Shooting: କୁକୁର ମଳତ୍ୟାଗ ବିବାଦରୁ ହତ୍ୟାକାଣ୍ଡ: ପଡ଼ୋଶୀଙ୍କ ଗୁଳିମାଡ଼ରେ ଜଣେ ମୃତ
ଫରିଦାବାଦ: ଘର ସାମ୍ନାରେ ପୋଷା କୁକୁର ମଳତ୍ୟାଗ କରିବାକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଥିବା ପୁରୁଣା ବିବାଦ ଶେଷରେ ରକ୍ତାକ୍ତ ରୂପ ନେଇଛି।
ହରିୟାଣାର ଫରିଦାବାଦସ୍ଥିତ ସେକ୍ଟର-୨୧ସିରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପଡ଼ୋଶୀ ଗୁଳି କରି ହତ୍ୟା କରିଛନ୍ତି।
ମୃତକଙ୍କ ନାମ ପରମଜିତ୍ ସିଂହ ଧନଖଡ଼।
Advertisment ସୂଚନା ଅନୁଯାୟୀ, ସେକ୍ଟର-୨୧ସିର ୬୪୧ ନମ୍ବର ଘରର ଏକ ଚାରି ମହଲା କୋଠାରେ ରହୁଥିବା ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଘର ସମ୍ମୁଖରେ କୁକୁର ମଳତ୍ୟାଗ କରିବାକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା।
ଏହି ସାମାନ୍ୟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଯୁକ୍ତିତର୍କ ହେଉଥିଲା।
ଶୁକ୍ରବାର ରାତିରେ ମଧ୍ୟ ଉଭୟ ପରିବାର ମୁହାଁମୁହିଁ ହୋଇଥିଲେ।
ଅଭିଯୁକ୍ତ ଫେରାର ଅଭିଯୋଗ ଅନୁଯାୟୀ, ଉତ୍ତ୍ୟକ୍ତ ପଡ଼ୋଶୀ ଧନଖରଙ୍କ ଉପରକୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିଲେ।
ଗୁଳିମାଡ଼ରେ ଗୁରୁତର ହୋଇଥିବା ଧନଖଡ଼ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଘଟଣା ପରେ ଅଭିଯୁକ୍ତ ପଡ଼ୋଶୀ ଫେରାର ହୋଇଯାଇଛନ୍ତି।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
Aishwarya and Abhishek: ଦୀପାବଳି ପାର୍ଟିରେ ଯୋଡ଼ିଙ୍କ ଜଲୱା, ଚର୍ଚ୍ଚାରେ ଐଶ୍ୱର୍ଯ୍ୟା-ଅଭିଷେକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।