Shocking Crime in Koraput: ସାମାନ୍ୟ ତରକାରୀ ପାଇଁ ଭୟଙ୍କର କାଣ୍ଡ! ଶୋଇଥିବା ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା !
ସାମାନ୍ୟ ତରକାରୀକୁ ନେଇ ଆରମ୍ଭ ହୋଇଥିଲା ପାଟିତୁଣ୍ଡ।
ହେଲେ ଏହି ସାଧାରଣ କଳହ ଯେ ଏତେ ଭୟଙ୍କର ରୂପ ନେବ, ତାହା କେହି କଳ୍ପନା କରିନଥିଲେ।
ରାତିରେ ଶୋଇଥିବା ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ନେଇ ସ୍ୱାମୀ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ।
ଏଭଳି ଏକ ଛାତିଥରା ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ ପଦୁଗୁଡ଼ା ଗାଁରେ।
Advertisment ମୃତ ମହିଳା ହେଉଛନ୍ତି ୩୨ ବର୍ଷୀୟା କବିତା ସାଉନ୍ତା।
ଅଭିଯୁକ୍ତ ସ୍ୱାମୀର ନାଁ ରାବ ସାଉନ୍ତା ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଘଟଣା ପୂର୍ବରୁ ତରକାରୀକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ଏହି ସାମାନ୍ୟ କଥାକୁ ନେଇ ଘରେ ଅଶାନ୍ତି ସୃଷ୍ଟି ହୋଇଥିଲା।
ଅଭିଯୋଗ ଅନୁସାରେ, କବିତା ଶୋଇଥିବା ସମୟରେ ସ୍ୱାମୀ ରାବ ଏକ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିଲା।
ଏଥିରେ କବିତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଏହି ଘଟଣା ପରେ ପଦୁଗୁଡ଼ା ଗାଁରେ ଶୋକ ଓ ଆତଙ୍କର ବାତାବରଣ ଖେଳିଯାଇଛି।
Advertisment ଖବର ପାଇ ଘଟଣାସ୍ଥଳରେ କୋରାପୁଟ ଏସଡିପିଓ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଉଛି।
ଅନ୍ୟପଟେ ଅଭିଯୁକ୍ତ ସ୍ୱାମୀ ରାବ ସାଉନ୍ତାକୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।