କର ଭାରତ ଆୟୋଜିତ ବ୍ରିକ୍ସ ସମ୍ମିଳନୀକୁ ନ ଆସିବା ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି।
ଶେଖ ହସିନା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଯଦି ମୋର ଭାରତରେ ଉପସ୍ଥିତି ଯୋଗୁଁ ତାରିକ ରହମାନ ଭାରତ ଆସିବାକୁ ଏଡ଼ାଉଛନ୍ତି ତେବେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ସେ ମନେ ପକାଇ ଦେଇଛନ୍ତି ଯେ, ଯେତେବେଳେ ମୁଁ ଭାରତରେ ନିର୍ବାସିତ ଜୀବନ କାଟୁଥିଲି, ସେତେବେଳେ ତାରିକ ରହମାନଙ୍କ ପିତା ତଥା ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଜିଆଉର ରହମାନ ମଧ୍ୟ ଦିଲ୍ଲୀ ଗସ୍ତ କରିଥିଲେ।
ଏଣୁ ବର୍ତ୍ତମାନ ତାରିକ ରହମାନ କାହିଁକି ଆସିପାରିବେ ନାହିଁ ଏବଂ ଏପରି ନିଷ୍ପତ୍ତି ପଛରେ ପ୍ରକୃତ କାରଣ କ"ଣ ବୋଲି ହସିନା ପ୍ରଶ୍ନ କରିଛନ୍ତି।
ହସିନା ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ବ୍ରିକ୍ସ ସମ୍ମିଳନୀକୁ ନ ଆସିବା ନିଷ୍ପତ୍ତିକୁ ଅପରିପକ୍ୱ ଏବଂ ଦେଶର ଜାତୀୟ ସ୍ୱାର୍ଥ ବିରୋଧୀ ବୋଲି କହିଛନ୍ତି।
ବୈଦେଶିକ ନୀତି ବ୍ୟକ୍ତିଗତ ପ୍ରତିକ୍ରିୟା ବା ସ୍ୱଳ୍ପକାଳୀନ ରାଜନୈତିକ ଲାଭ ଆଧାରରେ ପରିଚାଳିତ ହେବା ଅନୁଚିତ ବୋଲି ସେ ଚେତାବନୀ ଦେଇଛନ୍ତି।Advertisment ଅନୁକୂଳ ପରିବେଶ ସୃଷ୍ଟି ହେବା ପରେ ହିଁ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସମ୍ଭବ ଅକ୍ଟୋବର ୧୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ବିମଷ୍ଟେକ ଗୃହମନ୍ତ୍ରୀଙ୍କ ବୈଠକରେ ବାଂଲାଦେଶର ଗୃହମନ୍ତ୍ରୀ ସଲାହୁଦ୍ଦିନ ଅହମ୍ମଦ ଅନୁପସ୍ଥିତ ଥିଲେ।
ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଦୁଇ ବରିଷ୍ଠ ବାଂଲାଦେଶୀ ନେତାଙ୍କ ଅନୁପସ୍ଥିତି ଭାରତ ସହିତ ସମ୍ପର୍କ ବିଗିଡ଼ି ରହିଥିବା ବେଳେ ଢାକାର କୂଟନୈତିକ ଆଭିମୁଖ୍ୟ ନେଇ ପ୍ରଶ୍ନ ସୃଷ୍ଟି କରିଛି।ଅନ୍ୟପଟେ ବାଂଲାଦେଶ ସରକାର ଓ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଭାରତରେ ଶେଖ ହସିନାଙ୍କ ଉପସ୍ଥିତି ଏବଂ ତାଙ୍କର ମନ୍ତବ୍ୟ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି।
ବାଂଲାଦେଶ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଶେଖ ହସିନାଙ୍କ ପ୍ରତ୍ୟାର୍ପଣ ମାମଲାରେ ଭାରତ ସରକାରଙ୍କ ପଦକ୍ଷେପ ଏବଂ ଏକ ଅନୁକୂଳ ପରିବେଶ ସୃଷ୍ଟି ହେବା ପରେ ହିଁ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସମ୍ଭବ ହେବ।
ବିଜେପି ଓ ଏନ୍ଡିଏ ୨୦୨୯ ଲୋକସଭା ନିର୍ବାଚନରେ ପୁଣି ଥରେ ବିପୁଳ ଜନମତ ସହ କ୍ଷମତାକୁ ଫେରିବ: ଅମିତ ଶାହ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।