Ship Missing At Sea After Leaving Paradip: ପାରାଦୀପରୁ ଲୁହାପଥର ନେଇ ଯାଉଥିବା ଜାହାଜ ସମୁଦ୍ରରେ ନିଖୋଜ
ଗଭୀର ସମୁଦ୍ରରେ ନିଖୋଜ ହୋଇଛି ପାରାଦୀପରୁ ଲୁହାପଥର ନେଇ ଯାଇଥିବା ଏକ ବିଦେଶୀ ଜାହାଜ। ପାରାଦୀପ ବନ୍ଦରଠାରୁ ପ୍ରାୟ ୨୨୦ ନଟିକାଲ ମାଇଲ୍ ଦୂରରେ ଜାହାଜଟି ନିଖୋଜ ହୋଇଥିବା ସୂଚନା ମିଳିଛି। ପୋର୍ଟ ବ୍ଲେୟାର ସୀମା ନିକଟରେ ଏହା ନିଖୋଜ ହୋଇଥିବା ଜଣାପଡ଼ିଛି। ଜାହାଜରେ ମୋଟ ୨୪ ଜଣ କ୍ରୁ ମେମ୍ବର ଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ୨୦ ଜଣ ଚୀନ ନାଗରିକ, ୨ ଜଣ ମିଆଁମାର ନାଗରିକ ଏବଂ ଜଣେ ବାଂଲାଦେଶୀ ନାଗରିକ ଥିବା ଜଣାପଡ଼ିଛି।
ତେବେ ଅନ୍ୟ ଜଣେ କ୍ରୁ ସଦସ୍ୟଙ୍କ ନାଗରିକତା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ଜାହାଜଟି କେଉଁ ପରିସ୍ଥିତିରେ ନିଖୋଜ ହେଲା ଏବଂ ଏଥିରେ ଥିବା କ୍ରୁ ସଦସ୍ୟଙ୍କ ସ୍ଥିତି କଣ, ସେନେଇ ଚିନ୍ତା ବଢ଼ିଛି। ତେବେ ଏନେଇ ବନ୍ଦର କିମ୍ବା କୋଷ୍ଟଗାର୍ଡ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।