Shiv Sena:ଓମ୍ ବିର୍ଲାଙ୍କୁ ଭେଟିଲେ ଶିବସେନା (ୟୁବିଟି) ସାଂସଦ
"ନୂଆଦିଲ୍ଲୀ: ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ସେନା ଦଳରେ ଯୋଗ ଦେଇଥିବା ୬ ଜଣ ବିଦ୍ରୋହୀ ସାଂସଦ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଯେଉଁ ଦାବି ଉପସ୍ଥାପନ କରିଥିଲେ ସେହି ଦାବି ସଂକ୍ରାନ୍ତରେ ଜଣାଇବା ପାଇଁ ଶିବସେନା (ୟୁବିଟି) ପକ୍ଷରୁ ଆଜି ବାଚସ୍ପତିଙ୍କୁ ଅନୁରୋଧ କରାଯାଇଛି।
ଶିବସେନା (ୟୁବିଟି) ସାଂସଦ ଅନୀଲ ଦେଶାଇ ଓ ଅରବିନ୍ଦ ସାୱନ୍ତ ଆଜି ବାଚସ୍ପତି ବିର୍ଲାଙ୍କୁ ଭେଟିବା ପରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ସେମାନେ ବିଦ୍ରୋହୀଙ୍କ ଦ୍ବାରା ଦାଖଲ କରାଯାଇଥିବା ଦାବିର ଏକ କପି ଦେବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି।Advertisment ଆହୁରି ପଢନ୍ତୁ: Bike crashes into JCB ଜେସିବିକୁ ପିଟିଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର ଦେଶାଇ କହିଛନ୍ତି, ସେମାନେ ବାଚସ୍ପତିଙ୍କୁ କହିଥିଲେ ଯେ ଦଶମ ଅନୁଚ୍ଛେଦ ଅନୁଯାୟୀ, ବିଧାୟକ ଦଳର ଯେକୌଣସି ଗୋଷ୍ଠୀ ନିଜସ୍ବ ଭାବେ ଅନ୍ୟ ଦଳ ସହ ମିଶି ପାରିବେନି।
ଏପରିକି ସେମାନଙ୍କ ପାଖରେ ଦୁଇତୃତୀୟାଂଶ ସଂଖ୍ୟାଗରିଷ୍ଠତା ଥିଲେ ମଧ୍ୟ ସେମାନେ ଏହା କରି ପାରିବେନି।
ସେ କହିଛନ୍ତି, ବିଦ୍ରୋହୀ ସାଂସଦମାନେ ଯଦି ଲିଖିତ ଭାବେ କିଛି ଉପସ୍ଥାପନ କରିଛନ୍ତି, ତେବେ ବାଚସ୍ପତି ତାହା ସେମାନଙ୍କୁ ଜଣାଇବା ଉଚିତ।
ଉଲ୍ଲେଖଯୋଗ୍ୟ ଯେ, ୯ ଜଣ ଶିବସେନା (ୟୁବିଟି) ସାଂସଦଙ୍କ ମଧ୍ୟରୁ ୬ ଜଣ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାରେ ଯୋଗ ଦେଇଛନ୍ତି।
ସାୱନ୍ତ, ଦେସାଇ ଓ ରାଜାଭାଉ ୱାଜେ ଏବେ ଶିବସେନା (ୟୁବିଟି)ରେ ଅଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।