Fatal Truck Collision: ଗଣେଶ ପୂଜା ଉତ୍ସାହ ମଧ୍ୟରେ ଦୁଃଖଦ ଖବର: ଟ୍ରକ୍ ଧକ୍କାରେ ମା’-ଝିଅ ମୃତ

Sep 14, 2026 - 13:33
Fatal Truck Collision: ଗଣେଶ ପୂଜା ଉତ୍ସାହ ମଧ୍ୟରେ ଦୁଃଖଦ ଖବର: ଟ୍ରକ୍ ଧକ୍କାରେ ମା’-ଝିଅ ମୃତ

ଗଣେଶ ପୂଜାର ଉତ୍ସାହ ମଧ୍ୟରେ ସମ୍ବଲପୁରରୁ ଆସିଛି ଦୁଃଖଦ ଖବର। କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ମା’-ଝିଅଙ୍କ ମୃତ୍ୟୁ ଘଟିଛି। ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର ଖିଣ୍ଡା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ମା’-ଝିଅ ବାଇକ୍‌ରେ ଯାଉଥିବା ସମୟରେ ଖିଣ୍ଡା ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ ଉଭୟ ମା’-ଝିଅ ଗୁରୁତର ଆହତ ହୋଇଥିଲେ। ତେବେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଦୁର୍ଘଟଣାରେ ବାଇକ୍ ଚାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା ପରେ ଠେଲକୋଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଓ ଟ୍ରକ୍‌ର ଗତି ସମ୍ପର୍କରେ ପୋଲିସ ତଦନ୍ତ କରୁଛି।

ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହି ପରିସ୍ଥିତି ନିୟନ୍ତ୍ରଣ କରୁଛି।

ଟ୍ରକ ଧକ୍କାରେ ମା’-ଝିଅ ମୃତ
କୋଇଲା ବୋଝେଇ ଟ୍ରକ ଧକ୍କାରେ ମା’-ଝିଅ ମୃତ
ସମ୍ବଲପୁର-ଝାରସୁଗୁଡା ରାସ୍ତା ଖିଣ୍ଡା ନିକଟରେ ବାଇକକୁ ଧକ୍କା ଦେଲା ଟ୍ରକ୍
ବାଇକ ଚାଳକ ଗୁରୁତର, ଘଟଣାସ୍ଥଳରେ ପୋଲିସର ଛାନଭିନ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।